ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ କୁ ପଛରୁ ପିଟିଲା ବସ୍ ; ବାଇକ ଚାଳକ ଅତି ଗୁରୁତର ନେଇ ଉତ୍ୟକ୍ତ ଲୋକଙ୍କ ଦ୍ବାରା ବସ୍ ପୋଡ଼ି

ମୟୂରଭଞ୍ଜ -୦୧/୦୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ଜୁବୁଲି ପେଟ୍ରୋଲ ପମ୍ପ ପାଖରେ ବାଇକ ଚାଳକ ଠିଆ ହୋଇଥିବାବେଳେ ହଠାତ୍ ପଛପଟୁ ଘରୋଇ ରଞ୍ଜିତା ବସ ଧକ୍କା ଦେବା ଫଳରେ ବାଇକ୍ ଚାଳକର ଗୋଡ଼ କଟି ଯାଇଥିଲା । ମୂର୍ମୂଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ଲୋମହର୍ଷଣକାରୀ ଦୃଶ୍ୟ ଦେଖି ଉତ୍ୟକ୍ତ କିଛି ଲୋକ ବସଟିକୁ ନିଆଁ ଜଳାଇ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଦମକଳ ଗାଡି ପହଞ୍ଚିଲା । ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ତଦନ୍ତ କରୁଛି । ଆଇନକୁ ଉଲ୍ଲଘଂନ କରି ହାତକୁ ନେଇଥିବା ଦୁର୍ବୃତ୍ତଙ୍କ ଉପରେ ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ଗୁରୁତର ଜଣକ ଚାନ୍ଦୁଆ ଅଂଚଳର ବୋଲି ଜଣା ପଡିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଫସଲ ନଷ୍ଟ କ୍ଷତି ପୂରଣ ପ୍ରକ୍ରିୟା ଆରମ୍ଭ 

masiha

ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

masiha

ଆଦିବାସୀ ନୃତ୍ୟ ସଙ୍ଗୀତ ଡଙ୍ଗର ମହୋତ୍ସବ ୨୦୨୩ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!