ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗୋଲାମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼ (ମ ନି ସ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋଲାମୁଣ୍ଡା ର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀଙ୍କ ର ମନୋରଞ୍ଜନ ଓ ପ୍ରତିଭାର ବିକାଶ ନିମନ୍ତେ ବାର୍ଷି ‘ଉତ୍ସବ-୨୬’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁର ମହାନନ୍ଦ,ଅତିରିକ୍ତ ତହସିଲଦାର ଅନୁଭବ ମହାନ୍ତି,ବିଇଓ ରାଜେଶ କୁମାର ନାୟକ,ଥାନାଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି,ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ,ସମିତି ସଭ୍ୟା ବନିତା ନାଏକ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ମୁଖ୍ୟବକ୍ତା ଭାବରେ ସର୍ଵମଙ୍ଗଳା ଡିଗ୍ରୀ କଲେଜ ର ଅଧ୍ୟାପକ ନବକୃଷ୍ଣ ସାହୁ ଯୋଗଦେଇଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଅତୁଲ୍ୟ ଶବର ଓ ଅଜୟ କୁମାର ନାଏକ ପ୍ରମୁଖ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କର ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ,ଶିକ୍ଷୟିତ୍ରୀ ତ‌ଥା ଛାତ୍ର,ଛାତ୍ରୀ ମାନଙ୍କର ପ୍ରଶଂସା କରିବା ସହ ଆଗାମୀ ସମୟରେ ଫଳାଫଳ ଆହୁରି କିପରି ଭଲ ହୋଇପାରିବ ସେ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେଇଥିଲେ । ବାର୍ଷିକ କ୍ରୀଡା ଉତ୍ସବରେ କୃତକାର୍ଯ୍ୟ ହୋଇଥ‌ିବା ଶ୍ରେଷ୍ଠ ଛାତ୍ର,ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ବିଦ୍ୟାଳୟ ର ଶିକ୍ଷକ ଭବାନୀ ରନବିଦା ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ମୃତି ଚାରଣ ସଭା

ମୋହରା ସରପଞ୍ଚ ଙ୍କ ଇଫ୍ ତାର୍ ପାର୍ଟି

Sunil Chandra Nayak

ଲଡୁଗାଁ ଠାରେ କୃଷକ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!