ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମେଡ଼ିକାଲରେ ବିପତ୍ତି ମୁକାବିଲା ପାଇଁ ମକ୍ ଡ୍ରିଲ ଦେଖାଇଲା ଅଗ୍ନିଶମ ବିଭାଗ

କାମାକ୍ଷାନଗର(ମ ନି ସ)୦୯/୦୧/୨୩_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ବିପତ୍ତି ମୁକାବିଲା ପାଇଁ ମକ୍ ଡ୍ରିଲ କରି ସଚେତନତା ଅଭିଯାନ ଆରମ୍ଭ କରିଛି କାମାକ୍ଷାନଗର ଅଗ୍ନିଶମ ବାହିନୀ । କୌଣସି ବିପତ୍ତି ଆସିଲେ ତାହାକୁ କିପରି ଭାବେ ମୁକାବିଲା କରାଯିବ ଏବଂ ସେଫ୍ଟି ବ୍ୟବସ୍ଥା କୁ ସଠିକ ପରିଚାଳନା କରାଯିବ ସେ ନେଇ ମକ୍ ଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା । କାମାକ୍ଷାନଗର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆଜି ଏହାର ଡେମୋ ଦେଖାଇଥିଲେ । ଯାହା ଆଗାମୀ ଦିନରେ ମେଡ଼ିକାଲରେ କୌଣସି ବିପତ୍ତି ଆସିଲେ ତାହାର ମୁକାବିଲା ହୋଇ ପାରିବ । ଏହି ମକ୍ ଡ୍ରିଲ କାର୍ଯ୍ୟକ୍ରମରେ ମେଡ଼ିକାଲର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସ୍କୁଲ ପୋଷାକ ବଣ୍ଟନରେ ବ୍ୟାପକ ଦୁର୍ନୀତି , ଦୁର୍ନୀତିକୁ ଲୁଚାଇବାକୁ ସାମ୍ବାଦିକଙ୍କୁ ଦେଖାଉଛନ୍ତି ଲୋଭ

Sunil Chandra Nayak

କୀଟ ନାଶକ ଔଷଧ ଖାଇ ଛାତ୍ରୀ ମୃତ୍ୟୁ 

masiha

ବଲାଙ୍ଗୀର ଜିଲ୍ଲା ରେ ଭାରତ ବନ୍ଦ ଡାକରା ପ୍ରଭାବ ଏସ. ସି /ଏସ. ଟି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶାଳ ଶୋଭାଯାତ୍ରା. ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!