ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ଯୋଜନା ମହାଦୁର୍ନୀତି ଅଭିଯୋଗ , ମାସମାସ ଧରି ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ ରାଶି

ବିଶ୍ୱନାଥପୁର //,କେନ୍ଦ୍ର ସରକାର ଗରିବ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ନେଇଁ ମନରେଗା ଯୋଜନା ନିର୍ମାଣ କଲେ ସତ ହେଲେ ଯୋଜନାକୁ ଠିକ ଭାବରେ ପରିଚାଳନା ହେଉନଥିବା କୁହାଯାଉଛି । ଯାହା ଫଳରେ ଶ୍ରମିକ କାମ କରି ମଧ୍ୟ୍ୟ ପାରିଶ୍ରମିକ ପାଇ ପାରୁନାହାନ୍ତି l ଏହି ଯୋଜନା ମାଧ୍ୟ୍ୟମରେ ଦାଦନ ସମସ୍ୟା ରୋକିବା ଉଦେଶ୍ୟ ଥିବା ବେଳେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ଓ ଅର୍ଥନୀତି କ୍ଷେତ୍ରରେ ଶ୍ରମିକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି । ଏଥି ପାଇଁ ମନରେଗା ଯୋଜନାକୁ ସ୍ୱତନ୍ତ୍ର ନୀତିନିୟମ ପ୍ରଣୟନ ହୋଇଛି ହେଲେ ଆଇନର ନୀତିନିୟମକୁ କିଛି ଅସାଧୁ କର୍ମଚାରୀ ମନରେଗା ଯୋଜନାକୁ ଦିଶା ହୀନ କରୁଥିବା ବୁଦ୍ଧିଯିବି ମହୋଲରେ ଚର୍ଚ୍ଚା ହେଉଛି । ଏହି ଭଲି ଅଭିଯୋଗ ଆସୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘାଟିକୁଣ୍ଡୁରୁ ଗାଁରେ । ଏହି ଗାଁ ରେ ମନରେଗା ଯୋଜନା ମାଧ୍ୟ୍ୟମରେ ମୁଖ୍ୟ ରାସ୍ତା ଠାରୁ ଗାଁ କୁ ମାଟି ରାସ୍ତା ପାଇଁ ଅଟକଳ ମୂଲ୍ୟ ୩ ଲକ୍ଷ ଥିବା ବେଳେ ରାସ୍ତା ମଧ୍ୟ୍ୟ ଅଧପନ୍ତରିଆ ହୋଇ ରହି ଏବେ କାମ ମଧ୍ୟ୍ୟ ବନ୍ଦ ଅଛି । ହେଲେ କାମ ବନ୍ଦ ଥିବା ସ୍ୱତେମଧ୍ୟ୍ୟ କାମ ନ’କରିଥିବା ୪୦ ଜଣଙ୍କ ବ୍ୟାଙ୍କ ଖାତାରେ ଅର୍ଥରାଶି ଜମା କରି ଅର୍ଥ ରାଶି ହଡପ କରୁଥିବା ଅଭିଯୋଗ ହେଉଛି । ଯେଉଁ ପରିଶ୍ରମିକ ମାନେ କାମ କରୁଛନ୍ତି ସେ ମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା ହେଉନ’ଥିବା ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି l ଏହି ରାସ୍ତା କାମରେ ଗାଁର ଅନେକ ପରିଶ୍ରମିକ ନିୟୋଜିତ ହୋଇ କାମ କରିଛନ୍ତି ହେଲେ ମାସ ମାସ ଧରି ଶ୍ରମିକମାନେ ପାରିଶ୍ରମିକ ମୂଲ୍ୟ ପାଉନାହାନ୍ତି l ଅନ୍ୟ ପଟେ ମନରେଗା ଯୋଜନା ନିୟମ ଅନୁଯାଇ ଶ୍ରମିକ ପରିଶ୍ରମ ଅର୍ଥ ୧୫ ଦିନ ଭିତରେ ବ୍ୟାଙ୍କ ଖାତାରେ ଜମା ହେବା ବ୍ୟବସ୍ଥା ରହିଛି ହେଲେ ମାସମାସ ଧରି ପାଉନାହାନ୍ତି ଶ୍ରମିକ l ତେବେ ଏଥି ପାଇଁ ପ୍ରଶାସନ ଆନ୍ତରିକତା ଅଭାବ ଯୋଗୁଁ ଏହିଭଳି ମନରେଗାରେ ଠିକ ସମୟରେ ପାରିଶ୍ରମିକ ନ ମିଳିବା,ଯୋଜନା ନାଁରେ ରଫା ଦଫା କରି ଅର୍ଥ ହଡପ ଉଦେଶ୍ୟ ରଖିବା ମୁଖ୍ୟତଃ କାରଣ ବୋଲି ଅଞ୍ଚଳରେ ଆଲୋଚନା ହେଉଛି l ତେବେ ଶ୍ରମିକଙ୍କୁ କେମିତି ପାରିଶ୍ରମିକ ଅର୍ଥରାଶି ମିଳିବ ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବ୍ରିଟିଶ କୁମାର, ସାନ ମାଝୀ, ଶ୍ରାବୁଣୁ ମାଝୀ, ରାମତୁ ମାଝୀ, ନର୍ସିଂ ମାଝୀ ସମେତ ଗ୍ରାମ ବାସି ଦାବି କରିଛନ୍ତି ।

ବିଶ୍ୱନାଥପୁର,ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ଇମ୍ଫା ,ଥେରୁବାଲି ଦ୍ଵାରା ସାପ୍ତାହବ୍ୟାପି ପରିବେଶ ଦିବସ ପାଳନ

masiha

ସନ୍ଧିପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!