ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ଜିଲ୍ଲାର ୧୦୦ ଟି ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

ମୟୂରଭଞ୍ଜ -୬/୫ (ମସିହା) ଶିକ୍ଷା ସମାଜର ପ୍ରଗତିର ରଥ । ଯେଉଁ ଦେଶ ଅଥବା ରାଜ୍ୟ ଯେତେ ଶିକ୍ଷିତ ସେ ଅଂଚଳ ସେତେ ବିକଶିତ । ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉନ୍ନତ ମାନର ଶିକ୍ଷା ଓ ଶୈଖିକ ପରିବେଶ ପାଇଁ ଅଣ୍ଟା ଭିଡିଛନ୍ତି । ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ଓ ବିଦ୍ୟାଳୟ ଉନ୍ନତି ପାଇଁ ଟଙ୍କା ବାକ୍ସ ଖୋଲି ଦେଇଛନ୍ତି । ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଶିକ୍ଷା ଦେବା ଲାଗି ପ୍ରସ୍ତୁତ ହେଉଛି ସୁଦୃଢ ଭିତ୍ତିଭୂମି ।ସାଧାରଣ ଲୋକଙ୍କ ଭାଗିଦାରୀର ପ୍ରକୃଷ୍ଟ ଉଦାହରଣ ହେଉଛି ବିଦ୍ୟାଳୟର ନବ କଳେବର ।ପ୍ରଥମ ପର୍ଯ୍ୟାୟରେ, ଦିତୀୟ ପର୍ଯ୍ୟାୟ ପରେ ତୃତୀୟ ପର୍ଯ୍ୟାୟରେ ଓଡିଶାରେ ୩୨୫ ଟି ବିଦ୍ୟାଳୟ ରୂପାନ୍ତରିତକୁ ଶନିବାର ଦିନ ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ସଭା ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାରା ସମସ୍ତେ ପଢିବା,ବଢିବା ଓ ଶୀର୍ଷ ହେବା । ତନ୍ମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ସର୍ବ ବୃହତ ମୟୂରଭଞ୍ଜ ଜିଲ୍ଲାର ୧୦୦ ଟି ବିଦ୍ୟାଳୟକୁ ଲୋକାର୍ପିତ କରିଛନ୍ତି । ତନ୍ମଧ୍ୟରୁ ରାଇରଙ୍ଗପୁର ବ୍ଳକର ପୁରୁଣା ପାଣି ପଞ୍ଚାୟତର ଦୁବୁଲାବେଡା ଗ୍ରାମର ହେରମ୍ବ ନାରାୟଣ ହାଇସ୍କୁଲ ଏବଂ ଗୋରୁମହିଷାଣୀ ଅଂଚଳର ହାତୀଆ ହାଇସ୍କୁଲ ରୂପାନ୍ତରଣ ଲୋକାର୍ପିତ ହୋଇଯାଇଛି ।ଏହି ଉଦ୍ଘାଟନରେ ୫-ଟି ସଚିବ ଭି କେ ପାଣ୍ଡିଆନ ଯୋଗ ଦେଇ ବାକିଥିବା ଅନ୍ୟ ସ୍କୁଲ ଗୁଡ଼ିକ ଖୁବ୍ ଶିଘ୍ର ରୂପାନ୍ତୀକରଣରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଥିଲେ । ମୟୂରଭଞ୍ଜ ଜିଲ୍ଲାର ରୂପାନ୍ତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଭାର୍ଚୁଆଲ ସଭାରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ,ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ,ମୋରଡା ବିଧାୟକ ରାଜ କିଶୋର ଦାସ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି , ଶିକ୍ଷା ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଇରଙ୍ଗପୁର ବିଡ଼ିଓ ସାଗର‌ ମୁର୍ମୁ ରାଇରଙ୍ଗପୁର ବ୍ଳକର ୨ ଟି ସ୍କୁଲର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।ଏହି ଲୋକାର୍ପଣ ସମୟରେ ହେରମ୍ବ ନାରାୟଣ ସ୍କୁଲରେ ରୂପାନ୍ତୀକରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ,ଦିଲିପ ଷଡ଼ଙ୍ଗୀ, ସ୍କୁଲ ପ୍ରତିଷ୍ଠାତା ସଦସ୍ୟ କୁଳମଣି ମହାନ୍ତ,ବାବୁରାମ ମହାନ୍ତ,ବ୍ଳକ କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ମାଝୀ,ଭବାନୀ ମହାନ୍ତ, ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତି,କ୍ଷୀରୋଦ ମହାନ୍ତ, ଦୁର୍ଯୋଧନ ବେହେରା,ବ୍ରହ୍ମାନନ୍ଦ ପଣ୍ଡା,ସତିଶ ଦାସ,ରଂଜନ ରଶ୍ମୀ ସାହୁ, ତୁଷାରକାନ୍ତି ମହାନ୍ତ,ପୁତୁଲ ମାର୍ଣ୍ଡୀ,ଅନ୍ୟ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ,, ପରିଚାଳନା କମିଟି ସଦସ୍ୟ, ଅଭିଭାବକ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟରେ ନବ କଳେବର ତଥା ଅତ୍ୟାଧୁନିକ ସ୍କୁଲ ଘର, ମନୋଜ୍ଞ ପରିବେଶ,ଉନ୍ନତ ମାନର ଇ-ପାଠାଗାର, ବିଜ୍ଞାନ ପ୍ରୟୋଗଶାଳା, ସ୍ମାର୍ଟ ସ୍କୁଲ,ଉନ୍ନତ ମାନର ଶୌଚାଳୟ ପାନୀୟ ବ୍ୟବସ୍ଥା ପାଇଁ ପିଲା ଓ ଅଭିଭାବକ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ସେମାନେ କହିଥିଲେ ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଉଦ୍ୟମ ଓ ପ୍ରଚେଷ୍ଟା । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଥିଲା ବେସରକାରୀ ସ୍କୁଲରେ ଯେଉଁ ସୁବିଧା ଅଛି ୮୦ ଭାଗ ଗ୍ରାମାଞ୍ଚଳରେ ପଢୁଥିବା ଛାତ୍ରଛାତ୍ରୀମାନେ ଗାଁରେ ବାପା ଓ ମା’ଙ୍କ ସହ ରହି ଉନ୍ନତମାନର ସେହିଭଳି ଶିକ୍ଷାଦାନ ଲାଭ କରିପାରିବେ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜବାହାର ନେହେରୁ ବିଦ୍ୟାଳୟ ପାଇଁ ପ୍ରବେଶ ପରୀକ୍ଷା 

masiha

୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି ଚାଉଳ ଏବଂ ପେନସନ

masiha

ମୁନିଗୁଡା ବନାଞ୍ଚଳରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ,ହେଉଛି ପୋଡୁ ଚାଷ

masiha

Leave a Comment

error: Content is protected !!