ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡା.ପ୍ରମୋଥ ନାଥ ଭୂୟାଁଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଡା.ପ୍ରମୋଥ ନାଥ ଭୂୟାଁଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରାଇରଙ୍ଗପୁର, – (ଅକ୍ଷୟ ବିଶ୍ବାଳ) ୨୦/୦୮ ରାଇରଙ୍ଗପୁର ସହର ସନ୍ନିକଟ ଦୁବୁଲାବେଡ଼ା( ବିକାଶ ନଗର) ସ୍ଥିତ ହେରମ୍ବନାରାୟଣ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ମହନ୍ତଙ୍କ ଅଧ୍ୟକ୍ଷତାରେ ଡା.ପ୍ରମୋଥ ନାଥ ଭୂୟାଁଙ୍କ ସ୍ମୃତିଚାରନ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ କମିଟିର ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ମହାନ୍ତ, ପୂର୍ବତନ ବରିଷ୍ଠ ସଦସ୍ୟ ହରମୋହନ ମହାନ୍ତ,ପରେଶ୍ ଚନ୍ଦ୍ର ମହାନ୍ତ, ପୂର୍ବତନ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତ , ବର୍ତ୍ତମାନ ପ୍ରଧାନ ଶିକ୍ଷକ ଦୁର୍ଯୋଧନ ବେହେରା, ନିଜ ନିଜ ବ୍ୟକ୍ତ୍ୟବରେ ଡଃ ଭୁୟାଙ୍କ ସ୍ମୃତିଚାରଣ କରିଥିଲେ । ହେରମ୍ବ ଉଚ୍ଚ ନାରାୟଣ ବିଦ୍ଯାଳୟର ମୁଖ୍ୟ ପୁରୋଧା ଥିଲେ ଡାକ୍ତର ପ୍ରମୋଦ ନାଥ ଭୂୟାଁ ।ଡାକ୍ତର ପ୍ରମୋଦ ନାଥ ଭୂୟାଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ଥିଲେ ।ସେ ଜଣେ ଲୋକପ୍ରିୟ,ବିଶିଷ୍ଟ ସମାଜସେବୀ ବିଶିଷ୍ଟ ସଂଗଠକ ଥିଲେ ।ବିଭିନ୍ନ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ ।ରାଇରଙ୍ଗପୁର ବ୍ଳକର ପୁରୁଣା ପାଣି ପଞ୍ଚାୟତର ଦୁବୁଲାବେଡା ଗ୍ରାମରେ ଶିକ୍ଷାର ବିକାଶ ପାଇଁ ୧୯୮୮ ମସିହାରେ ତାଙ୍କ ପିତା ହେରମ୍ବ ନାରାୟଣ ଭୂୟାଁଙ୍କ ନାମରେ ଏକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।ସଭା ପରିଚାଳନା କରିବାରେ ବରିଷ୍ଠ ସହକାରୀ ଶିକ୍ଷକ କ୍ଷିରୋଦ ଚନ୍ଦ୍ର ମହାନ୍ତ, ବ୍ରହ୍ମପଦ ପଣ୍ଡା, ରଂଜନ ରଶ୍ମି ସାହୁ, ତୁଷାରକାନ୍ତି ମହାନ୍ତ, କୁତୁଲୁ ମାର୍ଣ୍ଡି ସହଯୋଗ କରିଥିଲେ ।ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ସଦସ୍ୟ , ଶିକ୍ଷକ, ଶିକ୍ଷକର୍ମଚା ରୀ ଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଡ ଭୂୟାଙ୍କ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲ ।

Related posts

ସାମାଜିକ ଅନୁଷ୍ଠାନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ଶୋକ

masiha

ଜୁନାଗଡ ବ୍ଲକ ଅନ୍ତର୍ଗତ ଆଟିଗାଁ ବିଶ୍ଵାଳ ପଡ଼ା ଏ ଓଏସସିଏଫ ପକ୍ଷରୁ ଏକ ନୂଆଁଖାଇ ଭେଟଘାଟ

masiha

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

Sunil Chandra Nayak

Leave a Comment

error: Content is protected !!