କାମାକ୍ଷାନଗର -(ମନିସ )6/5/23 // ଆଳତୁମା ରଜ ପଡିଆ ଠାରେ ଆଜି ସନ୍ଧ୍ୟା ୭ ଘଟିକା ସମୟରେ କାମାକ୍ଷାନଗର ସହରର ନଗରପାଳ ତଥା ରଜ ମହୋତ୍ସବ କମିଟିର ପୂର୍ବତନ ସଭାପତି ଧର୍ମାନନ୍ଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ତ୍ରୟୋଦଶ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମହୋତ୍ସବ କମିଟି ସମ୍ପାଦକ ଆଶୁତୋଷ ସାହୁ ପୂର୍ବ ବର୍ଷ ର ବିବରଣୀ ପାଠ କରିବା ସହ ଆୟ୍ଯ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ । କମିଟିର ସଭାପତି ବାଳକୃଷ୍ଣ ନାୟକଙ୍କ ନେତୃତ୍ୱରେ ଗତବର୍ଷର ଉତ୍ସବ ସୁନ୍ଦର , ସାବଲୀଳ ତଥା ଆକର୍ଷଣୀୟ ହୋଇପାରିଥିବାରୁ କାର୍ଯ୍ୟକାର୍ତ୍ତା ମାନେ ଧନ୍ୟବାଦ ଅର୍ପଣ କରିବା ସହ ସର୍ବସମ୍ମତ କ୍ରମେ ଚଳିତ ବର୍ଷ ପାଇଁ ସଭାପତି ରୂପେ କାର୍ଯ୍ୟ ତୁଲାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ପରି ରାଜ୍ୟର ବିଭିନ୍ନ ସ୍ଥାନର ସାଂସ୍କୃତିକ ଦଳ , ଆକର୍ଷଣୀୟ ଦୋଳି , ଖାଦ୍ୟମେଳା ଆଦିର ବ୍ୟବସ୍ଥା କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ମହୋତ୍ସବର ଉପଦେଷ୍ଟା ମଧୁସୂଦନ ସେଣ୍ଢ , ଅଶୋକ କୁମାର ଲକ୍ଷ୍ମୀନାରାୟଣ ପ୍ରଧାନ , ମକରଧ୍ୱଜ ପ୍ରଧାନ , କାଉନସିଲର ପ୍ରମୋଦ କୁମାର ସେଣ୍ଢ , ସଞ୍ଜୟ କୁମାର ପରିଡା , ବନମାଳୀ ରାଉଳ , ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢ,ଉପସଭାପତି ରାଜେଶ ସେଣ୍ଢ , କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାରଣା , ପୂର୍ବତନ ଉପସଭାପତି ରଶ୍ମିରଞ୍ଜନ ସାହୁ , ଶିଳ୍ପଦ୍ୟୋଗୀ ଶୁଭ୍ରାଂଶୁ ମହାନ୍ତି , ସଂଯୋଜକ ନିରଞ୍ଜନ ସାହୁ , ବିମଳ କୁମାର ପରିଡା, ସରୋଜ ଜେନା ,ସିପୁନ ଷେଣ୍ଢ,ଗୋଵିନ୍ଦ ଵେହେରା, ତ୍ରିପୁର ପରିଡା,ରଙ୍କ କଵି,ତ୍ରିନାଥ ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।