ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ରେ କଲ୍ୟାଣ ମଣ୍ଡପ ଏବଂ ଖୋଲା ବ୍ୟାୟାମଶାଳା ଜମି ଚି଼ହ୍ନଟ ପାଇଁ କେସିଙ୍ଗା ବିଡ଼ିଓ ଙ୍କୁ ବିକାଶ ମଞ୍ଚ ର ଦାବିପତ୍ର 

ଉତ୍କେଲା ରେ କଲ୍ୟାଣ ମଣ୍ଡପ ଏବଂ ଖୋଲା ବ୍ୟାୟାମଶାଳା ଜମି ଚି଼ହ୍ନଟ ପାଇଁ କେସିଙ୍ଗା ବିଡ଼ିଓ ଙ୍କୁ ବିକାଶ ମଞ୍ଚ ର ଦାବିପତ୍ର 

କଳାହାଣ୍ଡି ୧୭/୬ କେସିଙ୍ଗା ବ୍ଲକ ଅଧୀନ ରେ ଥିବା ଉତ୍କେଲା ଗ୍ରାମ ପଞ୍ଚାୟତ ଠାରେ କଲ୍ୟାଣ ମଣ୍ଡପ, ଖୋଲା ବ୍ୟାୟାମ ଶାଳା ଏବଂ ବଞ୍ଜାରା ସମାଜ ର ଶବଦାହ ନିର୍ମାଣ ପାଇଁ ଜମି ଚି଼ହ୍ନଟ ପାଇଁ ବୁଧବାର ଉତ୍କେଲା ବିକାଶ ମଞ୍ଚ ତରଫରୁ କେସିଙ୍ଗା ବିଡ଼ିଓ ଜନ୍ମିଜୟ ସ୍ୱାଇଁ ଙ୍କୁ ଏକ ଦାବିପତ୍ର ଦିଆଯାଇଛି ଏହି ପଞ୍ଚାୟତ ରେ ପୂର୍ବରୁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ଯୋଜନା ପ୍ରଣୟନ ହୋଇଥିଲା ହେଲେ ଜମି ଚି଼ହ୍ନଟ ହୋଇନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇନଥିଲା ପରେ ବିକାଶ ମଞ୍ଚ ମାସିକ ବୈଠକ ରେ ଅଞ୍ଚଳ ର ଉନ୍ନତି ମୂଳକ ସକାଶେ କଲ୍ୟାଣ ମଣ୍ଡପ,ଖୋଲା ବ୍ୟାୟାମ ଶାଳା ଏବଂ ବଞ୍ଜାରା ସମାଜ ପାଇଁ ଶବଦାହ ଗୃହ ଲାଗି ଜିମ ଚି଼ହ୍ନଟ ଲାଗି ବୈଠକ ରେ ସର୍ବସମ୍ମତ ହେବାରୁ ବୁଧବାର କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇ କୁ ସାକ୍ଷାତ କରି ଦାବିପତ୍ର ମାଧ୍ୟମରେ ଅବଗତ କରିଥିବା ସହ ନିର୍ମାଣ ପାଇଁ ଅନୁରୋଧ କରିଥିବା ବିକାଶ ମଞ୍ଚ ସଭାପତି ପ୍ରକାଶ କରିଥିଲେ |ତେବେ ଉତ୍କେଲା ରେ ନୂତନ ଯନ୍ତ୍ରୀ ଙ୍କ ଯୋଗଦାନ ପରେ ଖୁବଶୀଘ୍ର ଏହି କାମଉପରେ ବ୍ଲକ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯିବ ବୋଲି କେସିଙ୍ଗା ବିଡ଼ିଓ ପ୍ରତିଶୃତି ଦେଇଥିବା ବିକାଶ ମଞ୍ଚ ପକ୍ଷରୁ ସୂଚନା ମିଳିଛି | ଦାବିପତ୍ର ବେଳେ ସଭାପତି ଅନିରୁଦ୍ଧ ସାହୁ,ସମ୍ପାଦକ ଟଙ୍କଧର ନାୟକ,ସହ ସମ୍ପାଦକ ଗିରିଜା ବେହେରା,ଉପଦେଷ୍ଟା ନବ କିଶୋର ନାଏକ,ସମିତି ସଭ୍ୟ ତ୍ରିନାଥ ମାଝି,ହରିଶ୍ଚନ୍ଦ୍ର ପୁଟେଲ,ନରେଶ ଶବର, ରାଜ କୁମାର ଅଗ୍ରୱାଲ,ପ୍ରସନ୍ନ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଶିକ୍ଷା ସହିତ ଛାତ୍ର ଛାତ୍ରୀ ଙ୍କ ସାମଗ୍ରିକ ବିକାଶ ଆବଶ୍ୟକ

masiha

ଉମରକୋଟ ସହରରେ ପ୍ରଥମ ଥର ପାଇଁ ପଶିଲା ଭାଲୁ, ଲୋକେ ଭୟଭୀତ

masiha

କୋଲ୍ହାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଆକସ୍ମିକ ବିୟୋଗରେ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

masiha

Leave a Comment

error: Content is protected !!