ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଘାଟିରେ ଟ୍ରଲର ଦୁର୍ଘଟଣା ଦୁଇ ଡ୍ରାଇଭର ଗୁରୁତର

କୋକସରା,୧/୫ //ଶନିବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ଭାରସାମ୍ୟ ହରାଇ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରଲରରେ ଥିବା ଦୁଇ ଡ୍ରାଇଭର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସୂଚନା ମତେ ବିଜୟୱାଡାରୁ ବଲାଙ୍ଗୀରକୁ ଲୁହା ପାଇପ ବୋଝେଇ କରି ଯାଉଥିବା ଟ୍ରଲର ଗାଡି ନମ୍ବର ଏପି୦୪ ଏକ୍ସ ୮୭୮୧ ଜାତୀୟ ରାଜପଥ ୨୬ ଆମପାଣି ଘାଟି ବିରିମୁହାଁଢଣର ପ୍ରଥମ ବୁଲାଣି ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିଲା। ରାସ୍ତାରେ ଯାଉଥିବା କିଛି ଗାଡି ଚାଳକ ଏନେଇ ଆମପାଣି ପୋଲିସକୁ ଖବର ଦେଇଥଲେ ପରେ ବିଳମ୍ବିତ ରାତିରେ କୋକସରା ଅଗ୍ନିଶମ ଟିମ ସହାୟତାରେ ଦୁର୍ଘଟଣା ହୋଇଥିବା ଦୁଇ ଜଣ ଡ୍ରାଇଭରଙ୍କୁ ଉଦ୍ଧାର କରି ରାତିରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ଦୁର୍ଘଟଣାରେ ଦୁଇ ଗୁରୁତର ମାନେ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟର ବି. ସାନୁବାଳ(୫୪) ଓ ବିହାର ରାଜ୍ୟର ରସିତ ଇକବାଳ (୨୪) ବୋଳି ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରଲରକୁ ରାସ୍ତାରୁ ସାଇଡ କରିବାକୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଆମପାଣି ପୋଲିସ ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଉରକେଲା ଆଇନ ମହାବିଦ୍ୟାଳୟରେ ମଧୁବାବୁ ଜୟନ୍ତୀ ପାଳିତ 

masiha

ପବିତ୍ର ରଜଉତ୍ସବ ପାଳନ ଉପଲକ୍ଷେ ହିନ୍ଦୋଳରେ ଲୋକକଳା ଦିବସ ପାଳିତ

Sunil Chandra Nayak

କେଗାଁ ପୋଲିସ ଦ୍ୱାରା ୩୪ତମ ସଡକ ସୁରକ୍ଷା ସପ୍ତାହ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!