ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାସିକ ଆଲୋଚନାଚକ୍ରରେ ଦଶ ମହାବିଦ୍ୟା

ମାସିକ ଆଲୋଚନାଚକ୍ରରେ ଦଶ ମହାବିଦ୍ୟା

 ନବରଙ୍ଗପୁର– ନବରଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ରେ ମାସିକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ସଭାପତି ରୂପେ ବିଶିଷ୍ଟ ସ୍ତମ୍ବକାର ନାରାୟଣ ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରି କହିଥିଲେ ଯେ ଆଜିର ଯୁଗରେ ମଧ୍ୟ ମହାବିଦ୍ୟା ର ଆବଶ୍ୟକତା ରହିଛି।ମୁଖ୍ୟ ଅତିଥି ରୂପରେ ଡ ରାଧାନାଥ ବେହେରା ଯୋଗ ଦେଇ ଭାରତୀୟ ସଂସ୍କୃତି ରେ ସାମାଜିକ ବ୍ୟବସ୍ଥା ଭିତରେ ମହାବିଦ୍ୟା ମାଧ୍ୟମରେ ସାମାଜିକ ଚାଲି ଚଳନ କୁ ସୁଧାର ରୂପରେ ପରିଚାଳନା କରିବା କୁ ଏକ ପ୍ରଥା ଭାବେ ରଖାଯାଇଛି।ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବନ ବିହାରୀ ଦାସ ଉପସ୍ଥିତ ହୋଇ ମା ଙ୍କ ମହା ଦଶବିଦ୍ୟା, କାଳୀ,ମାତଙ୍ଗୀ,ଚ୍ଛିନ୍ନ ମସ୍ତା,ତାରା ସହିତ ଦଶ ଅବତାର ର ସମ୍ପର୍କ କୁ ବିଭିନ୍ନ ବେଦ ପୁରାଣ ରୁ ଉଦାହରଣ ଦେଇ ବୁଝାଇ ଥିଲେ। ପ୍ରାରମ୍ଭିକ ସଙ୍ଗୀତ ପ୍ରଫୁଲ୍ଲ କୁମାର ପୁହାଣ ଗାନ କରିଥିଲା ବେଳେ ସହରର ବିଶିଷ୍ଟ କିମ୍ବଦନ୍ତୀ ପୁରୁଷ ଗୋପବନ୍ଧୁ ବିଷୋୟୀ ଙ୍କୁ ତାଙ୍କ ଜୀବନ ର ୮୫ ଜନ୍ମ ଦିନକୁ ପାଠାଗାର ତରଫରୁ ଫୁଲ ତୋଡା ସହିତ ଉପଢ଼ୌକନ ଦେଇ ପାଳନ କରାଯାଇଥିଲା। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ବିଜୟ ଚୌଧୁରୀ,କୁମୁନ୍ଦ ପଟ୍ଟନାୟକ,ଜଗଦୀଶ ତ୍ରିପାଠୀ,ହରିହର ନାୟକ,ଜାହ୍ନବୀ ପଣ୍ଡା, ବୈଦେହୀ ପଣ୍ଡା,ଦମୟନ୍ତୀ ବେହେରା,ନିରଞ୍ଜନ ମିଶ୍ର,ହୃଷୀକେଶ ଦାସ,ମାନସ ଆଚାର୍ଯ୍ୟ,ଦେବୀ ତ୍ରିପାଠୀ,ବିଭୁଦତ୍ତ ସେଠି,ଜେନାମଣି ବିଷୋୟୀ, ହର ପ୍ରସାଦ ଦାସ,ରଘୁନାଥ ପାତ୍ର,ତ୍ରିବିକ୍ରମ ନନ୍ଦ,କୃଷ୍ଣ ଦାସ ପି ରବିକାନ୍ତ ରଘୁରାମ,ସୁବାସ ବିଷୋୟୀ ସହିତ ଆହୁରି ଅନେକ ଯୋଗଦାନ କରିଥିଲେ।ନାଟ୍ୟକାର ଜଗନ୍ନାଥ ବେହେରା ଙ୍କ ସଂଯୋଜନା ରେ ଶୀତ ଉପରେ ଏକ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଶେଷରେ ସମ୍ପାଦକ ରଜନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନଙ୍କ ପ୍ରତି ଅଙ୍ଗୁଳି ପ୍ରଦର୍ଶନ ଆସମିଚୀନ : ମହାସଚିବ 

masiha

୩ ଦଫା ଦାବି ପୂରଣ ନେଇ ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣଧାରଣା

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!