ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାମାକ୍ଷାନଗର ରୁ ଏକ ଲକ୍ଷ୍ ଟଙ୍କାର ବ୍ରାଉନ ସୁଗାର ଜବତ , ଅଭିଯୁକ୍ତ କୁ କୋର୍ଟ ଚାଲାଣ

କାମାକ୍ଷାନଗର -(ମନିସ)7/2/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ଅନନ୍ତପୁର ସାହି ର ସୋମ୍ୟରଞ୍ଜନ ନାୟକ ବୟସ ୩୨ ବର୍ଷ ଯୁବକ ଙ୍କ ଠାରୁ ୧0 ଗ୍ରାମ ବ୍ରାଉନ ସୁଗାର କଲେଜ ରୋଡ଼ ରାସ୍ତା ରୁ ଅବକାରୀ ବିଭାଗ ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇଛି l ଖବର ନେବାରେ ଜଣାଯାଏ 6/02/2023 ସକାଳ 7:30ମିନିଟି ସମୟରେ ଖୁଚୁରା ବ୍ୟବସାୟୀ ଙ୍କୁ ବ୍ରାଉନ ସୁଗାର ଦେବା ପାଇଁ କଲେଜ ରୋଡ଼ ରାସ୍ତାରେ ବସିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗ ର ମୁଖ୍ୟ ଅଧିକାରୀ ପ୍ରଦୀପ ପାଣିଗ୍ରାହୀ ନିର୍ଦେଶ କ୍ରମେ କାମାକ୍ଷାନଗର ଅବକାରୀ ଅଧିକାରୀ ସଂଜୀବି ଶର୍ମା ଓ ପରଜଙ୍ଗ ଅଧିକାରୀଣୀ ଆରତୀ ମିଶ୍ର, ଡି ଏ ସି ପି ସୀତାରାଣୀ ପଟାୟତ,ସଦର ଅଧିକାରୀ ଦିବ୍ୟତନ ବିଶ୍ୱାଳ, ସଦା ପ୍ରଧାନ ପ୍ରମୁଖ ଏ ଚଢ଼ାଉ ରେ ସାମିଲ ଥିଲେ l ଏହି ବ୍ରାଉନ ସୁଗାର ଜବତ ହୋଇଥିବା ର ମୂଲ୍ୟ ଏକ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୁତ୍ରରୁ ପ୍ରକାଶ କରିଛି l ଗିରଫ ହୋଇଥିବା ଯୁବକ ଙ୍କୁ ଢେଙ୍କାନାଳ ଅବକାରୀ ବିଭାଗ କାର୍ଯାଳୟ ଏହି ରାକେଟ ର ଖିଅ ଖୋଜି ଚାଲିଛି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗ୍ରାହକ ସେବାକେନ୍ଦ୍ରରୁ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

masiha

ବଲାଙ୍ଗିର-କଳାହାଣ୍ଡି ସୀମାନ୍ତରେ ମାଓବାଦୀ-ପୁଲିସ ଗୁଳି ବିନିମୟ ୩ ମାଓବାଦୀ ମୃତ, ଡିଏସ୍‌ପି ଆହତ

ସମ୍ବାଦିକଙ୍କ ଉପରେ ଆକ୍ରମଣ କୁ ନେଇ ନବରଙ୍ଗପୁର ଥାନାରେ ଏତଲା

Sunil Chandra Nayak

Leave a Comment

error: Content is protected !!