ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟିର ସ୍ୱର ଇ – ପତ୍ରିକା ଉନ୍ମୋଚନ ଉତ୍ସବ 

ନବରଙ୍ଗପୁର-(ମସିହା) ସ୍ବାଧୀନତା ସଂଗ୍ରାମୀ ବାଉରୀବନ୍ଧୁ ମହାନ୍ତି ଓ ମଣିପୁର ହିଂସା ନିମନ୍ତେ ସମର୍ପିତ ହୋଇଥିବା ମାଟିର ସ୍ୱର ଇ – ପତ୍ରିକାର ପଞ୍ଚମ ସଂଖ୍ୟା ଲେଖିକା ଓ କବୀ ଶ୍ରୀମତୀ ସସ୍ମିତା ଦାଶଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏ ଉତ୍ସବରେ ବିଶେଷ କରି ଓଡିଶାର ବିଭିନ୍ନ ପ୍ରାନ୍ତରୁ କବି, ଲେଖକ, ସଂଗଠକ, ସାହିତ୍ୟିକ, ସାମାଜିକ କର୍ମୀ,ନାଟ୍ୟକାର,ବରିଷ୍ଠ ସମାଜସେବୀ ଇତ୍ୟାଦିଯୋଗଦାନ କରି ସ୍ବାଧୀନତା ସଂଗ୍ରାମୀବାଉରୀବନ୍ଧୁ ମହାନ୍ତିଙ୍କ ସ୍ମୃତି ଉଦେଶ୍ୟରେ ଏବଂ ମଣିପୁରରେ ଚାଲିଥିବା ହିଂସା ଓ ଅତ୍ୟାଚାର ପରି ପ୍ରସଙ୍ଗରେ ସମୀକ୍ଷା,ଚର୍ଚ୍ଚା କରିବା ସହିତ କବିତା ପାଠ କରିଥିଲେ।ଏ ସଭାରେ ବିଶେଷ କରି ବରିଷ୍ଠ ସମାଜସେବୀ ଓ ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା, କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ସୁକନ୍ୟା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମହମ୍ମଦ ଅମିନ,ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର, ବରିଷ୍ଠ କବି ଶ୍ରୀଯୁକ୍ତ ଭକ୍ତ ଚରଣ ଆଚାର୍ଯ୍ୟ, ସାହିତ୍ୟିକ ଶ୍ରୀଯୁକ୍ତ ନିରଞ୍ଜନ ନାୟକ, କବି ଶ୍ରୀକାନ୍ତ ଘଡ଼ାଇ,କବି ନଟବର ପ୍ରଧାନ, ପ୍ରେମ ସାଗର ଦେହେରୀଆ, ଶ୍ରୀଯୁକ୍ତ ଭରତ ବେହେରା,ଶ୍ରୀଯୁକ୍ତ ନାରାୟଣ ସାହୁ,ସରୋଜ କୁମାର ପଣ୍ଡା, ସଂଗ୍ରାମ କେଶରୀ ସାହୁ,ଅରୁଣ କୁମାର ଡାକୁଆ, ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରାସାଦ ଚାନ୍ଦ,ଶ୍ରୀଯୁକ୍ତ ବନମାଳୀ ସାହୁ, କବି ଶ୍ରୀଯୁକ୍ତ ଵିନୋଦ ବିହାରୀ ମହାରଣା ଇତ୍ୟାଦି ଯୋଗ ଦାନ କରି ସ୍ବରଚିତ କବିତା ପାଠ କରିବା ସହ ମଣିପୁର ରେ ଚାଲିଥିବା ବର୍ବର ଘଟଣାକୁ ସାହିତ୍ୟ କବିତା ମାଧ୍ୟମରେ ତୀବ୍ର କ୍ଷୋଭ ପ୍ରକାଶ କରିଥିଲେ।ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି କହିଥିଲେ ଯେ, ବାଉରୀବନ୍ଧୁ ମହାନ୍ତି ସ୍ବାଧୀନତା ଆନ୍ଦୋଳନର ଜଣେ ତୃଣ ମୂଳ ସ୍ତରର ସଚା କର୍ମୀ ଥିଲେ। ତାଙ୍କର ଅବଦାନ ଅତୁଳନୀୟ କିନ୍ତୁ ଓଡ଼ିଶାରେ ଅନେକ ଲୋକ ତାଙ୍କୁ ଏବେ ବି ଜାଣନ୍ତି ନାହିଁ। ତାଙ୍କ ଆଦର୍ଶ,ଜାତି ପ୍ରୀତି, ସ୍ବାଧୀନ ଚିନ୍ତା ଚେତନା ବିଷୟରେ ଆମେ ସମସ୍ତେ ଜାଣିବା ଆବଶ୍ୟକ। ମାଟିର ସ୍ୱର ଅନୁଷ୍ଠାନରଏ ଉଦ୍ୟମ ଏବଂ ଚେଷ୍ଟା ସଫଳ ହେଉ ବୋଲି ସେ କାମନା କରିଥିଲେ।ମଣିପୁରରେ ମହିଳାମାନଙ୍କ ପ୍ରତି ଚାଲିଥିବା ଅତ୍ୟାଚାର,ହିଂସା,ହତ୍ୟା,ଗୃହଦାହ ଭଳି ଅମାନବୀୟ ଅସାମ୍ବିଧାନିକ ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ବତନ୍ତ୍ର ଭାବେ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମହମ୍ମଦ ଅମିନ ଏବଂ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର ନିଜ ନିଜର ତଥ୍ଯ ଭିତ୍ତିକ ମତାମତ ଉପସ୍ଥାପନ କରି ସରକାରଙ୍କ ଅବହେଳା ଓ ଏହାର ଇତାହସ ପୃଷ୍ଠଭୂମି ଉପରେ ଚର୍ଚ୍ଚା କରି ଏ ଘଟଣାକୁ ତୀବ୍ର ବିରୋଧ କରିବା ସହ ନିନ୍ଦା କରିଥିଲେ।ମଣିପୁର ବିଷୟରେ ଅତିଥି ମାନେ ଦେଇଥିବା ସମସ୍ତ ତଥ୍ୟ ଓ ସୂଚନା ଅନ୍ୟ ଏକ ବିବରଣୀରେ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରାଯିବ।ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ଏ କାର୍ଯ୍ୟ କ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ: ନୂତନ ମଣ୍ଡି ବଡଘୁମେର ରୁ ଉଠିଲା ଧାନ

masiha

ଉତ୍କଳ ଆଲୁମିନାରେ ଖଣି ନିରାପତ୍ତା ସପ୍ତାହ ପାଳିତ

masiha

୧୨୭ତମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!