ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେବେ ସୁଧୁରିବ ବେହେରା-ଡାଲଗୁମା ରାସ୍ତା

ଦୁଇଟି ବ୍ଲକ କୁ ଯୋଡୁଛି ଏହି ୩ କିମି ରାସ୍ତା 

ଧର୍ମଗଡ: ୧୩/୨/୨୩:  କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମ ଠାରୁ ବାଙ୍କିମୁଣ୍ଡ ଦେଈ କୋକସରା ବ୍ଲକ ଡାଲଗୁମା କୁ ସଂଯୋଗ କରୁଥିବା ୩ କିମି ରାସ୍ତା ଅବସ୍ଥା ଅତି ଶୋଚନୀୟ ଅବସ୍ଥା ରେ ରହିଛି । ଧର୍ମଗଡ ଉପଖଣ୍ଡ ସଦର ମହକୁମା ସହିତ ସଂଯୋଗ କରୁଥିବା ଏହି ରାସ୍ତା ରେ ପ୍ରତିବର୍ଷ କାମ ହେଉଛି। ହେଲେ ରାସ୍ତା ଅବସ୍ଥା ସୁଧୁରିବାର ନାଁ ଗନ୍ଧ ନାହିଁ। ଫଳରେ ଯିବା ଆସିବା କରିବା ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

        ସୂଚନା ଅନୁସାରେ, ବେହେରା ଓ ଡାଲଗୁମା ପଞ୍ଚାୟତ ଅଧିନରେ ଥିବା ଏହି ୩କିମି. ରାସ୍ତା ମଧ୍ୟରେ କଟୁରୁଯୋର ପର୍ଯ୍ୟନ୍ତ ପ୍ରାୟ ୧ କିମି. ରାସ୍ତା ଡାଲଗୁମା ପଞ୍ଚାୟତ ଅଧିନରେ ରହିଥିବାବେଳେ ବାବି ୨ କିମି. ରାସ୍ତା ବେହେରା ପଞ୍ଚାୟତ ଅଧିନରେ ରହିଛି। ତେବେ ବିଭିନ୍ନ ଯୋଜନାରେ ପ୍ରତିବର୍ଷ ରାସ୍ତା ମରାମତି କାର୍ଯ୍ୟ ହୋଇଆସୁଥିବା ବେଳେ ରାସ୍ତାର ଅବସ୍ଥା ସୁଧାରିବା ପରିବର୍ତ୍ତେ ଦିନ କୁ ଦିନ ଶୋଚନୀୟ ହୋଇ ସମସ୍ୟାରେ ସୁଧାର ଆସୁନି। ଫଳରେ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଇ ଯାତାୟତ କରି ଆସୁଛନ୍ତି। ଏନେଇ ଗ୍ରାମବାସୀ ବିଭିନ୍ନ ସମୟରେ ସ୍ଥାନୀୟ ବିଧାୟକ, ପୂର୍ବତନ ବିଧାୟକ, ଜିଲ୍ଲାପାଳ ସମେତ ଅନେକ ନେତା ମନ୍ତ୍ରୀଙ୍କୁ ରାସ୍ତା ସମସ୍ୟା ନେଇ ଅବଗତ କରିଛନ୍ତି। ହେଲେ ପ୍ରତିଶ୍ରୁତିରେ ରାସ୍ତାର ଉନ୍ନତି ସିମିତ ରହି ଯାଉଛି। ଦଣ୍ଡପାଟ ଅଞ୍ଚଳର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ବେହେରା ଗ୍ରାମ ହୋଇଥିବା ବେଳେ ପ୍ରତିଦିନ ଡାଲଗୁମା, ଝରିଆଗୁଡା, ଛିଲିପାମାଲ, ଚିତାମୁଣ୍ଡା ସମେତ ସ୍ଥାନୀୟ ଅଞ୍ଚଳର ଲୋକେ ବେହେରା ଉପରେ ବିଭିନ୍ନ କାର୍ଯ୍ୟ ପାଇଁ ନିର୍ଭର କରନ୍ତି। ଛାତ୍ରଛାତ୍ରୀ ମାନେ ସ୍କୁଲ, କଲେଜ ଓ ଲୋକେ ମେଡିକାଲ କାର୍ଯ୍ୟ, ସାପ୍ତାହିକ ବଜାର ଓ ଧର୍ମଗଡ ଉପଖଣ୍ଡ କୁ ବିଭିନ୍ନ କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ଅନ୍ୟପଟେ କୋକସରା ବ୍ଲକ ସୀମାରେ ଥିବା ଖୁଣ୍ଟିଆ ପଞ୍ଚାୟତବାସୀ ଏହି ରାସ୍ତା ଉପରେ ବ୍ଳକ କାର୍ଯ୍ୟାଳୟ ଓ ବିଭିନ୍ନ ଅଫିସ କାର୍ଯ୍ୟ ପାଇଁ କୋକସରା ଆସିଥାନ୍ତି। ଖରା ଦିନେ ଲୋକେ କଷ୍ଟେମଷ୍ଟେ ଯା’ ଆସ କରନ୍ତି। ତେବେ ଏହି ରାସ୍ତାରେ ବର୍ଷା ସମୟରେ ଲୋକେ ଯାତାୟତ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପ୍ରତିବର୍ଷ ରାସ୍ତା ମରାମତି କାର୍ଯ୍ୟ ହୋଇଆସୁଥିଲେ ହେଁ ରାସ୍ତାର ଅବସ୍ଥାରେ ତ ସୁଧାର ହୋଇପାରି ନାହିଁ, ହେଲେ ଠିକାଦାର ମାନଙ୍କ ଉନ୍ନତି ହୋଇ ଚାଲିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ଡାଲଗୁମା ଠାରୁ ବାଙ୍କୀମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୩ କିମି. ରାସ୍ତାକୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଅଞ୍ଚଳବାସୀ ପକ୍ଷରୁ ଦାବି ହୋଇଛି।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଚଳନ୍ତା କାରରେ ଲାଗିଲା ନିଆଁ ଅଳ୍ପକେ ବାର୍ତିଲେ ଡ୍ରାଇଭର 

masiha

ଜନଗଣନାକାରୀ ଏବଂ ସାଧାରଣଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା – ରାଜସ୍ୱ ମନ୍ତ୍ରୀ 

Sunil Chandra Nayak

୨୭ ସେପ୍ଟେମ୍ବରରେ ପାଳିତ ହେବାକୁ ଥିବା ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଉପଲକ୍ଷେ କୁଇଜ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!