ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଢେଙ୍କାନାଳ ୪୨ତମ ବାର୍ଷିକ ଉତ୍ସବ 

ଢେଙ୍କାନାଳ, ୨୯୮୩: ଢେଙ୍କାନାଳ ସହର ମଧ୍ୟସ୍ଥ ଭାଗିରଥୀ ସାଗର ଠାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ଉପଜିଲ୍ଲାପାଳ କୁମାରୀ ସ୍ନିଗ୍ଧାରାଣୀ ଧଳ ମୁଖ୍ୟ ଅତିଥ୍‌ ଓ ଢେଙ୍କାନାଳ ଏସ୍.ଡି.ପି.ଓ. ସୂର୍ଯ୍ୟମଣି ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ଗୋବର୍ଦ୍ଧନ ସାହୁ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥ୍‌ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ମାଧ୍ୟମରେ ସମାଜର ପରିବର୍ତନ କିଭଳି ସମ୍ଭବ ହୋଇପାରିବ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା ବିଷୟରେ ପରାମର୍ଶ ଦେବା ସହିତ ସମାଜକୁ ମଧ୍ୟ ପଢା ସହିତ ସମ ପରିମାଣର ଗୁରୁତ୍ବ ଦେବା ଦରକାର । ଅନୁଷ୍ଠାନର ଅଧ୍ୟକ୍ଷ ସ୍ଵାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ୨୦୨୧-୨୨ ଶିକ୍ଷା ବର୍ଷରେ ୯୦% ରୁ ଉର୍ଦ୍ଧ୍ବ ନମ୍ବର ରଖୁଥିବା ଛାତ୍ରୀ ଜ୍ୟୋତିର୍ମୟୀ ପ୍ରିୟଦର୍ଶିନୀ, ସୁନିତା ମିଶ୍ର, ରୁନିତା ମିଶ୍ର ଓ ଛାତ୍ର ଶୁଭକେତନ ମଲିକ ବ୍ୟାଡମିଂଟନରେ ରାଜ୍ୟସ୍ତରୀୟ ସର୍ଣ୍ଣ ପଦକ ପାଇଥିବାରୁ ମୁଖ୍ୟ ଅତିଥ୍‌ ଓ ଅନ୍ୟ ଅତିଥିମାନେ ପ୍ରମାଣପତ୍ର ଦେବା ସହ ସମ୍ବର୍ଦ୍ଧନା କରିଥିଲେ । ଶେଷରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଉତ୍ତରାଖଣ୍ଡର ଟନେଲ ରେ ଫସି ରହିଥିବା ପୁଅକୁ ସୁରକ୍ଷିତ ଉଦ୍ଧାର କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

masiha

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୭ ଦିନରେ ପହଞ୍ଚିଲା ଧାରଣା

masiha

ଥୁଆମୂଳରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!