ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଜିଷ୍ଟ୍ରେଟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ମାଜିଷ୍ଟ୍ରେଟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଜୁନାଗଡ଼-ସ୍ତାନୀୟ ଜେଏମଏଫସି କୋର୍ଟ ରେ କାର୍ଯ୍ୟରତ ସିଭିଲ ଜଜ ଶିଙ୍କୁନ ରାୟ ଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ,କୋର୍ଟ ପରିସର ମଧ୍ୟରେ ଓକିଲ ସଂଘ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଜୁନାଗଡ଼ ଓକିଲ ସଂଘ ଉପ ସଭାପତି ନୀଳକଣ୍ଠ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନ୍ୟାୟାଧିକାରୀ ସିୟୁନି ସିଦ୍ଧାର୍ଥ ମହାରଣା ଅତିଥି ଭାବେ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଂଘ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ।ଲୋକଙ୍କୁ ତ୍ୱରିତ ଓ ନିରପେକ୍ଷ ନ୍ୟାୟ ପ୍ରଦାନ କରିବା ପାଇଁ ଉଭୟ ନ୍ୟାଧିକାରୀ ଓ ବାର ମେମ୍ବର ଯତ୍ନବାନ ହେଲେ ସମାଜରେ ଅପରାଧ ନିୟନ୍ତ୍ରଣ ସହ ସମାନ୍ତରାଳ ବିକାଶ ସମ୍ଭବ ହୋଇପାରିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏଥିରେ ବରିଷ୍ଠ ଓକିଲ ଅଶୋକ ପାତ୍ର,ବାଳକୃଷ୍ଣ ଆଚାରି, ମଦନମୋହନ ସାହୁ,ଦିପେନ ସାହୁ, ଦିଗାମ୍ବର ନାଏକ, ରମେଶ ନାଏକ, ନରେନ୍ଦ୍ର କ୍ଷିତି,ବିଶ୍ୱନାଥ କର, କାଳିନ୍ଦ୍ରୀ ପାଣିଗ୍ରାହୀ, ଅଶୋକ ପଣ୍ଡା, ସୁଶୀଲ ପାଢ଼ୀ, ଅନନ୍ତ ବେହେରା,ଜୟଦେବ ସୁନାନୀ,ଚିତ୍ତରଞ୍ଜନ ନିଆଲ, ମନିଷ ପଣ୍ଡା, ତାପସ ସାହୁ ଆୟୁବ ଖାନ ପ୍ରମୁଖ ଓକିଲ ସମୂହ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବେହେରା ଠାରେ ଟେଲରିଂ ପ୍ରଶିକ୍ଷଣ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ

୪୨ ମୌଜାରେ ଡଃ.ମହତାବଙ୍କ ଜୟନ୍ତୀ ପାଳିତ 

masiha

କେଶବ ନଗର ଶାଖାର ବାଲ୍ମିକୀ ଜୟନ୍ତୀ ସମାରୋହ

Sunil Chandra Nayak

Leave a Comment

error: Content is protected !!