ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୧/୦୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରିଗୁଡାର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସ୍କୁଲ ପରିଚାଳନା କମିଟିର ସଭାପତି ବିପିନ ବିହାରୀ ମୁଣ୍ଡଙ୍କ ସଭାପତିତ୍ୱ ରେ ସମ୍ବର୍ଦ୍ଧନା ଉତ୍ସଵ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି ଓଷ୍ଟା କୋକସରା ବ୍ଲକ ତଥା ଲଡୁଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର ପଣ୍ଡା, ସମ୍ମାନିତ ଅତିଥି ଭାବେ ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପାତ୍ର, ଓଷ୍ଟା ସମ୍ପାଦକ କୋକସରା ବ୍ଲକ ଶିକ୍ଷକ ସାମନ୍ତ ପାଟ୍ଟଯୋଷୀ, ପୁର୍ବତନ ବିଇଓ ଦୟାନିଧି ପୁଝାରି, ସ୍କୁଲ କମିଟି ସଦସ୍ୟ ଅନିରୁଦ୍ଧ ପାତ୍ର, ଅଵସର ପ୍ରାପ୍ତ ଖେଳ ଶିକ୍ଷକ କୃପାସିନ୍ଧୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରିବା ସହ ହାଇସ୍କୁଲର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ମାର୍ଗଦର୍ଶନ ଦେବାରେ ମହତ ଭୂମିକା ନିଭେଇଥିବା ନେଇ ମତ ରଖିଥିଲେ। ମଞ୍ଚ ପରିଚାଳନା ବରିଷ୍ଠ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା କରିଥିବା ବେଳେ ସ୍କୁଲର କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ନବରଙ୍ଗପୁର ଜିଲ୍ଲା ରେ”ଏକ୍ ପେଡ୍ ମା କେ ନାମ” ସାମୁହିକ ବୃକ୍ଷ ଚାରା ରୋପଣ 

Sunil Chandra Nayak

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

masiha

ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ 

masiha

Leave a Comment

error: Content is protected !!