ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

ନର୍ଲା -(ମ ନି ସ ) – କଳାହାଣ୍ଡି ଉତ୍ସଵ ଘୁମୁରା 2023 ଉପଲକ୍ଷେ ଆଜି ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ନର୍ଲା ଗ୍ରାମ ପଂଚାୟତ ସ୍ତରୀୟ ଉତ୍ସଵ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ସ୍ଥାନୀୟ ବୁଢାରଜା ମନ୍ଦିରରୁ ଘୁମୁରା ବାଦ୍ୟ ସହ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଉତ୍ସଵ ମଣ୍ଡପରେ ପହଁଚି ଥିଲେ l ଏହି ମଞ୍ଚ ରେ ନର୍ଲା ସରପଞ୍ଚ ତନୁଜା ହରପାଲ, ସମିତି ସଭ୍ୟ ସୁଦାମ ଝାଙ୍କର,, ସମେତ ସମ୍ମାନୀତ ଅଥିତି ଭାବେ ରେଖପୁର ଗ୍ରାମର ବରିଷ୍ଠ ନାଗରିକ ଟଙ୍କ ଧର ଭୋଇ, ନର୍ଲା ର ବରିଷ୍ଠ ନାଗରିକ ସତ୍ୟନାରାୟଣ ପାତ୍ର, ଚନ୍ଦ୍ର ଚାନ୍ଦ, ପୋଲିସ ଅଧିକାରୀ ତ୍ରିଲକ୍ଷ୍ୟ ହରପାଲ, ନାଏବ ସରପଞ୍ଚ ଟୁନା ପୋଢ଼ ପ୍ରମୁଖ ଉପସ୍ଥିତ ରହି ମଞ୍ଚ ରେ ମଶାଲ ସ୍ଥାପନ କରି ପ୍ରଦୀପ ପ୍ରଜ୍ୱଳନ କରିବା ପରେ କଲାହାଣ୍ଡି ଉତ୍ସଵ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା lଏହି ଅବସରରେ ପଂଚାୟତ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ସାଧାରଣ ଜ୍ଞାନ ରଚନା, ବକୃତା, ଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଅଂଚଳ ର ମହିଳା ମାନଙ୍କ ମଧ୍ୟରେ ହୁଲୁହୁଲି, ଝୋଟି ଓ ଶଙ୍ଖ ବାଦନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ଉତ୍ସଵର ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ନର୍ଲା ପଂଚାୟତ ସମିତି ଅଧକ୍ଷ୍ୟା ଶ୍ରୀମତୀ ମନୋରମା ମହାନ୍ତି, ସମାନ୍ୱିତ ଅତିଥି ଭାବେ ଉପାଧ୍ୟାକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ରୋଡ଼ ମହାବିଦ୍ୟାଳୟ ର ଅଧ୍ୟାପକ ସରୋଜ ଜେନା ପ୍ରମୁଖ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତଯୋଗୀ ଙ୍କୁ ପୁରସ୍କୃତ କରି ଥିଲେ lଏବଂ ଶେଷ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଘୁମୁରା ବାଦ୍ୟ ରେ ରେ ମଞ୍ଚ ଦୁଲୁକି ଥିଲା l ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ଶରତ କୁମାର ଭୋଇ, ଅର୍ଜୁନ ବାଗ ଓ ଅଂଚଳ ର କବି ଅରୁଣ କୁମାର ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଆବାହକ ନର୍ଲା ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ରବି କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଗ୍ରାମ ରୋଜଗାର ସେବକ ଆୟୁଷ୍ମାନ ବୁଦ୍ଧିଆ, ଯୋଗାଣ ସହାୟକ ଜିତେନ୍ଦ୍ର ସେନାପତି, କର୍ମଚାରୀ ବିଶ୍ୱାଳ ସାହାଣୀ ଓ ରୋମାଞ୍ଚଳ ମାଝୀ ସହ ପଂଚାୟତ ସମିତି ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ସହଯୋଗରେ ଉତ୍ସଵ ସଫଳ ହୋଇ ଥିଲା

ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ

Related posts

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନେଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର

Sunil Chandra Nayak

ଜର୍ମାନୀରେ ଆରମ୍ଭ ହେଇଥିବା ଆର୍ନ୍ତଜାତୀୟ ଧାତବ ବାଣିଜ୍ୟ ମେଳା ରେ କଳାହାଣ୍ଡି ର ଯୁବଦ୍ୟୋଗୀ ବିଭୁ ପ୍ରସାଦ

Sunil Chandra Nayak

ବସ କର୍ମଚାରୀଙ୍କୁ ମାଡ ମାରିଥ‌ିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି 

masiha

Leave a Comment

error: Content is protected !!