ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ୍ଞାନ ବିକାଶ ଇଂଲିଶ ମିଡିଅମ ସ୍କୁଲ ପକ୍ଷରୁ ନିଟ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

ଜ୍ଞାନ ବିକାଶ ଇଂଲିଶ ମିଡିଅମ ସ୍କୁଲ ପକ୍ଷରୁ ନିଟ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

ଜଳେଶ୍ଵର,୨୩/୭(ମନିସ)-ଚଳିତ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ୧୭୬୪୪ ରାଙ୍କ ରଖି କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଥିବା ଆରୁହା ହର ପ୍ରସାଦ ଏକାଡେମୀର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାସଙ୍କ ଏକମାତ୍ର ପୁଅ ଦେବ ପ୍ରସାଦ ଦାସଙ୍କୁ ଆଜି ଅପରାହ୍ନରେ ଜଳେଶ୍ଵର ଚକ ଅର୍ଜୁନୀ ଠାରେ ଅବସ୍ଥିତ ଜ୍ଞାନ ବିକାଶ ଇଂଲିଶ ମିଡିଅମ ସ୍କୁଲ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଗୋପୀ କିଶନ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଅନୁଷ୍ଠାନର ପରିଚାଳନା କମିଟି ଏମ୍.ଡି ଲେଲିନ କୁମାର ପ୍ରଧାନ ଯୋଗଦେଇ ଦେବ ପ୍ରସାଦଙ୍କ କୃତିତ୍ୱ କେବଳ ଆରୁହା ନୁହେଁ ସମଗ୍ର ଜଳେଶ୍ଵର ଅଞ୍ଚଳର କୃତିତ୍ୱ ବୋଲି ବର୍ଣ୍ଣନା କରିଥିଲେ।ମୁଖ୍ୟବକ୍ତା ରୂପେ ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା,ସମ୍ମାନିତ ଅତିଥି ରୂପେ ଶିକ୍ଷକ ଶମ୍ଭୁନାଥ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦେବ ପ୍ରସାଦଙ୍କ ଭଉଣୀ ପ୍ରତିଭା ମଞ୍ଜରୀ ଦାସ, ଶିକ୍ଷୟତ୍ରୀ ଆରାଧନା ଦାସ ମହାପାତ୍ର,ଶତାବ୍ଦୀ ଶେଖର ପାତ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।ଶେଷରେ ଶିକ୍ଷକ ବିଭୁପଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଦେବ ପ୍ରସାଦଙ୍କୁ ଉତ୍ତରୀୟ,ଉପହାର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା ସ୍ଥିତ ମଧୁ ମାଧବ ତୀର୍ଥକ୍ଷେତ୍ର କୁ ଶ୍ରୀରାମ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା

masiha

ଶ୍ରାଦ୍ଧ ପାଳନ ବେଳେ ଦୁଃଖଦ ଘଟଣା : ଖାଦ୍ୟ ବିଷାକ୍ତ ଯୋଗୁଁ ସନ୍ଦେହଜନକ ଭାବରେ ୪ ଜଣଙ୍କ ମୃତ୍ୟୁ ଏବଂ ୧୭ ଜଣ ଅସୁସ୍ଥ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ୩୯ ତମ ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣିମା

Sunil Chandra Nayak

Leave a Comment

error: Content is protected !!