ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀତି ଆୟୋଗ ବୈଠକ

ଡାବୁଗାଁ, ୧୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଡିଓ ଙ୍କ କାର୍ଯ୍ୟ|ଳୟ ପ୍ରକୋଷ୍ଠରେ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନୀତି ଆୟୋଗ କାର୍ଯ୍ୟକ୍ରମ ସଂଯୋଜକ ଦେବବ୍ରତ ଆଚାର୍ଯ୍ୟ ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟି, କୃଷି, ଅର୍ଥନୈତକ ଓ ସାମାଜିକ ଉନ୍ନତି ଆଦି ବିଷୟରେ ନିର୍ଦ୍ଧାରିତ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ଉକ୍ତ ମାନଦଣ୍ଡ ଗୁଡିକ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ଉପରେ ଆଲୋଚନା ହୋଇଥିଲା | ଏହି ବୈଠକରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ବ୍ଲକ ଶିକ୍ଷା ଅଧିକାରୀ ସିବା ଶଙ୍କର ମଣ୍ଡଳ, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସଂଜୀବ କୁମାର ସେଠୀ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ବିଆରସି ରାଜକିଶୋର ଦାସ, ଆଇସିଡିଏସ ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, କୁନମୁନ ସେନାପତି, ରୋଜାଲିନୀ ପ୍ରଧାନ ଓ ସାଇରା ବାନୁ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୌଳିକ ଅଧିକାରରୁ ବାରମ୍ବାର ବଞ୍ଚିତ,ପ୍ରଶାସନର ନିଦ ଭାଙ୍ଗୁନି

masiha

ପ୍ରଜାପିତା ବ୍ରହ୍ମlକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେଣ୍ଟକlର ଶାଖା ତରଫରୁ ରକ୍ଷା ବନ୍ଦନ 

Sunil Chandra Nayak

ବାଘୁଆ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ସଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!