ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ଦୁଇ ସିରିଜ ଦୁର୍ଘଟଣା 

ଧରାକୋଟ ରେ ଦୁଇ ସିରିଜ ଦୁର୍ଘଟଣା 

ଆସିକା, ୩୧/୧୦/୨୫ — ଧରାକୋଟ ଓ ମୁଣ୍ଡମରାଇ ନିକଟରେ ଆଜି ମଧ୍ୟାହ୍ନ ସମୟରେ ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇଟି ଗାଡି କ୍ଷତିଗ୍ରସ୍ତ ହୋଇଛି। ଜାତୀୟ ରାଜପଥ 59 ର ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ହନୁମାନ ଦ୍ଵାର ମୁଣ୍ତମରାଇ ମଧ୍ୟରେ ଥିବା ଧାନ ମିଲ ନିକଟରେ ସୋରଡା ରୁ ଆସିକା ଯାଉଥିବା OD 07 AQ 5802 ନମ୍ବର ବିଶିଷ୍ଟ ଏକ କାର ରାସ୍ତା ଉପରକୁ ହଠାତ ଚାଲି ଆସିବା ଯୋଗୁଁ ତାକୁ ବଞ୍ଚାଇବା କୁ ଯାଇ ଡ୍ରାଇଭର ରାସ୍ତା ପର୍ଶ୍ୱକୁ ମୋଡ଼ ବଦଳାଇବା ବେଳେ କାର ଟି ରାସ୍ତା ପାର୍ଶ୍ଵ ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଠିକ ସେହିପରି ଧରାକୋଟ ମେଡ଼ିକାଲ ଗଡାଣି ରେ ସୋରଡା ପଟରୁ କାଠ ବୋଝେଇ କରି ଆସୁଥିବା OD 04 C 5951 ନାମକ ଏକ ବୋଲେରୋ ପିକ ଅପ ଗାଡି ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇ ଓଲଟି ପଡିଥିଲା। ପାଖରେ ଏକ ବିଦ୍ୟୁତ ଟ୍ରଂସ୍ଫର୍ମର ରହିଥିଲେ ମଧ୍ୟ ସୌଭାଗ୍ୟ ବଶତଃ ଏହାକୁ ଧକ୍କା ହୋଇନଥିବା ଯୋଗୁଁ ଏକ ବଡ ଧରଣର ଅଘଟଣରୁ ଉଭୟ ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନାହିଁ । ପୋଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ରାୟଗଡା ଜିଲ୍ଲା ଜାତୀୟ “ଜଳ ସଞ୍ଚୟ ଜନ ଭାଗିଦାରୀ – ୧.୦ (JSJB 1.0)” ପୁରସ୍କାରରେ ଗୌରବାନ୍ୱିତ

Sunil Chandra Nayak

ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

masiha

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!