କାମାକ୍ଷାନଗର -(ମନିସ)7/2/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ଅନନ୍ତପୁର ସାହି ର ସୋମ୍ୟରଞ୍ଜନ ନାୟକ ବୟସ ୩୨ ବର୍ଷ ଯୁବକ ଙ୍କ ଠାରୁ ୧0 ଗ୍ରାମ ବ୍ରାଉନ ସୁଗାର କଲେଜ ରୋଡ଼ ରାସ୍ତା ରୁ ଅବକାରୀ ବିଭାଗ ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇଛି l ଖବର ନେବାରେ ଜଣାଯାଏ 6/02/2023 ସକାଳ 7:30ମିନିଟି ସମୟରେ ଖୁଚୁରା ବ୍ୟବସାୟୀ ଙ୍କୁ ବ୍ରାଉନ ସୁଗାର ଦେବା ପାଇଁ କଲେଜ ରୋଡ଼ ରାସ୍ତାରେ ବସିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗ ର ମୁଖ୍ୟ ଅଧିକାରୀ ପ୍ରଦୀପ ପାଣିଗ୍ରାହୀ ନିର୍ଦେଶ କ୍ରମେ କାମାକ୍ଷାନଗର ଅବକାରୀ ଅଧିକାରୀ ସଂଜୀବି ଶର୍ମା ଓ ପରଜଙ୍ଗ ଅଧିକାରୀଣୀ ଆରତୀ ମିଶ୍ର, ଡି ଏ ସି ପି ସୀତାରାଣୀ ପଟାୟତ,ସଦର ଅଧିକାରୀ ଦିବ୍ୟତନ ବିଶ୍ୱାଳ, ସଦା ପ୍ରଧାନ ପ୍ରମୁଖ ଏ ଚଢ଼ାଉ ରେ ସାମିଲ ଥିଲେ l ଏହି ବ୍ରାଉନ ସୁଗାର ଜବତ ହୋଇଥିବା ର ମୂଲ୍ୟ ଏକ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୁତ୍ରରୁ ପ୍ରକାଶ କରିଛି l ଗିରଫ ହୋଇଥିବା ଯୁବକ ଙ୍କୁ ଢେଙ୍କାନାଳ ଅବକାରୀ ବିଭାଗ କାର୍ଯାଳୟ ଏହି ରାକେଟ ର ଖିଅ ଖୋଜି ଚାଲିଛି l
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ