ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାପା ଶିକ୍ଷକ ପୁଅ ଡାକ ସେବକ, କିନ୍ତୁ କାମ ଜାଲ ସାର୍ଟିଫିକେଟ୍ ଯୋଗାଇବା , ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା

ନକଲି ସାର୍ଟିଫିକେଟ୍ ଦେଇ କରୁଥିଲେ ଚାକିରି, ଜେଲ୍ ଗଲେ ଶିକ୍ଷକ ବାପା ଓ ଡାକ ସେବକ ପୁଅ..

ନକଲି ପ୍ରମାଣପତ୍ର ଦେଇ ଚାକିରି କରିବା ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ ବାପା-ପୁଅ । ବାପା ଶିକ୍ଷକ ଥିବାବେଳେ ପୁଅ ଡାକ ସେବକ ଭାବେ କାର୍ଯ୍ୟ କରୁଥିଲେ । ଏଭଳି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି ।

ଆଳୁ ଖୋଳୁ ଖୋଳୁ ସାରୁ ମିଳିବା ଭଳି ଡାକ ବିଭାଗରେ ନକଲି ସାର୍ଟିଫିକେଟ ଜରିଆରେ ନିଯୁକ୍ତି ଘଟଣାରେ ତଦନ୍ତ ଚାଲିଛି । ଏହି ମାମଲାରେ ପୂର୍ବରୁ ଡାକ ବିଭାଗରେ ଜାଲ୍ ସାର୍ଟିଫିକେଟ ଦେଇ ଛନକ ବାଗ ନାମକ ବ୍ୟକ୍ତି ଗିରଫ ହୋଇଥିଲେ । ପରେ ଜେରା ବେଳେ ପଦ୍ମନାଭଙ୍କ ବାବଦରେ ସୂଚନା ମିଳିଥିଲା । ଯେହେତୁ ପଦ୍ମନାଭଙ୍କ ପୁଅ ପ୍ରଭାତ ପୋଷ୍ଟ ମାଷ୍ଟର ଚାକିରି କରିଛନ୍ତି ତେଣୁ ସନ୍ଦେହ ବଢିଥିଲା । ଆଉ ଏବେ ଉଭୟ ବାପ-ପୁଅଙ୍କ ଅସଲ ମୁଖା ଖୋଲିଛି।କେଗାଁ ଥାନା କୁପଟି ଗ୍ରାମର ଛନିକ ବାଗ ନକଲି ପ୍ରମାଣପତ୍ର ମାମଲାରେ ଧରାପଡ଼ିବା ପରେ ପଦ୍ମନାଭ ମହାନନ୍ଦ ୩୦ ହଜାର ଟଙ୍କା ନେଇ ତାଙ୍କୁ ନକଲି ପ୍ରମାଣପତ୍ର ଦେଇଥିଲେ ବୋଲି ତଦନ୍ତ ବେଳେ ପୋଲିସକୁ କହିଥିଲା । ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ନକଲି ପ୍ରମାଣପତ୍ର ମାମଲାରେ ଅଭିଯୁକ୍ତ ଡାକମାଷ୍ଟର ଓ ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠାଇଛି ପୋଲିସ । ଗ୍ରାମୀଣ ଡାକସେବକ ଭାବେ ନିୟୋଜିତ ହୋଇଥିବା ଅନେକ ପ୍ରାର୍ଥୀ ଦାଖଲ କରିଥିବା ପ୍ରମାଣପତ୍ର ନକଲି ବୋଲି ପ୍ରମାଣିତ ହେଲା ପରେ ଗିରଫ ହୋଇଛନ୍ତି ।

ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଏପିଟା ଗ୍ରାମର ପଦ୍ମନାଭ ମହାନନ୍ଦ ପ୍ରାର୍ଥୀମାନଙ୍କଠାରୁ ମୋଟା ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି ବୋଲି ପୋଲିସକୁ ସୂଚନା ମିଳିଥିଲା ।

କଳାହାଣ୍ଡି ଜିଲ୍ଲାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ପାଇଁ ଭବାନୀପାଟଣା ଡାକ ସହକାରୀ ଅଧୀକ୍ଷକ ମାଧ୍ୟମିକ ଶିକ୍ଷା ପରିଷଦକୁ ସୁପାରିଶ କରିଥିଲେ । ବୋର୍ଡ କର୍ତ୍ତୃପକ୍ଷ ପ୍ରଭାତ ମହାନନ୍ଦ ନାମକ ଜଣେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ କରି ତାହା ନକଲି ବୋଲି ଜାଣି ପାରିଥିଲେ । ଏହାପରେ ଡାକ ବିଭାଗ ତରଫରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତରୁ ଜାଣିପାରିଛି ଯେ, ପୁଅ ନକଲି ପ୍ରମାଣପତ୍ର ବଳରେ ଡାକ ବିଭାଗରେ ଚାକିରି କରୁଥିଲା । ପୁଅକୁ ନକଲି ସାର୍ଟିଫିକେଟ ଯୋଗାଇଥିବା ବାପା ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ପୂର୍ବରୁ ନକଲି ଡାକ କର୍ମଚାରୀ ଛନକ ବାଗ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଭବାନୀପାଟଣା ଟାଉନ ପୋଲିସ ପଦ୍ମନାଭ ମହାନନ୍ଦ ଓ ତାଙ୍କ ପୁଅ ପ୍ରଭାତ ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗର୍ଜନ ପାଣି ଗ୍ରାମବାସୀଙ୍କୁ ସୁରକ୍ଷା ଦିଆଯିବ ବୋଲି ଆରକ୍ଷୀ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ଦେଲେ

Sunil Chandra Nayak

ମହାବଳ ବାଘ ଛାଲ ସହ ଜଣେ ଗିରଫ

Sunil Chandra Nayak

ଆଠ ଦିନ ହେବ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି 

Sunil Chandra Nayak

Leave a Comment

error: Content is protected !!