ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାତ ଦିନିଆ ବନ୍ଯା ଓ ବାତ୍ଯା ମୁକାବିଲା ସଚେତନତା ଶିବିର ଉଦ୍ଘାଟିତ

ବାଲିଆପାଳ 14/5 ( ମନିସ )ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଞ୍ଚାୟତରେ ଥିବା ବିଷ୍ଣୁ ପୁର ଏବଂ ଇକଡପାଳ ବହୁ ମୁଖି ବାତ୍ଯା ଆଶ୍ରୟ ସ୍ଥଳୀ ରେ ଶନିବାର ସାତ ଦିନିଆ ବନ୍ଯା ଓ ବାତ୍ଯା ମୁକାବିଲା ସଚେତନତା ଶିବିର ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଶିବିରକୁ ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ ,ବାଲିଆପାଳ ବ୍ଲକ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ,ବିଷ୍ଣୁ ପୁର ପଞ୍ଚାୟତର ସରପଞ୍ଚ ମହେଶ୍ୱର ଜେନା ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ଇକଡପାଳ ବାତ୍ଯା ଆଶ୍ରୟ ସ୍ଥଳର ସଂପାଦକ ଉତ୍ତମ ପିଳା , ବିଷ୍ଣୁପୁର ବାତ୍ଯା ଆଶ୍ରୟ ସ୍ଥଳିର ସଂପାଦକ ଗୋପାଳ ଜେନା ଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା। 

 ବାଲିଆପାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ଦାସ , ମଧୁପୂରା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଲମ୍ଭୋଧର ମାହାନା , ବାଲିଆପାଳ ପଞ୍ଚାୟତ ବିଜେଡି ସଭାପତି ସେକ୍ ଦାଦୁ , ଲଖ୍ମୀଧର ପାତ୍ର ,, ଓ୍ବାର୍ଡ ସଦସ୍ୟ ଓ ଗୋପିନାଥ ସେଠୀ , ବିଜେଡି ନେତା ଯତୀନ୍ଦ୍ର ସେଠୀ , ଓ୍ବାର୍ଡ ମେମ୍ବର ସଞ୍ଜୟ ମାହାନା , ଗ୍ରାମର ମୁଖିଆ କାଳିଚରଣ ଜେନା , ଯୁବ ନେତା ମିଛୁ ଭାଇ , ଆଶା କର୍ମୀ ଅଙ୍ଗନବାଡି କର୍ମୀଙ୍କ ସହିତ ବହୁ ଗ୍ରାମ ବାସୀ ଉଦ୍ଘାଟନୀ ଉତ୍ସବ ରେ ଯୋଗ ଦେଇଥିଲେ।

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ଶବ କୁ ଅସମ୍ମାନ, ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ନେଇ ଥାନା ସମ୍ମୁଖରେ ଧାରଣା

masiha

ସାମ୍ବାଦିକ ମାତୃ ବିୟୋଗ 

masiha

ନିଶାଶକ୍ତ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ,ଚାଳକ ଅଟକ

masiha

Leave a Comment

error: Content is protected !!