ବିଶ୍ୱନାଥପୁର //,କେନ୍ଦ୍ର ସରକାର ଗରିବ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ନେଇଁ ମନରେଗା ଯୋଜନା ନିର୍ମାଣ କଲେ ସତ ହେଲେ ଯୋଜନାକୁ ଠିକ ଭାବରେ ପରିଚାଳନା ହେଉନଥିବା କୁହାଯାଉଛି । ଯାହା ଫଳରେ ଶ୍ରମିକ କାମ କରି ମଧ୍ୟ୍ୟ ପାରିଶ୍ରମିକ ପାଇ ପାରୁନାହାନ୍ତି l ଏହି ଯୋଜନା ମାଧ୍ୟ୍ୟମରେ ଦାଦନ ସମସ୍ୟା ରୋକିବା ଉଦେଶ୍ୟ ଥିବା ବେଳେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ଓ ଅର୍ଥନୀତି କ୍ଷେତ୍ରରେ ଶ୍ରମିକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି । ଏଥି ପାଇଁ ମନରେଗା ଯୋଜନାକୁ ସ୍ୱତନ୍ତ୍ର ନୀତିନିୟମ ପ୍ରଣୟନ ହୋଇଛି ହେଲେ ଆଇନର ନୀତିନିୟମକୁ କିଛି ଅସାଧୁ କର୍ମଚାରୀ ମନରେଗା ଯୋଜନାକୁ ଦିଶା ହୀନ କରୁଥିବା ବୁଦ୍ଧିଯିବି ମହୋଲରେ ଚର୍ଚ୍ଚା ହେଉଛି । ଏହି ଭଲି ଅଭିଯୋଗ ଆସୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘାଟିକୁଣ୍ଡୁରୁ ଗାଁରେ । ଏହି ଗାଁ ରେ ମନରେଗା ଯୋଜନା ମାଧ୍ୟ୍ୟମରେ ମୁଖ୍ୟ ରାସ୍ତା ଠାରୁ ଗାଁ କୁ ମାଟି ରାସ୍ତା ପାଇଁ ଅଟକଳ ମୂଲ୍ୟ ୩ ଲକ୍ଷ ଥିବା ବେଳେ ରାସ୍ତା ମଧ୍ୟ୍ୟ ଅଧପନ୍ତରିଆ ହୋଇ ରହି ଏବେ କାମ ମଧ୍ୟ୍ୟ ବନ୍ଦ ଅଛି । ହେଲେ କାମ ବନ୍ଦ ଥିବା ସ୍ୱତେମଧ୍ୟ୍ୟ କାମ ନ’କରିଥିବା ୪୦ ଜଣଙ୍କ ବ୍ୟାଙ୍କ ଖାତାରେ ଅର୍ଥରାଶି ଜମା କରି ଅର୍ଥ ରାଶି ହଡପ କରୁଥିବା ଅଭିଯୋଗ ହେଉଛି । ଯେଉଁ ପରିଶ୍ରମିକ ମାନେ କାମ କରୁଛନ୍ତି ସେ ମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା ହେଉନ’ଥିବା ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି l ଏହି ରାସ୍ତା କାମରେ ଗାଁର ଅନେକ ପରିଶ୍ରମିକ ନିୟୋଜିତ ହୋଇ କାମ କରିଛନ୍ତି ହେଲେ ମାସ ମାସ ଧରି ଶ୍ରମିକମାନେ ପାରିଶ୍ରମିକ ମୂଲ୍ୟ ପାଉନାହାନ୍ତି l ଅନ୍ୟ ପଟେ ମନରେଗା ଯୋଜନା ନିୟମ ଅନୁଯାଇ ଶ୍ରମିକ ପରିଶ୍ରମ ଅର୍ଥ ୧୫ ଦିନ ଭିତରେ ବ୍ୟାଙ୍କ ଖାତାରେ ଜମା ହେବା ବ୍ୟବସ୍ଥା ରହିଛି ହେଲେ ମାସମାସ ଧରି ପାଉନାହାନ୍ତି ଶ୍ରମିକ l ତେବେ ଏଥି ପାଇଁ ପ୍ରଶାସନ ଆନ୍ତରିକତା ଅଭାବ ଯୋଗୁଁ ଏହିଭଳି ମନରେଗାରେ ଠିକ ସମୟରେ ପାରିଶ୍ରମିକ ନ ମିଳିବା,ଯୋଜନା ନାଁରେ ରଫା ଦଫା କରି ଅର୍ଥ ହଡପ ଉଦେଶ୍ୟ ରଖିବା ମୁଖ୍ୟତଃ କାରଣ ବୋଲି ଅଞ୍ଚଳରେ ଆଲୋଚନା ହେଉଛି l ତେବେ ଶ୍ରମିକଙ୍କୁ କେମିତି ପାରିଶ୍ରମିକ ଅର୍ଥରାଶି ମିଳିବ ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବ୍ରିଟିଶ କୁମାର, ସାନ ମାଝୀ, ଶ୍ରାବୁଣୁ ମାଝୀ, ରାମତୁ ମାଝୀ, ନର୍ସିଂ ମାଝୀ ସମେତ ଗ୍ରାମ ବାସି ଦାବି କରିଛନ୍ତି ।
ବିଶ୍ୱନାଥପୁର,ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ