ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲ ରେ ସ୍ମାର୍ଟ ଡିଜିଟାଲ କ୍ଳାସ କକ୍ଷ ଉଦଘାଟିତ

ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲ ରେ ସ୍ମାର୍ଟ ଡିଜିଟାଲ କ୍ଳାସ କକ୍ଷ ଉଦଘାଟିତ

ବୁଧବାର ତା ୨୬.୦୬.୨୪ ରିଖ ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲରେ ଏକ ସ୍ମାର୍ଟ ଡିଜିଟାଲ କ୍ଲାସ କକ୍ଷ ଉଦଘାଟିତ ହୋଇଯାଇ ଅଛି। ମୁଖ୍ୟ ଅତିଥି ଭାବେ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ବିନୟ କୁମାର ଦ୍ବିବେଦୀ ଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରାଯାଇଥିଲା। ଏହି ଅବସରରେ ସ୍କୁଲର ସଂଯୋଜକ ଶ୍ରୀ ସନ୍ଦୀପ କୁମାର ପାଣ୍ଡେ, ଜେକେ କାଗଜ କଳର ମହାପ୍ରବନ୍ଧକ ଗୁଣବତ୍ତା ଓ ବୈଷୟିକ ସେବା ଶ୍ରୀ ଗୌରୀ ଶଙ୍କର ପଟ୍ଟନାୟକ, କର୍ପୋରେଟ୍ ସାମାଜିକ ଦାୟିତ୍ବ ବିଭାଗର ଶ୍ରୀ ହରିହର ଖମାରୀ, ଶ୍ରୀମତୀ ସ୍ମୃତିରେଖା କର ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅରୁଣ କୁମାର କର ଓ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ,ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ। ଶ୍ରୀ ଦ୍ବିବେଦୀ ନିଜର ମୁଖ୍ୟ ଅଭିଭାଷଣରେ ଆଧୁନିକ ଶିକ୍ଷା ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାରେ ବିଦ୍ୟାଳୟର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ ଅତୀତରେ ଏହି ସ୍କୁଲର ଛାତ୍ର ଥିଲେ ଓ ଆଜିକା ଦିନରେ ଏହି ସ୍ମାର୍ଟ ଡିଜିଟାଲ କ୍ଲାସ କୁ ଉଦଘାଟନ କରି ତାଙ୍କର ସ୍ୱପ୍ନ କୁ ସାକାର କରିଛନ୍ତି। ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସବୁବେଳେ ପ୍ରୟାସ ଜାରି ରଖିଛି ଏବଂ ସ୍ମାର୍ଟ ଡିଜିଟାଲ ଶ୍ରେଣୀର ପରିଚୟ ଉଚ୍ଚମାନର ଶିକ୍ଷା ପ୍ରଦାନ ଏବଂ ଏକବିଂଶ ଶତାବ୍ଦୀର ଆହ୍ବାନ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରସ୍ତୁତ କରିବା ଏକ ପ୍ରତିବଦ୍ଧତାର ପ୍ରମାଣ ଅଟେ। ଏଥିପାଇଁ ସେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ସ୍କୁଲର ଶିକ୍ଷୟତ୍ରୀ ବିନୀତା କୁମାରୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାରେ ମାଗଣା ସିଭିଲ୍ ସର୍ଭିସେସ୍ କୋଚିଂ ‘ମିଶନ୍ ଆକାଂକ୍ଷା’ ର ଶୁଭାରମ୍ଭ 

Sunil Chandra Nayak

“ନାରୀ ଅଧିକାର ପାଇଁ ଗର୍ଜିଲେ ମହିଳାମାନେ: ଵିଜାତଳା ରେ ବିଶାଳ “ଜନ ଆକ୍ରୋଶ ମହିଳା ପଦଯାତ୍ରା”

ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ତପିମଣି ଜାନି ଓ ସନ୍ତୋଷ କର

masiha

Leave a Comment

error: Content is protected !!