ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ସଂପୂର୍ଣ୍ଣ ମହାଭାରତ: ଦ୍ରୌପଦୀ ବସ୍ତ୍ରାହରଣ ଓ ଗୁପ୍ତ ବନବାସ ମଞ୍ଚସ୍ଥ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମାଁ ମାଣିକେଶ୍ଵରୀ ଯୁବକଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ସଂପୂର୍ଣ୍ଣ ମହାଭାରତ ଗୀତିନାଟ୍ୟର ସପ୍ତମ ରଜନୀରେ ଦ୍ରୌପଦୀ ବସ୍ତ୍ରାହରଣ ଓ ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ ହୋଇଥିଲା l ମଞ୍ଚସ୍ଥ ବସ୍ତ୍ରାହରଣ ନାଟକରେ ଦୁଃଶାସନ ଭୂମିକାରେ ଋଷଭ ମାଝୀ, ଦୁର୍ଯ୍ୟୋଧନ- ଅଜିତ୍ ରଣା, ଦ୍ରୌପଦୀ- ଅଶୋକ ବାରିକ, ଶକୁନି- ଚିନ୍ତାମଣି ପରାଭୋଈ, ଭାନୁମତୀ- ଅଚ୍ୟୁତ ରଣା ଅଭିନୟ କରିଥିବା ବେଳେ ଗୁପ୍ତ ବନବାସ ନାଟକରେ ବିରାଟ ଭୂମିକାରେ କ୍ଷେତ୍ରମଣି ରଣା, ସୁଦେଷ୍ଣା- ରୋହିତ ରଣା, ଦୂତ- ଗଜୀନ୍ଦ୍ର ରଣା, ମଲ୍ଲ- ଅଚ୍ୟୁତ ରଣା, ଶବର- ଈଶ୍ୱର ବାଗ, ଉତ୍ତରାବାଲି- ମୁନ୍ନା ପରାଭୋଇ ପ୍ରମୁଖ ଅଭିନୟ କରିଥିଲେ l ଏଥିରେ ଦେବେନ୍ଦ୍ର ରଣା ପୁରାଣପଣ୍ଡା ଦାୟିତ୍ୱରେ ଥିବାବେଳ ଅନୁଷ୍ଠାନ ସଭାପତି ବିଶ୍ବମ୍ବର ଭୋଇ ଓ ସମ୍ପାଦକ ରୋହିତ ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ନାଟକରେ କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶିକ୍ଷା ସଚେତନ ରଥର ଶୁଭାରମ୍ଭ 

Sunil Chandra Nayak

ରାଇରଙ୍ଗପୁର ରାଜୀବଗାନ୍ଧୀ ସଭାଗୃହରେ ଶିଳ୍ପ ସଂଵେଦୀକରଣ ଶିବିର 

masiha

ନ୍ୟାୟ ଅପେକ୍ଷାରେ ରାଜ୍ୟବ୍ୟାପୀ ଲକ୍ଷ ଲକ୍ଷ ଅସନ୍ତୁଷ୍ଟ ଗ୍ରାହକ ଜାଣୁନି ପ୍ରଶାସନ,ବୁଝୁନି ସରକାର

masiha

Leave a Comment

error: Content is protected !!