ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠା ୧୨ ଓ ୧୩ ନମ୍ବର ୱାର୍ଡ଼ ବାସୀଙ୍କୁ ମିଳିଲା ଶୁଦ୍ଧ ପାନୀୟ ଜଳ

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠା ୧୨ ଓ ୧୩ ନମ୍ବର ୱାର୍ଡ଼ ବାସୀଙ୍କୁ ମିଳିଲା ଶୁଦ୍ଧ ପାନୀୟ ଜଳ

ବେଲଗୁଣ୍ଠା,୦୫/୦୮ ବେଲଗୁଣ୍ଠା ଏନ.ଏ.ସି. ଅନ୍ତର୍ଗତ ୧୨ ଏବଂ ୧୩ ନମ୍ବର ୱାର୍ଡ ଭଗବତପାଟଣା ଓ ଧନିଜାପଲ୍ଲୀରେ ଗତ କିଛି ଦିନ ହେବ ପାନୀୟ ଜଳ ଯୋଗାଣ ଗୋଳିଆ ପାଣି ଆସୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ କିଛି ସ୍ଥାନୀୟ ବାସିନ୍ଦା ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।ଏହି ଘଟଣା ସାମ୍ନାକୁ ଆସିବା ପରେ ୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟରଞ୍ଜନ ଦାଶ ଏହାକୁ ଗୁରୁତର ସହ ଗ୍ରହଣ କରି ସେ ତୁରନ୍ତ ସୋରଡା ବିଧାୟକ ନୀଳମଣି ବିଷୋୟୀ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଏବଂ ଏନ.ଏ.ସି. ନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଖବର ପାଇବା ପରେ ବିଧାୟକ ନୀଳମଣି ବିଷୋୟୀ ଏହାକୁ ଅତି ଗୁରୁତର ସହ ନେଇ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ତତ୍କାଳ ଟ୍ୟାଙ୍କର ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଥିଲା। ଘଟଣା ପ୍ରକାଶ ପାଇବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଉଭୟ ୱାର୍ଡରେ ଶୁଦ୍ଧ ପାଣି ପହଞ୍ଚିବା ପରେ ଜନସାଧାରଣ ଆଶ୍ୱସ୍ତି ଅନୁଭବ କରିଥିଲେ।ବିଧାୟକଙ୍କ ଏଭଳି ତତ୍ପରତା ଓ ଦ୍ରୁତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଭୂୟାଁସୀ ପ୍ରଶଂସା କରାଯାଇଛି। ଏହା ସହିତ ସମସ୍ୟାର ସମଧାନ ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥିବା ୨ ନମ୍ବର ୱାର୍ଡ କାଉନସିଲର ଶ୍ରୀ ଦାଶଙ୍କ କର୍ମତତ୍ପରତାକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ପୂର୍ବରୁ ଗୋଳିଆ ପାଣି ସମସ୍ୟା ନେଇ ଭିଡିଓ ଭାଇରାଲ କରିଥିବା ସ୍ଥାନୀୟ ଲୋକେ, ବର୍ତ୍ତମାନ ତୁରନ୍ତ ଶୁଦ୍ଧ ପାଣି ପାଇବା ପରେ ପୁନର୍ବାର ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରି ଭିଡିଓ ସେୟାର କରିଛନ୍ତି ଏବଂ ମାନ୍ୟବର ବିଧାୟକ ଓ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି ।

Related posts

ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ବସ୍ତାରେ କୋର୍ଟ ଚାଲିଥିବା ବେଳେ ଅଘଟଣ ‐ଫ୍ଯାନ ଖସିପଡି ସରକାରୀ ଓକିଲ ଗୁରୁତର 

Sunil Chandra Nayak

କାଳ ବୈଶାଖୀ ତାଣ୍ଡବ ଗୋବର୍ଲା ବିଦ୍ୟାଳୟରୁ ଉଡିଲା ଛାତ

Sunil Chandra Nayak

Leave a Comment

error: Content is protected !!