ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳମପୁରରେ ଏଆଇଏସଏଫର ୯୦ତମ ପ୍ରତିଷ୍ଠା ଦିବସ

କଳମପୁରରେ ଏଆଇଏସଏଫର ୯୦ତମ ପ୍ରତିଷ୍ଠା ଦିବସ

  ଜୁନାଗଡ଼୧୩/୮(ମନୀସ)କଳାହାଣ୍ଡି ଜିଲ୍ଲାର କଳମପୁର ଆମୋହମଣୀ ଉଚ୍ଚ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେସନ୍ (ଏଆଇଏସଏଫ)ର ୯୦ତମ ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଏଆଇଏସଏଫ କଳାହାଣ୍ଡିର ପୂର୍ବତନ ଜିଲ୍ଲା ସଂପାଦକ ସଂଜୀବ କୁମାର ଦାଶ ଯୋଗ ଦେଇ ସଂଗଠନର ଐତିହାସିକ ଯାତ୍ରା ଓ ଛାତ୍ର ଆନ୍ଦୋଳନରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥିଲା।

କାର୍ଯ୍ୟକ୍ରମରେ ରଚନା ଲେଖନ, ବକ୍ତୃତା, ସାଧାରଣ ଜ୍ଞାନ ଓ ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଜୟୀମାନଙ୍କ ମଧ୍ୟରେ ରଚନା ଲେଖନରେ ଜୀତ ନାଏକ (୧ମ), ଟୁକୁରାମ ବାଗ (୨ୟ) ଓ ପର୍ଶୁରାମ ନାଏକ (୩ୟ); ବକ୍ତୃତାରେ ରଘୁନାଥ କାଣ୍ଡ (୧ମ), ଉତ୍କଳ ହରିଜନ (୨ୟ) ଓ ତରୁଣୀ ରଣା (୩ୟ); ସାଧାରଣ ଜ୍ଞାନରେ ତିଲୋତମା ବେହେରା (୧ମ), ଜୀତ ନାଏକ (୨ୟ) ଓ ଭାରତୀ ନାଏକ (୩ୟ); ଏବଂ ଗୀତ ପ୍ରତିଯୋଗିତାରେ କୌଶଲ୍ୟା ଶବର (୧ମ), ଟଗରସେନ ନାଏକ (୨ୟ) ଓ ପିଙ୍କି ପୁଝାରୀ (୩ୟ) ସ୍ଥାନ ଅଧିକାର କରିଥିଲେ।

ଏହି ଅନୁଷ୍ଠାନରେ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କ ସହିତ ଏଆଇଏସଏଫ କଳାହାଣ୍ଡିର ଜିଲ୍ଲା ସଭାପତି ରାଜାରାମ ଡଙ୍ଗରି, ସହ-ସମ୍ପାଦକ ଡୋଲେଶ୍ୱର ଖମାରୀ, ଉପସଭାପତି ଲିଙ୍କନ ବାଗ, କାଉନସିଲ ସଦସ୍ୟ ନରେନ୍ଦ୍ର ନାଏକ ଓ ତ୍ରିଦେବ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ସଚେତନତା ଓ ସଂଗଠନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରୟାଲ କଲେଜରେ ମେଡିକାଲ କୋଡିଂ ତାଲିମ ସେମିନାର ଅନୁଷ୍ଠିତ 

Sunil Chandra Nayak

ଶ୍ରମ ବାହିନୀ ପକ୍ଷରୁ ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

ଜୁନାଗଡ଼ ଏନଏସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!