ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ରାଉରକେଲା/ ସେକ୍ଟର ୬ ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଦିକବି ସାରଳା ଦାସ, ଶାରଳା ସାହିତ୍ୟ ଓ ଶାରଳା ଠାକୁରାଣୀଙ୍କ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆର୍ତ୍ତ ଭଞ୍ଜନ ମଲ୍ଲିକଙ୍କ ସଭାପତିତ୍ବ, ସାଧାରଣ ସଂପାଦକ ଅରକ୍ଷିତ କୁମାର ପାତ୍ରଙ୍କ ଆବାହକତ୍ବ ଓ ଉପସଭାପତି ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ବାର୍ଷିକୋତ୍ସବରେ ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟଅତିଥି, ଉପଦେଷ୍ଟା ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଓ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ନିୟନ୍ତ୍ରକ ପ୍ରଧ୍ୟାପକ ଶୁଭ୍ରାଂଶୁ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାହିତ୍ୟ ପ୍ରତି ପ୍ରତିବଦ୍ଧତା କୁ ସାଧୁବାଦ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ମହାନ୍ତି କାର୍ଯ୍ୟକ୍ରମର ସଫଳତା ଅନୁଷ୍ଠାନର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଦେଇଥିବା ବଳେ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ଆଗାମୀ ଦିନରେ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ପ୍ରଧ୍ଯାପକ ଶ୍ରୀ ବେହେରା ଆଲୋଚ୍ୟ ବିଷୟ ସାରଳା ସାହିତ୍ୟ ଉପରେ ଆଲୋଚନା କରି କହିଲେ ଯେ କବିର ଅନ୍ତଃଦୃଷ୍ଟି ନରହିଲେ କବି ହୋଇପାରିବ ନାହିଁ । ସେହିପରି ଜାତିର ଶ୍ରେଷ୍ଠ ପରିଚୟ ଭାଷା ଓ ସଂସ୍କୃତି ବୋଲି ମତ ରଖିଥିଲେ । ଆଦିକବି ସାରଳା ଦାସଙ୍କ ଭାଷା ନିଆରା ଓ ମାର୍ମିକ ତଥା ଶାରିରୀକ, ମାନସିକ ଓ ଆତ୍ମିକ ଶିକ୍ଷାର ବୃଦ୍ଧି ନହେଲେ ଶିକ୍ଷା ନିରର୍ଥକ ବୋଲି କହିଥିଲେ । ଏହି ଅବସରରେ ଡଃ ନଗେନ ଦାସଙ୍କୁ ଆଦିକବି ସାରଳା ଦାସ ସମ୍ମାନ, ନାଟ୍ଯକାର ଶରତକୁମାର ଦାସଙ୍କୁ ଶାରଳା ସମ୍ମାନ ଓ ସମାଜସେବୀ ଅଶୋକ ଅଗ୍ରୱାଲଙ୍କୁ ଶାରଳା ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ପଞ୍ଚାନନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ପଟ୍ଟନାୟକ ଓ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସେହିପରି ମା ବାସନ୍ତୀକ ଦୁର୍ଗୋତ୍ସବ ମହାସମାରୋହରେ ପାଳିତ ହେଉଛି। ପୂଜକ ଭାବେ ପଣ୍ଡିତ ଉପେନ୍ଦ୍ର କୁମାର ନନ୍ଦ, ପଣ୍ଡିତ ଅକ୍ଷୟ କୁମାର ମିଶ୍ର ଓ ପଣ୍ଡିତ ନଳିନୀକାନ୍ତ ପାଣିଗ୍ରାହୀ ତଥା କର୍ତ୍ତା ଭାବେ ପ୍ରତାପ ଚନ୍ଦ୍ର ପତି ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିପରି ବାଦୀପାଲା ରେ ବୃନ୍ଦାବନ ପଣ୍ଡା ଓ ଗାୟକ ଗୌରବ ସୁବାସ ଚନ୍ଦ୍ର ରାୟ ପାଲା ପରିବେଷଣ କରିଛନ୍ତି । ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବସ୍ତା ବିଦ୍ୟୁତ୍ ଡିଭିଜନ ରେ ଲାଇନ୍ ମ୍ୟାନ ଦିବସ ପାଳିତ

masiha

ଅଘୋଷିତ କବିତା ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ 

masiha

Leave a Comment

error: Content is protected !!