ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷୀୟାନ ଆଇନଜୀବୀ ଶ୍ରୀନିବାସ ଅଗ୍ରୱାଲ ଙ୍କ ଦେହାନ୍ତ

ବର୍ଷୀୟାନ ଆଇନଜୀବୀ ଶ୍ରୀନିବାସ ଅଗ୍ରୱାଲ ଙ୍କ ଦେହାନ୍ତ

ଧର୍ମଗଡ ଅଞ୍ଚଳର ବର୍ଷୀୟାନ ଆଇନଜୀବୀ,ବରିଷ୍ଠ ନାଗରିକ ଶ୍ରୀନିବାସ ଅଗ୍ରୱାଲ ଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି।

ଆଜି ଅପରାହ୍ନ ୪.୪୫ ମି ସମୟରେ ସ୍ଥାନୀୟ ଡାକ୍ତରଖାନାରେ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ପରଲୋକ ଘଟିଛି l ସେ ଜଣେ ପରୋପକାରୀ ତଥା ମେଳାପି ବ୍ୟକ୍ତି ତଥା ଅଭିଜ୍ଞ ଆଇନଜୀବି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ସାମ୍ୱାଦିକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ସେ ବଡ ବାପା ଅଟନ୍ତି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ଧର୍ମ ପତ୍ନୀ ମୀରା ଦେବୀ ଅଗ୍ରୱାଲ, ପୁଅ ଆନନ୍ଦ ଅଗ୍ରୱାଲ,ପୁତ୍ରବଧୂ ମମତା ଅଗ୍ରୱାଲ, ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ଧର୍ମଗଡ଼ ଓକିଲ ସଙ୍ଘ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପକ୍ଷରୁ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି। ଆସନ୍ତା କାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ

masiha

ଆରଏସପି ୧୯୯୩ ବ୍ୟାଚ ଆପ୍ରେଣ୍ଟିସ ଙ୍କ ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ରାୟଗଡ଼ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ସି ଏମ କିଷାନ ସହାୟତା ରାଶି ହସ୍ତାନ୍ତର

Sunil Chandra Nayak

Leave a Comment

error: Content is protected !!