ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃତ୍ୟାଳୟ କଥକ କଳାକେନ୍ଦ୍ର ଦ୍ୱାରା ନୃତ୍ୟ ତରଙ୍ଗ ଆୟୋଜିତ 

ନୃତ୍ୟାଳୟ କଥକ କଳାକେନ୍ଦ୍ର ଦ୍ୱାରା ନୃତ୍ୟ ତରଙ୍ଗ ଆୟୋଜିତ 

ରାଉରକେଲା: ନୃତ୍ୟାଳୟ କଥକ କେନ୍ଦ୍ର ଦ୍ବାରା ନୃତ୍ୟ ତରଙ୍ଗ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ରେ ମୁଖ୍ୟଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ , ସମ୍ମାନୀତ ଅତିଥି ରେ ଜର୍ମାନ ରୁ ଆସିଥିବା ଗୁରୁ ବିଦୁଷି ଦୁର୍ଗା ଆର୍ୟା ଯୋଗଦେଇ ଥିଲେ। ଏହି ଅବସରରେ ଗୁରୁ ଶ୍ରୀମତୀ ଆର୍ୟା ଙ୍କ ନୃତ୍ୟ ସମସ୍ତ ଦର୍ଶକ ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେହିପରି ବଂଶୀ ବାଦନରେ ଗୁରୁ ନରେନ୍ଦ୍ର ନାୟକ, ତବଲା ରେ ଗୁରୁ ଅଭୟକାନ୍ତ ଚୌଧୁରୀ, ଯୁବ କଳାକାର ଆରାଧ୍ୟା ପଣ୍ଡା, ଦିବ୍ୟତେଜ ମହନ୍ତ, ସାଇକୃଷ୍ଣ ଶ୍ରୀଚନ୍ଦନ ଏବଂ ଜ୍ୟୋତି ରଞ୍ଜନ ଦାସ ଙ୍କ ସହଯୋଗ କାର୍ଯ୍ୟକ୍ରମ କୁ ରସାଳିତ କରିଥିଲା। ସେହିପରି ଗୁରୁ ପି ସୌଜନ୍ୟା ଏବଂ ତାଙ୍କ ଅନୁଷ୍ଠାନ ର କଳାକାର ମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଗତ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି ନୃତ୍ୟ ତରଙ୍ଗ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ କଥକ କଳାକାର ମାନଙ୍କୁ ନେଇ ଆୟୋଜିତ କରାଯାଇଥିଲା । କାଞ୍ଚନ ଧର ଙ୍କ ସଂଯୋଜନାରେଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରୀୟ ଟିମର କୋରାପୁଟ ଜିଲ୍ଲା ଗସ୍ତ  ପିଏମ ଆୱାର୍ଡ଼ ନିମନ୍ତେ କରୁଛନ୍ତି ଆକଳନ 

masiha

ବାଇକରୁ ପଡି ଯୁବକ ମୃତ 

masiha

ଆକାଶବାଣୀ ଓ ଦୂରଦର୍ଶନ କଳାକାର ସଂଘ ର ସମାବେଶ 

masiha

Leave a Comment

error: Content is protected !!