ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିସି ଏଣ୍ଡ ପିଏନଣ୍ଡିଟି ଆକ୍ଟ ଅନୁସାରେ ଅଲ୍ଟ୍ରାସାଉଣ୍ଡ ମେସିନ ଚାଲିବା ନେଇ ପ୍ରସାନିକ ବୈଠକ

ଆଜି କୋରାପୁଟ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ କୋରାପୁଟ ଜିଲ୍ଲାରେ କିପରି ପିସି ଏଣ୍ଡ ପିଏନଣ୍ଡିଟି ଆକ୍ଟ ଅନୁସାରେ ଅଲ୍ଟ୍ରାସାଉଣ୍ଡ ମେସିନ ଚାଲିବ ତାହା ଉପରେ କୋରାପୁଟ ଜିଲ୍ଲାପାଳ କୋଂଫେରେନ୍ସେ ହଲ ରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଅବଦଲ ଏମ ଅଖତର,ଡିଏସପି ଶ୍ରୀ ସଞ୍ଜୟ କୁମାର ମଣ୍ଡଳ, CDM & PHO ଡାକ୍ତର ଅରୁଣ କୁମାର ପାଢ଼ୀ, ଲିଙ୍ଗ ନିରୂପଣ ଏକ ଅପରାଧ ଏବଂ ଯଦି କେହି ଏପରି କରୁଥିବେ ତାହା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଥିଲେ ।କୋରାପୁଟ ଜିଲ୍ଲାରେ ବର୍ତ୍ତମାନ 14ଟି ଅଲ୍ଟ୍ରାସାଉଣ୍ଡ UNIT କାମ କରୁଛି ।ଲୋକଙ୍କ ସୁବିଧା ପାଇଁ ବୋରିଗୁମ୍ମା, ଲଷ୍ମୀପୁର ରେ ଆରମ୍ଭ ହେବ ଅଲ୍ଟ୍ରାସାଉଣ୍ଡ ଟେଷ୍ଟ । ଅଲ୍ଟ୍ରାସାଉଣ୍ଡ ମେସିନ ବୋରିଗୁମ୍ମା ଏବଂ ଲଷ୍ମୀପୁର ରେ ପହଂଚି ଯାଇଛି ଏବଂ ବିଶେଷଜ୍ଞ ଡାକ୍ତର ଏହି ଅଲ୍ଟ୍ରାସାଉଣ୍ଡ ପରୀକ୍ଷା କରିବେ। ଏହା ଦ୍ୱାରା ଜିଲ୍ଲାର ବନ୍ଧୁଗାଁ ,ନାରାୟଣପାଟଣା , ଦସମନ୍ତପୁର , କୋଟପଡ଼ ପରି ବ୍ଲକର ଅନେକ ଲୋକ ଉପକୃତ ହୋଇ ପାରିବେ । ନନ୍ଦପୁର ଏବଂ ମାଥାଲପୁଟ,କୋଟପଡ଼ ଏବଂ ବୋଇପାରିଗୁଡା ଠାରେ ଅଲ୍ଟ୍ରାସାଉଣ୍ଡ ମେସିନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସୁରକ୍ଷିତ ମାତୃତ୍ୱ ଉପରେ ଗୁରୁତ୍ୱ ଦେଇ PMSMA ପ୍ରୋଗ୍ରାମ ଦ୍ୱାରା ଜିଲ୍ଲାରେ ଥିବା ସମସ୍ତ ବେସରକାରୀ ଅଲ୍ଟ୍ରାସାଉଣ୍ଡ ସେଣ୍ଟର ରେ ମାଗଣାରେ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ହେବ। ପିସି & ପିଏନଣ୍ଡିଟି ଏକ ଟାସ୍କଫୋର୍ସ କମିଟି ମେମ୍ବର ଦ୍ୱାରା କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ପରିଦର୍ଶନ କରିବା ପାଇଁ ଯୋଜନା କରିବା ପାଇଁ ସ୍ଥିର ହୋଇଛି । ଯଦି କେହି ଲିଙ୍ଗ ନିରୂପଣ କରୁଛନ୍ତି, ତାଙ୍କୁ ଧରା ଯିବା ସହ ଆଇନ ଅନୁଯାୟୀ ଦଣ୍ଡ ଦିଆ ଯିବ। ଜୟପୁର ମୁଖ୍ୟ ଚିକିତ୍ସାଲୟ ର ଡାକ୍ତର ଶ୍ରୀ ଐଶ୍ୱୟ ପୃଷ୍ଟି, ଶିଶୁ ବିଶେଷଜ୍ଞ ଶ୍ରୀ ଅଶୋକ ମଲିକ ଏବଂ ସହିଦ ଲକ୍ଷଣ ନାୟକ ମେଡ଼ିକାଲ କଲେଜ ର ଡାକ୍ତର ରାଧା ପାଣିଗ୍ରାହୀ, APP ଓକିଲ ଶ୍ରୀ PK padhi ,ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ସ୍ୱରାଜ ସୀସା ,DPM ଶ୍ରୀ ଶୁଭକାନ୍ତ ଗନ୍ତାୟତ୍ତ, SI ବାଳକୃଷ୍ଣ ମଣ୍ଡଳ, SLN ମେଡ଼ିକାଲ କଲେଜ ହସ୍ପିଟାଲ ମେନେଜର ଶ୍ରୀମତୀ ସଙ୍ଗୀତ ସାମଲ , ରୂପସୀ ମଧୁମିତା ନାୟକ ଏବଂ Assistant manager ସୂର୍ଯ୍ୟ ମହାପାତ୍ର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ଵାଚନ: ସନ୍ତୋଷ ମିଶ୍ର ସଭାପତି, ତପନ କୁମାର ସିଂ ସମ୍ପାଦକ 

ଢେପାଗୁଡ଼ା ଗାଁ ନିକଟରେ ଥିବା ଅଧପନ୍ତରିଆ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

masiha

ଧର୍ମଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ: ବିଭିନ୍ନ ମାମଲାର ସମାଧାନ, ଲକ୍ଷାଧିକ ଟଙ୍କା ଆଦାୟ

Leave a Comment

error: Content is protected !!