ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ମେ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ! 

ଖୁବଶୀଘ୍ର ନିର୍ଦ୍ଧାରିତ ତାରିଖ ଘୋଷଣା ହେବ ବୋଲି କହିଲେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ….

ମେ ତୃତୀୟ ସପ୍ତାହରେ ମାଟ୍ରିକ ଏବଂ ମେ ଶେଷ ସପ୍ତାହ ସୁଦ୍ଧା ବାହାରିପାରେ + ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ। ମନ୍ତ୍ରୀ କହିଛନ୍ତି, ଯଦିଓ ପରୀକ୍ଷାଫଳ ତାରିଖ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ଏଦିଗରେ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟ କରୁଛନ୍ତି।

ଖାତା ଦେଖା ସରିଯାଇ ଆନୁସଙ୍ଗିକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥବା ହେତୁ ଏପରି କୁହାଯାଉଛି।

ପୂର୍ବରୁ ବୋର୍ଡ ସଭାପତି ରାମାଶିଷ ହାଜରା ମଧ୍ୟ ଅନୁରୂପ ସୂଚନା ଦେଇ କହିଥିଲେ ଯେ ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ,। ଏନେଇ ସେ କହିଥିଲେ, ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ଆଜି ମାଟ୍ରିକ ଖାତା ଦେଖା ସରିଛି। ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ନେଇ ନିର୍ଦ୍ଦେଶ ରହିଛି।ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ଚେଷ୍ଟା ଜାରି ରହିଛି। ସୋସିଆଲ ସାଇନ୍ସ ପ୍ରଶ୍ନପତ୍ର ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନରେ ସମସ୍ୟା ହେବ ନାହିଁ।

ଏଣେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋ‌ଇଛି। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନ୍‌ଲାଇନ୍‌ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫ୍‌ଲାଇନ୍‌ରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ୍‌ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକ ଲାଗି ୬୫ଟି କେନ୍ଦ୍ର ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମନେପଡ଼ନ୍ତି ମଧୁବାବୁ; ଉତ୍କଳ ଗୌରବଙ୍କୁ ଝୁରୁଛି ଓଡ଼ିଆ ଜାତି

masiha

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ, ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ

Sunil Chandra Nayak

ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ,ମିଳିଲା ୬୮ କିମି ଜଙ୍ଗଲ ଜମିକୁ ଅନୁମତି

Sunil Chandra Nayak

Leave a Comment

error: Content is protected !!