ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଷଜ,ଅବକାରୀ ଓ ପୋଲିସ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

ଭେଷଜ,ଅବକାରୀ ଓ ପୋଲିସ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

ଢେ଼ଙ୍କାନାଳ /ହିନ୍ଦୋଳ – ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ଜିଲ୍ଲା ସହକାରୀ ଭେଷକ ନିରୀକ୍ଷକ ପବିତ୍ର ରଞ୍ଜନ କରଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ଅଧିକାରୀ ଓ ଅବକାରୀ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଦୋକାନ ଗୁଡିକ ଉପରେ ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଥିଲା,ଜିଲ୍ଲା ସରକାରୀ ଡାକ୍ତରଖାନା ନିକଟ ବର୍ତ୍ତୀ ଦୋକାନ ଗୁଡିକ ଉପରେ ଚଢ଼ାଉ କରାଯାଇ ତମାଖୁ ବିକ୍ରୟ କରୁଥିବା ଦୋକାନୀମାନଙ୍କୁ ସଚେତନ କରିବା ସହିତ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା ସେହିପରି ହିନ୍ଦୋଳ ଉପଖଣ୍ଡର ସାତମାଇଲ ଛକ,ରାଷୋଳ ବଜାର,ହିନ୍ଦୋଳ ଟାଉନ ଓ ଖଜୁରିଆକଟା ବଜାର ମାନଙ୍କରେ ଥିବା ଦୋକାନ ଗୁଡିକ ଉପରେ ଚଢ଼ାଉ କରାଯାଇ ତମାଖୁ ବିକ୍ରୟ କରୁଥିବା ଦୋକାନୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା, ଆଗାମୀ ଦିନରେ,ଜିଲ୍ଲାର ସରକାରୀ ବିଦ୍ୟାଳୟ,ଡାକ୍ତରଖାନା ଓ ଜନଗହଳି ପୂର୍ଣ୍ଣ ଜାଗାରେ ତମାଖୁ ବିକ୍ରୟ କରୁଥିବା ଦୋକାନୀଉପରେ ଚଢ଼ାଉ କରାଯାଇ ମୋଟା ଅଙ୍କର ଜୋରିମାନା ଆଦାୟକରାଯିବ ବୋଲି ଜିଲ୍ଲା ଭେଷଜ ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଦୁଃଖର କଳାବାଦଲ ତଳେ ତୁମରା ହଂସ ପଡ଼ାର ଅନାଥ କୁନ୍ଦି କୁନ୍ତଲା ଓ ସାବତ ମାଆର କାହାଣୀ

Sunil Chandra Nayak

ଜାତୀୟ ସେବା ଯୋଜନା ଦିବସ ପାଳିତ

masiha

ଗରିବରର ବନ୍ଧୁ ଡ଼ଃ.ଅନ୍ନଦା ଶଙ୍କର ଦାଶ ଙ୍କ ମହାନତା

Sunil Chandra Nayak

Leave a Comment

error: Content is protected !!