ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିତ୍ୟକ୍ତ କୂଅ ରୁ ଅକ୍ଷତ ଅବସ୍ଥାରେ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

ପରିତ୍ୟକ୍ତ କୂଅ ରୁ ଅକ୍ଷତ ଅବସ୍ଥାରେ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ଗ୍ରାମ ପୁରୁଣା ଫରେଷ୍ଟ କ୍ବାଟର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ରୁ ଗତକାଲି ବିଳମ୍ବିତ ରାତିରେ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଅକ୍ଲାନ୍ତ ଉଦ୍ୟମ କରି ଗଭୀର କୂଅ ରେ ପଡିଥିବା ଜଣେ ବ୍ୟକ୍ତି ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ସୂଚନା ମତେ ଆମପାଣି ଗ୍ରାମ ର କୁନୁ ପରାଭୋଇ(୪୨) ଙ୍କ ମାନସିକ ସ୍ଥିତି ଭଲ ନଥିବା ବେଳେ ଗତକାଲି ରାତିରେ ସେ ପରିତ୍ୟକ୍ତ କୂଅ ରେ ପଡି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ କୂଅ ରେ ପଡିଥିବା ଦେଖି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଜରୁରୀକାଳୀନ ୧୧୨ ନମ୍ବର ରେ ଯୋଗାଯୋଗ କରିବା ପରେ ବିଳମ୍ବିତ ରାତିରେ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି କୂଅ ରୁ ସୁରକ୍ଷିତ ଭାବେ ବ୍ୟକ୍ତି ଙ୍କୁ ଉଦ୍ଧାର କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆହତ ବ୍ୟକ୍ତି ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

Sunil Chandra Nayak

ସରିଆଁ କ୍ଲଷ୍ଟରରେ ୧୦୦% ପୋଷାକ ବିତରିତ

Sunil Chandra Nayak

ପଣ୍ଡିତ ଯୁଧିଷ୍ଠିର ପତିଙ୍କ ପରଲୋକ 

masiha

Leave a Comment

error: Content is protected !!