ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ରୀଡା ଉତ୍ସଵ ଅନୁଷ୍ଠିତ

କୋକସରା,୦୬/୦୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ମାନଗୋବିନ୍ଦ କେତକିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ଡହଗାଁ କ୍ଳଷ୍ଟର ସିଆରସିସି ଯତୀନ୍ଦ୍ର କୁମାର ସାହୁ, ସ୍କୁଲ ପରିଚାଳନା କମିଟିର ସଭାପତି ମହେନ୍ଦ୍ର ନାଏକ, ପୂର୍ବତନ ସରପଞ୍ଚ ବିନୋଦ ନାଏକ, ଗ୍ରାମର ଭଦ୍ରବ୍ୟକ୍ତି ମୁକୁନ୍ଦ ପଟ୍ଟନାୟକ, ରାଜ କିଶୋର ସାହୁ, ଜୟଲାଲ ନାଏକ, ଅରବିନ୍ଦ ପଟ୍ଟନାୟକ, ହୃଷିକେଶ ଦାସ, ଲକ୍ଷ୍ମୀଧର ହଂସ, କାହ୍ନୁ ସେଠି ପ୍ରମୁଖ ଉପସ୍ଥିତ ରହି କ୍ରୀଡା ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଭଲ ପଢିବା ସହ ଭଲ ଖେଳାଳିଟିଏ ହୋଇ ଗାଁ ମାଟିର ନାମ ରଖିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଛି। ସ୍କୁଲର ଖେଳ ଶିକ୍ଷକ ଚନ୍ଦ୍ରଭାନୁ ସୁନା ଓ ଶିକ୍ଷୟିତ୍ରୀ ରଶ୍ମିତା ରାଉତ ଓ ଅନ୍ୟ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନାରେ ପ୍ରଦୀପ ପଟେଲ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ 

କାଳୁ ବୃଷଭ ର ମୃତ୍ୟୁ :ଦୁଇଦିନ ଆତଙ୍କ ଖେଳାଇ ଦେଇଥିଲା

Sunil Chandra Nayak

ଚାରବାହାଲ ସରକାରୀ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!