ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜୁନାଗଡ: ୧୭/୬(ମନିସ ) ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦେଦର ପଞ୍ଚାୟତର ବାଞ୍ଝିବାହାଲ ଅନ୍ତର୍ଗତ ଧରଣୀପଡା ଠାରେ, ଉତ୍କଳମଣି ସେବାସଂସ୍ଥା, ଜୁନାଗଡ଼ ଆନୁକୁଲ୍ୟରେ ବିଶିଷ୍ଟ ସମାଜସେବୀ ଉଦ୍ଧବ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା, ସ୍ବତନ୍ତ୍ର ଅତିଥି ଭାବେ ଯଥାକ୍ରମେ ରମେଶ ଚନ୍ଦ୍ର ନାୟକ, ଦାମୋଦର ବେହେରା, ଭଗବାନ ସାହୁ, ସୁନ୍ଦର ମୋହନ ଛତ୍ରିଆ ଉତ୍କଳମଣିଙ୍କ ତ୍ୟାଗପୂତ ସେବକ ଜୀବନ଼ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଅଜୟ ଦାସ ପ୍ରାରମ୍ଭିକ ସୂଚନା ଓ କୋଷାଧ୍ୟକ୍ଷ ହେମନ୍ତ ସାସମଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଟୁଟା ମାଝି, ବାରୁମାଝି, ମାନିଆ ମାଝି, ଲକ୍ଷଣ ସାହୁ ପ୍ରଭୃତି ସହଯୋଗ କରିଥିଲେ। ଉପସ୍ଥିତ ଗ୍ରାମବାସୀଙ୍କ ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟଗଣ ପଂକ୍ତି ଭୋଜନର ଆୟୋଜନ କରିଥିଲେ। ଇତ୍ୟବସରେ ଛାତ୍ରଛାତ୍ରୀମାନଙ୍କୁ ଛତା ଓ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ଉତ୍ସବ

masiha

ନର୍ଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ

masiha

ଛାତ୍ର/ଛାତ୍ରୀ ଯେମିତି,ବିଦ୍ୟାଳୟ ପରିବେଶ ସେମିତି,ପ୍ରଧାନ ଶିକ୍ଷକଙ୍କ ସହ ସହକାରୀ ଶିକ୍ଷକ ହେବତ ଏମିତି

Sunil Chandra Nayak

Leave a Comment

error: Content is protected !!