ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି: ଜୁନାଗଡ଼ରେ ଶକ୍ତି ପ୍ରଦର୍ଶନ କଲା ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ

ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି: ଜୁନାଗଡ଼ରେ ଶକ୍ତି ପ୍ରଦର୍ଶନ କଲା ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ

ଜୁନାଗଡ଼ , ୧୭./୬.(ମନୀସ)  ଓଡ଼ିଶା ସରକାରଙ୍କ ଶାସନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ’। ଜୁନ୍ ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ୭ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ପ୍ରଥମ ଦିନରେ ବ୍ଲକ୍ କନଫରେନ୍ସ ହଲ୍‌ରେ ନେତା ଓ ଜନସାଧାରଣଙ୍କ ମଧ୍ୟରେ ଅଦ୍ଭୁତ ସମନ୍ୱୟ।ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହିତାଧିକାରୀଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବକ୍ତାମାନେ ସରକାରଙ୍କ ସଫଳତାର ଚିଠା ଉପସ୍ଥାପନ କରିବା ସହ ଆଗାମୀ ଦିନରେ ବିକାଶର ନକ୍ସାକ’ଣ ରହିବ, ସେ ନେଇ ବର୍ଣ୍ଣନା କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର ଏବଂ ଉପାଧ୍ୟକ୍ଷ ପ୍ରମୋଦ ବେହେରାଙ୍କ ନେତୃତ୍ୱରେ ସରକାରୀ ଅଧିକାରୀ ଓ ଜନପ୍ରତିନିଧିମାନେ ଏକାଠି ହୋଇଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦାନ୍ତ କୁମାର ମାଝୀ ଅତିରିକ୍ତ ତହସିଲଦାର ଅଶୋକ କୁମାର ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ ମାଝୀ ତୁଷାର ରଞ୍ଜନ ସାହୁ ଏବଂ WEO ହିମାଂଶୁ ରଞ୍ଜନ ବଲ ଯୋଗ ଦେଇ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ।ସେହିପରି କାଞ୍ଚନ ବାଗ (ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି), ରଞ୍ଜନ କୁମାର ଜାଲ (ଜିଲ୍ଲା SC ସେଲ୍ ସମ୍ପାଦକ), ହୃଦାନନ୍ଦ ମାଝ (ଜନଜାତି ଜୁନାଗଡ଼ ବ୍ଲକ୍ ସଭାପତି) ଏବଂ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ଙ୍କ ସମେତ ମନୋଜ ମେହେର ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ସମସ୍ୟା ଓ ସମାଧାନ ସମ୍ପର୍କରେ ମତ ରଖିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସକ୍ଷମ ନୃତ୍ୟ ଏକାଡେମୀ ତରଫରୁ ଜାତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ମହୋତ୍ସବ, ରାସ୍ ରଙ୍ଗ ମହୋତ୍ସବ ୨୦୨୬ ପାଳନ

ଶନିଶ୍ଚର ଓଷା ପାଇଁ ମନ୍ଦିରରେ ଭକ୍ତ ଙ୍କ ଭିଡ଼, ୨oo ରୁ ଉର୍ଦ୍ଧ ମହିଳା ଉଷାରେ ଭାଗ ନେଲେ 

Sunil Chandra Nayak

ଛତିଶଗଡ ର ଅବକାରୀ ମନ୍ତ୍ରୀଙ୍କ ଦିନିକିଆ ଡାବୁଗାଁ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!