ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ଜୀବନ ପାଇଁ ବିପଦ ସାଜିଛି ରାସ୍ତା କଡ଼ରେ ଥିବା ଏକାଧିକ ଶୁଖିଲା ଗଛ

କଲମପୁର ତା ୬.୫ (ମ ନି ସ) ହାତୀ ନଦୀ ପାତ୍ରବସା ଘାଟ ପୋଲ ଠାରୁ କୁଟୃ ଛକ। ଦୁରତ୍ଵ ପ୍ରାୟ ୩.୫ କିଲୋମିଟର। ଏହି ରାସ୍ତା ର ଉଭୟ ପାଶ୍ୱର୍ରେ ରହିଛି ଏକାଧିକ ଶୁଖିଲା ଗଛ। ଏହି ସବୁ ବିରାଟକାୟ। ପୁଣି ଏହି ସବୁ ଗଛର ପାର୍ଶ୍ଵ ଦେଇ ଲମ୍ବି ରହିଛି ୧୧ କେଭି ବିଦ୍ୟୁତ୍ ତାର। ଏହି ସବୁ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ସବୁକୁ କାଟିବା ପାଇଁ ବି.ଡି.ଓ, ତହସିଲଦାର ଙ୍କ ସମେତ ଅଗ୍ନିଶମ ବିଭାଗ କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କେହି ଗୁରୁତ୍ବ ଦେଇ ନାହାନ୍ତି। ଯାହାରି ଫଳରେ ଯଦି ଦୈବାତ ଗଛ ଭାଙ୍ଗି ଜନ ଜୀବନ ପ୍ରତି ବିପଦ ହେଲେ ଦାୟୀ ରହିବ କିଏ ? ଗତ କିଛି ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ଏକ ଗଛ ଡାଳ ଭାଙ୍ଗି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହେଇ ସାରିଲାଣି। ତେଣୁ ଆଗାମୀ ଦିନରେ ଏଭଳି ଦୁର୍ଘଟଣା କୁ ଏଡାଇ ଦିଆଯାଇନପାରେ। ତେଣୁ ବର୍ଷା ପବନ ସମୟରେ ଏହି ରାସ୍ତା ଦେଇ ଯାତାୟତ କରିବା ପାଇଁ ଲୋକେ ନିଜ କୁ ସୁରକ୍ଷିତ ମଣୁ ନାହାନ୍ତି। ଅନ୍ୟ ପଟେ ଏହି ସବୁ ଗଛକୁ ଲାଗି ବିଦ୍ୟୁତ୍ ତାର ଲମ୍ବି ଥିବାରୁ ବିପଦ ଦ୍ଵିଗୁଣିତ ହେଇଛି । ତେଣୁ ବ୍ଲକ୍ ପ୍ରଶାସନ ଏବଂ ତହସିଲଦାର ପ୍ରତ୍ୟକ୍ଷ ଭାବେ ରାସ୍ତା କଡ଼ରେ ବିପଦ ସଂକୁଳ ଭାବେ ଥିବା ଗଛ ସବୁକୁ କଟାଇବା ର ବ୍ୟବସ୍ଥା କରିବା ପାଇଁ ଖୋଦ୍ ବଡକୁଟୃ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, ଘନଶ୍ୟାମ ନାଏକ, ପୁଣ୍ଡରୀକାକ୍ଷ ନାଏକ ପ୍ରମୁଖ ଦାବି କରିଛନ୍ତି।

କଲମପୁର ରୁ ରବୀନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ମହାବିଦ୍ୟାଳୟରେ ୭୫ ବନମହୋତ୍ସବ 

masiha

ଫରୱାର୍ଡ ଦ୍ଵାରା ତିରିଙ୍ଗ ବ୍ଲକରେ ବିଶ୍ୱପରିବେଶ ଦିବସ ପାଳନ

କଲାବୋର ପୋଡ଼ାଗାଡ଼ ଘାଟରେ ଡ଼ଙ୍ଗାବୁଡି ଘଟଣାର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!