ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ହନୁମାନ ଚାଳିଶା ପାଠ , ସଂକୀର୍ତ୍ତନ , ଭଜନ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ହନୁମାନ ଚାଳିଶା ପାଠ , ସଂକୀର୍ତ୍ତନ , ଭଜନ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାୟଗଡ଼ା: ତା: ୧୫/୦୨/୨୫ // ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଆଫ୍ ଭାରତ ପକ୍ଷରୁ ରାୟଗଡ଼ ସହରର ମାଁ ମଙ୍ଗଳା ମନ୍ଦିର ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିଶା ପାଠ , ସଂକୀର୍ତ୍ତନ , ଭଜନ ପ୍ରାର୍ଥନା ମହା ଆଡମ୍ବରରେ ପାଳନ କରାଯାଇଥିଲା । 

ଉକ୍ତ କାର୍ଯ୍ୟକ୍ରମକୁ ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସଭାପତି ଶ୍ରୀ ଦୂର୍ଗା ମାଧବ ଘୋଷ ଏବଂ ସଂପାଦକ ଶ୍ରୀଗଣେଶ କୁମାର ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଏବଂ ସହରର ବହୁ ସଂଖ୍ୟାରେ ରାଷ୍ଟ୍ର ପ୍ରେମୀ , ଇଶ୍ଵର ଉକ୍ତ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ମଙ୍ଗଳା ମନ୍ଦିର ଟ୍ରଷ୍ଟର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଓ ଅନ୍ୟ ସଦସ୍ୟ ବୃନ୍ଦଙ୍କ ସହିତ ୨୦୦ ରୁ ଉର୍ଦ୍ଧ ରାଷ୍ଟ୍ରୀୟ ଭକ୍ତ ଉପସ୍ଥିତ ରହିଥିଲେ । ସେଠାରେ ଗୋଟିଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେ।ଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲ। ସଭାପତି ଶ୍ରୀଯୁକ୍ତ ଦୁର୍ଗା ମାଧବ ଘୋଷ ସମସ୍ତ ପରିଜନଙ୍କୁ ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନ ର ମୁଖ୍ୟ ଉଦ୍ଦେଶ୍ୟ ଓ ଦେଶ ପାଇଁ , ହିନ୍ଦୁତ୍ଵ ପାଇଁ ସସ୍ଥାର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ । ହିନ୍ଦୁ ସନାତନ ଧର୍ମର ସାରା ବିଶ୍ୱମାନବ ପାଇଁ ଅବଦାନ ଓ ହିତ ସାଧନ ବିଷୟରେ ଆଲୋକପାତ କରିଥିଲେ । ସେହି ଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନ ଦ୍ଵାରା ପ୍ରଣୟନ ନୀତି ନିୟମକୁ କୁ ନିଜ ଜୀବନରେ ଆପଣାଇବା ସହିତ ହିନ୍ଦୁତ୍ବର ଅଭି ଭୃଦ୍ଧି ପାଇଁ ସଂକଳ୍ପ ନେଇଥିଲେ । ହିନ୍ଦୁମାନଙ୍କୁ ପୁନଃ ଜାଗରଣ କରିବା ଓ ଅନ୍ୟ ଧର୍ମାବଲମ୍ବୀ ମାନଙ୍କ ଦ୍ଵାରା ହିନ୍ଦୁଧର୍ମର ଅଧୋଗତି କରିବା ଭଳି କୁଚ଼କ୍ରାନ୍ତ, ନଷ୍ଟ ମାନସିକତା ରୁ ନିଜକୁ ଓ ନିଜ ପରିବାରକୁ କିଭଳି ବଞ୍ଚାଇ ରଖିବା ସହିତ ମିଶନ ହିନ୍ଦୁରାଷ୍ଟ୍ର ରେ ନିଜର ଯୋଗଦାନ ଦେବାକୃ ସମସ୍ତଙ୍କୁ ଆହ୍ଵାନ କରିଥିଲେ । ହିନ୍ଦୁ ହିନ୍ଦୁ ଭାଇ ଭାଇ ହୋଇ ରହିବା, ନିଜ ଭିତରେ ସହଯୋଗ ଦେବା ମଇଂଷି ଶିଙ୍ଗ ଫଟା, ଜୁଝିଲା ବେଳକୁ ଗୋଟା ଭଳି ସବୁ ହିନ୍ଦୁ ବୈରି ମନୋଭାବ ଛାଡ଼ି ସେ ବ୍ରାହ୍ମଣ, ସେ କରଣ, ଇଏ କ୍ଷତ୍ରିୟ, ଇଏ ବଶ୍ୟ, ସେ ହରିଜନ, ଏ ଆଦିବାସୀ, ଏଭଳି ଜାତି ଭେଦରୁ ଉର୍ଦ୍ଧକୁ ଉଠି ଆମ୍ଭେ ସବୁ ଏକ, ହିନ୍ଦୁ ସନାତନୀ ଭାବନାକୁ ବଜାୟ ରଖିବାକୁ ଓ ରାଷ୍ଟ୍ରହିତ ସର୍ବୋପରି ସ୍ୱଧର୍ମ ମୂଳଧର୍ମର ଯାଗ୍ରତ ପ୍ରହରି ସାଜିବାକୁ ସମସ୍ତଙ୍କୁ ନିବେଦନ ପ୍ରାର୍ଥନା କରିଥିଲେ । ଶ୍ରୀଯୁକ୍ତ ଦାସ ଜନସଂଖ୍ୟା ଫାଉଣ୍ଡେସନ ର ମୁଖ୍ୟ ଉଦ୍ଦେଶ୍ୟ ହିନ୍ଦୁରାଷ୍ଟ୍ରର ବିଦ୍ଧିବତ ଘୋଷଣା ଆଦି ୧.ଜନସଂଖ୍ୟା ନିୟନ୍ତ୍ରଣ କାନୁନ, ୨ ଯୁନିଫର୍ମ ସିଭିଲ୍‌ କୋଡ଼, ୩ ବକ୍ଫ ବୋର୍ଡ଼ ର ପୂର୍ଣ୍ଣ ସମାପ୍ତି, ଏବଂ ୪. କାଶି – ମଥୁରା ସହିତ ସମସ୍ତ ଧର୍ମ ସ୍ଥଳର ମୁକ୍ତି ଆଦି ଓ ମିଶନ ହିନ୍ଦୁ ରାଷ୍ଟ୍ର ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲା ସଂପାଦକ ଶ୍ରୀଯୁକ୍ତ ଗଣେଶ କୁମାର ସାହୁ ବର୍ତ୍ତମାନ ଠାରୁ ଆରମ୍ଭ କରି ଜିଲ୍ଲାର ଯେ କୌଣସି ହିନ୍ଦୁ ମନ୍ଦିରରେ ପ୍ରତ୍ୟେକ ସପ୍ତାହରେ ଗୋଟିଏ ଦିନ ସମସ୍ତ ହିନ୍ଦୁ ଭାଇ ଭଉଣୀମାନେ ହିନ୍ଦୁ ରାଷ୍ଟ୍ରର ହିତ ପାଇଁ ନିଜର ଅମୂଲ୍ୟ ସମୟ ବାହାର କରି ଯୋଗଦାନ ଦେବା ପାଇଁ ଜିଲ୍ଲା ବାସୀମାନଙ୍କୁ ଆହ୍ଵାନ ଦେଇ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଅଫ୍ ରାୟଗଡ଼ ଜିଲ୍ଲାର ଉଦ୍ଦେଶ୍ୟକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ନିବେଦନ କରିବା ସହିତ ସମସ୍ତ ରାଷ୍ଟ୍ର ପ୍ରେମୀ , ହିନ୍ଦୁ ପ୍ରେମି ଭାଇ ଭଉଣୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆମ ପରିବାରର ପ୍ରଥମ ବଂଧୁ ମିଳନ 

masiha

ବସୁଧାରେ ପ୍ରଯ୍ୟାପ୍ତ ପାଣି ନ ମିଳିବାରୁ ଚିଚିଆ ସରପଞ୍ଚଙ୍କ ବିକଳ୍ପ ବ୍ୟବସ୍ଥା

Sunil Chandra Nayak

ଆଦାନୀ ଗ୍ରୁପ ତରଫରୁ ମୌସୁମୀ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!