ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭତ୍ତା, ରାସନ୍ କାର୍ଡ ସମେତ ୯ ଦଫା ଦାବି ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବିପତ୍ର  ବି. ଭି. ଗିରି ଓ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ମଞ୍ଚର ପ୍ରସ୍ତାବ 

ଭତ୍ତା, ରାସନ୍ କାର୍ଡ ସମେତ ୯ ଦଫା ଦାବି ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବିପତ୍ର 

ବି. ଭି. ଗିରି ଓ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ମଞ୍ଚର ପ୍ରସ୍ତାବ 

ବ୍ରହ୍ମପୁର,୨୩/୦୭ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚ ଆବାହକ ତଥା ଆଇନଜୀବୀ ଅବନୀ ଗୟାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କମିଶନରଙ୍କ ଅନୁପସ୍ଥିତିରେ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ାଙ୍କୁ ଭେଟି ବ୍ରହ୍ମପୁର ସହରରେ ଦୀର୍ଘଦିନ ଧରି ଲାଗି ରହିଥିବା ମୌଳିକ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତାର ରାଶି ତୁରନ୍ତ ବୃଦ୍ଧି କରିବା, ଗତ ୨ ବର୍ଷ ଧରି ସ୍ଥଗିତ ଥିବା ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା, ଦୀର୍ଘ ମାସ ଧରି ଅପେକ୍ଷା କରିଥିବା ଆବେଦନକାରୀଙ୍କୁ ତୁରନ୍ତ ରାସନ୍ କାର୍ଡ ଦିଆଯିବା, କୋଭିଡ ସମୟରେ ବିନା ମୁନିସପାଲ କାଉନସିଲରେ ବୃଦ୍ଧି କରାଯାଇଥିବା ଘର ଟିକସକୁ ପ୍ରତ୍ୟାହାର କରିବା, ସହରରେ ମୃତ ପଶୁଙ୍କ ଶରୀର ଦହନ ନିମନ୍ତେ ବୈଦ୍ୟୁତିକ ଦହନ ଯନ୍ତ୍ର ସ୍ଥାପନ କରିବା,ବ୍ରହ୍ମପୁର ସହର ବାହାରେ ଅବସ୍ଥିତ ବିଭିନ୍ନ ଗୋଶାଳl ରେ ସିସି ଟିଭି ଲଗାଇ ପଶୁଙ୍କ ଯତ୍ନ ଓ ସୁରକ୍ଷାର ନିୟମିତ ତଦାରଖ କରାଯିବା,ପରିବେଶ ଓ ପଶୁଙ୍କ ଜୀବନ ରକ୍ଷା ପାଇଁ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା,ବ୍ରହ୍ମପୁରର ଗର୍ବ ତଥା ପୂର୍ବତନ ରାଷ୍ଟ୍ରପତି ଡ. ବରାହାଗିରି ଭେଙ୍କଟ ଗିରିଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଗିରିରୋଡ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପନ କରିବା,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ଆଦି ୯ ଗୋଟି ପ୍ରମୁଖ ଦାବୀ ଉପସ୍ଥାପନ କରଯାଇଛି l ସୂଚନା ଯୋଗ୍ୟ ଯେ, ଡ. ବି.ଭି.ଗିରି ଭାରତର ଚତୁର୍ଥତମ ରାଷ୍ଟ୍ରପତି ଥିଲେ l ବ୍ରହ୍ମପୁରର ସନ୍ତାନ ତଥା ବ୍ରହ୍ମପୁର ଗର୍ବ ବୋଲି ସେ ଜନ ମାନସରେ ପରିଚିତ l ସେ ଭାରତର ସବୁଠାରୁ ବଡ ଶ୍ରମିକ ନେତାମାନଙ୍କ ମଧ୍ୟରୁ ଜଣେ। ସେ ସର୍ବ ଭାରତୀୟ ଟ୍ରେଡ୍ ୟୁନିଅନ କଂଗ୍ରେସର ସଭାପତି ଥିଲେ। ଗାନ୍ଧୀଜୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ l ମାଦ୍ରାସ ପ୍ରେସିଡେନ୍ସିରେ ଶ୍ରମ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଥିଲେ। ସେ ଉତ୍ତର ପ୍ରଦେଶ, କେରଳ ଓ ମହୀଶୂରର ରାଜ୍ୟପାଳ ଭାବେ କାମ କରିଥିଲେ। ଓଡ଼ିଶାର ଲୋକଙ୍କ ସମସ୍ୟାକୁ ସେଠାରେ ବି ଉଠାଉଥିଲେ। ଭାରତରେ ଶ୍ରମ ଆଇନ ଓ ଶ୍ରମିକଙ୍କ ଅଧିକାର ପାଇଁ ସେ ଯେଉଁ କାମ କଲେ ତାହାର ଫାଇଦା ବ୍ରହ୍ମପୁର ବୁଣା ଶ୍ରମିକ ଓ କାରଖାନା ଶ୍ରମିକମାନେ ବି ପାଇଥିଲେ l ୧୯୬୯ ରେ ସେ ଭାରତର ମହାମହିମ ରାଷ୍ଟ୍ରପତି ହୋଇଥିଲେ। ଜଣେ ଓଡ଼ିଆ ଭାବେ ସମଗ୍ର ଦେଶର ସର୍ବୋଚ୍ଚ ପଦବୀକୁ ଯାଇ ବ୍ରହ୍ମପୁରର ନାମ ଉଜ୍ଜ୍ୱଳ କରିଥିଲେ। ଡ. ଗିରି ବ୍ରହ୍ମପୁରକୁ ଦେଶ ଓ ବିଶ୍ୱର ମାନଚିତ୍ରରେ ପହଞ୍ଚାଇଲେ l ତାଙ୍କ ନାମରେ ବ୍ରହ୍ମପୁର ସହରରେ ସ୍କୁଲ ଓ ରାସ୍ତା ଅଛି ସତ ହେଲେ ତାଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିହାତି ଆବଶ୍ୟକ ବୋଲି ମଞ୍ଚ ପ୍ରତିନିଧି ମାନେ ଆଜି ଯୁକ୍ତି ବାଢିଥିଲେ l ଆଜି ମଞ୍ଚର ପ୍ରତିନିଧି ଦଳରେ ସମ୍ପାଦକ ଆର୍. ସତ୍ୟ ନାରାୟଣ ରାଓ,ଉପଦେଷ୍ଟା ସlଲl କେଶବ ଲିଙ୍ଗମ,ସମାଜସେବୀ ମନୋଜ କୁମାର ତରାଇ, ଆପ୍ ନେତା ଆଦିତ୍ୟ ନାରାୟଣ ରଥ, କିଶୋର ଚନ୍ଦ୍ର ପାତ୍ର, ଗୁଣନିଧି ବେହେରା,ମହେଶ୍ୱର ବାଡତ୍ୟା, ପୂଜ୍ୟ ପୂଜା ସମିତି ସମ୍ପାଦକ ଏସ. ସାମ୍ବଶିବା ରାଓ, ଜୟକୃଷ୍ଣ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Related posts

ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

masiha

ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ 

masiha

ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ସ୍ଵାଗତ ଓ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!