ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ 

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ 

ଦେଶର ଏକତା, ଅଖଣ୍ଡତା ଓ ଶାନ୍ତି ପ୍ରତିଷ୍ଠା କୁ ବଜାଇ ରଖିବା ପାଇଁ ଭାରତୀୟ ସେନା ର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ,ବଳିଦାନ ଓ କର୍ତ୍ତବ୍ୟ ନିଷ୍ଠା ଅତୁଳନୀୟ। ଭାରତର ସୁରକ୍ଷା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇ ଅପରେସନ ସିନ୍ଦୂର ରେ ଭାରତୀୟ ସେନା ର ପରାକ୍ରମ ସମସ୍ତ ଦେଶବାସୀ ଙ୍କୁ ଗର୍ବିତ କରିଛି। ଭାରତର ବୀର ସୈନିକ ମାନଙ୍କ ସଫଳତା ଓ ସାହସିକ ପଦକ୍ଷେପ କୁ ଉତ୍ସାହିତ କରିବା ପାଇଁ ଆଜି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କ ନେତୃତ୍ବରେ ଏକ ବିଶାଳ ମୋଟର ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା । ଏହି ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଧର୍ମଗଡ ର କାଶୀବାହାଲ ନିକଟରୁ ବାହାରି ଧର୍ମଗଡ ସହର ପରିକ୍ରମା କରିବା ପରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଧର୍ମଗଡ ବ୍ଲକ ର ଗଡିଆଯୋର, ପର୍ଲା ,ଘୁମର, ମାଲପଡ଼ା, ବୋଡ଼େନ, ବିରାମାଲ, ନନ୍ଦଗାଁ, ହଲଦି, ବଡ଼ବସୁଲ ପ୍ରମୁଖ ଗ୍ରାମକୁ ଯାଇ ଗ୍ରାମରେ   ପଥପ୍ରାନ୍ତ ସଭାର ଆୟୋଜନ କରାଯାଇ ତ୍ରିରଙ୍ଗା ଯାତ୍ରା ର ଉଦ୍ଦେଶ୍ୟ ଓ ଅପରେସନ ସିନ୍ଦୁର ରେ ଭାରତୀୟ ଯବାନ ଙ୍କ ପରାକାଷ୍ଠା କୁ ସୁଦୃଢ କରିବା ଓ ସେମାନଙ୍କ ମନୋବଳ କୁ ବଢ଼ାଇବା ପାଇଁ ସମସ୍ତ ଦେଶବାସୀ ଆଗେଇ ଆସିବା ପାଇଁ ବିଧାୟକ ଶ୍ରୀ ପଟ୍ଟଯୋଷୀ ଆହ୍ଵାନ ଦେଇଥିଲେ। 

ଅପରେସନ ସିନ୍ଦୁର ତ୍ରିରଙ୍ଗା ଶୋଭାଯାତ୍ରାରେ ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଡ଼, ବିଜେପି ର ବରିଷ୍ଠ ନେତା ଧନଞ୍ଜୟ ପାତ୍ର, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ବିଜେପି ନେତା ଚତୁର୍ଭୁଜ ତାଣ୍ଡି, ଅଜୟ ମେହେର, ସୌରଭ ମିତ୍ତଲ, ସୁକାନ୍ତି ସା, ଅପ୍ରେସ ସ୍ୱାଇଁ, ହେମନ୍ତ କୁମାର ମାଝୀ, ହିମାଂଶୁ ପଣ୍ଡା, ପୁଳସ୍ତ ମାଝୀ, ପ୍ରବୀଣ ପଣ୍ଡା, ଜନ୍ମେଜୟ ନାଏକ, ଘନଶ୍ୟାମ ଅଗ୍ରୱାଲ, ହରେକୃଷ୍ଣ ପଣ୍ଡା,ମନୀନ୍ଦ୍ର ଭୂଷଣ ପାତ୍ର, ଆଚାର୍ଯ୍ୟ ହୃଷୀକେଶ ମିଶ୍ର, ବ୍ରଜେସ ପଣ୍ଡା, ସିତୁନ ମେହେର, ମମତା କାଶ୍ୟପ ମେହେର, ବିଭୁଦତ୍ତ ପ୍ରଧାନୀ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ମନୋଜ ପଟ୍ଟଯୋଶୀ ଙ୍କ ସମେତ ଶତାଧିକ ଲୋକେ ସାମିଲ ହୋଇଥିଲେ। 

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ନର୍ଲାରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟିତ

Sunil Chandra Nayak

ଚାଷୀ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ 

masiha

ନବରଙ୍ଗପୁର ଜିଲ୍ଲା ପୁଷ ପୁନି କମିଟି ତରଫରୁ ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଓ ଲୋଗୋ ଉନ୍ମୋଚନ 

masiha

Leave a Comment

error: Content is protected !!