ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଟ୍ରାନ୍ସପୋର୍ଟର ବେନିୟମ କାର୍ଯ୍ୟ

ସରସ୍ୱତୀ ଟ୍ରାନ୍ସପୋର୍ଟର ବେନିୟମ କାର୍ଯ୍ୟ

ନର୍ଲା,୨୧/୪ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ହେଉଛି ନର୍ଲା ଅଞ୍ଚଳର ଜଣାଶୁଣା ବ୍ୟବସାୟୀକ ପେଣ୍ଠସ୍ଥଳୀ। ଏଇଠି ୩୦ ରୁ ଉର୍ଦ୍ଧ୍ୱ ହୋଲସେଲ ଦୋକାନ ରହିଥିବା ବେଳେ ୫୦ ରୁ ଉର୍ଦ୍ଧ୍ୱ ରହିଛି ଖୁଚୁରା ବ୍ୟବସାୟୀଙ୍କ ଦୋକାନ। ବିଭିନ୍ନ ବ୍ରାଣ୍ଡ କମ୍ପାନୀ ମାନଙ୍କ ଅବିକଲ ନକଲ ରହିତ ଲୋଗୋ ପ୍ରସ୍ତୁତ କରି ନକଲି ଦ୍ରବ୍ୟରେ ବ୍ରାଣ୍ଡ ଲେବୁଲ ଲଗେଇ କଳା ବଜାରୀ କରିବାରେ ଦୀର୍ଘ ଦିନରୁ ମାଷ୍ଟର ମାଇଣ୍ଡ ସାଜି ଜିଏସଟି ଫାଙ୍କି କୋଟି କୋଟି ଟଙ୍କାର ମୁନାଫା କମାଉଥିବା ବ୍ୟବସାୟୀଙ୍କ ଗନ୍ତାଘର ସାଜିଛି ରୁପ୍ରାରୋଡ। ଏହାକୁ ଆହୁରି ପାଦେ ଆଗେଇ ନେବାରେ ବେଶ୍ ସହାୟକ ହୋଇଛି ରାୟପୁରର ସରସ୍ୱତୀ ଟ୍ରାନ୍ସପୋର୍ଟ। ପ୍ରତ୍ୟହ ଦୁଇ ଟ୍ରକରୁ ଉର୍ଦ୍ଧ୍ୱ ୫୦ ଲକ୍ଷର ଟଙ୍କାର ଭେଜାଲ୍/ନକଲି ସାମଗ୍ରୀ ଆଣି ରୁପ୍ରାରୋଡର ବ୍ୟବସାୟୀଙ୍କୁ ରିରିମତ ଯୋଗାଇ ଆସୁଛି ଏହି ସରସ୍ୱତୀ ଟ୍ରାନ୍ସପୋର୍ଟ। ଏଠାକାର କଳା ସାମ୍ରାଜ ବିସ୍ତାର କରିଥିବା, ସରକାରଙ୍କୁ ଟ୍ୟାକ୍ସ ଫାଙ୍କୁଥିବା ବ୍ୟବସାୟୀ ମାନଙ୍କୁ ଛତ୍ର ଛାୟା ଯୋଗାଇ ଆସୁଛନ୍ତି କଳାହାଣ୍ଡି ଜିଏସଟି ଅଫିସର ବୋଲି ଜଣେ କର୍ମଚାରୀ ସୂଚନା ଦେଇଥିବା ବେଳେ ବସ୍ତି ସାରା ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ପ୍ରତି ସପ୍ତାହରେ ରୁପ୍ରାରୋଡ ବ୍ୟବସାୟୀ ମାନଙ୍କ ନିକଟକୁ ଆସି ଜିଏସଟି ଫାଙ୍କିବାରେ ସହାୟତା କରୁଥିବା ବାବଦକୁ ବେଶ ମୋଟା ଅଙ୍କର ପାଣ୍ଠି ନିଜ ହାତଗୁଞ୍ଜା ନେଇଯାଇଥାନ୍ତି ଏହି ବାବୁ ଜଣକ। ଏହା ଆଜିକାର ଘଟଣା ନୁହଁ ଦୀର୍ଘ ୫ ବର୍ଷ ହେଲା ଚାଲି ଆସୁଛି ଏହି ପ୍ରକ୍ରୀୟା ବୋଲି ଆଲୋଚନା ଚାଲିଛି। ବାବୁ ଜଣକ ଜିଏସଟି ଅଫିସରେ ଆଉ କେଉଁ କର୍ମଚାରୀଙ୍କୁ ପିସି ଅଂଶ ଧନ ଦିଅନ୍ତିକି ନାହିଁ ତାହା ତ ଜଣା ନାହିଁ। ହେଲେ ସମସ୍ତଙ୍କୁ ଭାଗ ଦେଉଥିବା ନାଁ ରେ ବେଶ ମୋଟା ଅଙ୍କ ଖସେଇ ନିଅନ୍ତି ଅସାଧୁ ବ୍ୟବସାୟୀ ମାନଙ୍କ ନିକଟରୁ। ରୁପ୍ରାରୋଡରେ କଳା କାରନାମା ଚଲେଇ ଆସିଥିବା, କିରାନା ଦୋକାନ ନାଁ ରେ ଜିଏସଟି ନମ୍ବର ନେଇଥିବା ୧୦ ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ସେମାନଙ୍କ ଦୋକାନରେ କିରାନା ସାମଗ୍ରୀ ବିଲକୁଲ ବି ରଖନ୍ତି ନାହିଁ। ରାୟପୁରରେ ଘରୋଇ ଭାବରେ ପ୍ରସ୍ତୁତ ହେଉଥିବା ନକଲି ଓ ବେନାମୀ କମ୍ପାନୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଚକୋଲେଟ, ବିସ୍କୁଟ, କୁରକୁରେ, ଆଳୁ ଚିପସ, ଚୁରନ ଭଳି ଛୋଟ ପିଲା ମାନଙ୍କ ଆକର୍ଷଣର ଖାଦ୍ୟ ପାଲଟିଥିବା ସାମଗ୍ରୀ ସବୁକୁ ସେମାନଙ୍କ ଦୋକାନରେ ମହଜୁଦ ରଖି ସସ୍ତା ଦରରେ ନର୍ଲା, ଉପାନ୍ତ ଲାଞ୍ଜିଗଡ ବ୍ଲକ, କେସିଙ୍ଗା, ଥୁଆମୂଲ ରାମପୁର, ମଦନପୁର ରାମପୁର, ପଡୋଶୀ ରାୟଗଡା ଜିଲ୍ଲାର ଅମ୍ବାଦଳା, ରାୟଗଡା, କନ୍ଧମାଳ ପ୍ରଭୃତି ସ୍ଥାନକୁ ନିଜ ଗାଡିଯୋଗେ ସପ୍ଲାଏ କରି ସରକାରଙ୍କୁ ଜିଏସଟି ଫାଙ୍କି ମାଲାମାଲ ହେଉଥିବା ଜଣାପଡିଛି। ସରସ୍ୱତୀ ଟ୍ରାନ୍ସପୋର୍ଟର ମାଲିକ ଜଣକ ରୁପ୍ରାରୋଡର ଏହି ଅସାଧୁ ବ୍ୟବସାୟୀ ମାନଙ୍କ ସହିତ ବେଶ୍ ମଧୁ ଚନ୍ଦ୍ରିକାରେ ଲିପ୍ତ। ପ୍ରତ୍ୟହ ସକାଳ ୭.୩୦ ଟାରୁ ରୁ ୮.୩୦ ମଧ୍ୟରେ ଏହି ସରସ୍ୱତୀ ଟ୍ରାନ୍ସପୋର୍ଟର ଦୁଇଗୋଟି ଟ୍ରକ ସାମଗ୍ରୀ ନେଇ ଆସି ରୁପ୍ରାରୋଡ ରେଳ ଷ୍ଟେସନ ଷ୍ଟାଫ କ୍ୱାଟର୍ସ ପାର୍ଶ୍ଵସ୍ଥ ଜନୈକ ବ୍ୟକ୍ତିଙ୍କ ଗୋଦାମରେ ଅନଲୋଡ କରିଥାଏ। ରୁପ୍ରାରୋଡ ବସ୍ତି ମଝିରେ କିଛି କିରାନା ଦୋକାନ ଆଳରେ ନକଲି ସାମଗ୍ରୀ ବ୍ୟବସାୟ କରୁଥିବା ଏହି ଅସାଧୁ ବ୍ୟବସାୟୀ ମାନେ ଘଣ୍ଟାଏ ପରେ ଗୋଦାମରେ ପହଞ୍ଚି ବାକି ଅସାଧୁ ବ୍ୟବସାୟୀ ମାନଙ୍କୁ ସୁସମ ବଣ୍ଟନ କରି ନକଲି/ଭେଜାଲ୍ ମାଲ୍ ଯୋଗାଇ ଦେଇଥାନ୍ତି। କୋମଳମତି ଛୋଟ ପିଲା ମାନଙ୍କ ଖାଦ୍ୟ ସାମଗ୍ରୀ ଭାବରେ ରାୟପୁରରେ ଘରୋଇ ଭାବରେ ପ୍ରସ୍ତୁତ ଏହି ବିଷକୁ ନର୍ଲା ଅଞ୍ଚଳ ସାରା ଯୋଗାଇ ମାଲାମାଲ ହୋଇ ଆସୁଛନ୍ତି ଏହି ଅସାଧୁ ବ୍ୟବସାୟୀ ମାନେ। ଏହି ଅସାଧୁ ବ୍ୟବସାୟୀ ଓ ଅନୈତିକ କାରବାରର ସର୍ଦ୍ଦାର ସାଜିଥିବା ସରସ୍ୱତୀ ଟ୍ରାନ୍ସପୋର୍ଟ ପ୍ରତି ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଚଢାଉ କରାଯାଇ ଏମାନଙ୍କୁ ଧରିଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

Labour Payment Dispute Leads to Vandalism at Forest Office

Sunil Chandra Nayak

ମୋ ଘର ଯୋଜନା ର ହିତାଧିକାରୀଙ୍କୁ ଘର ଋଣ ଚେକ ପ୍ରଦାନ

Sunil Chandra Nayak

ରାୟଗଡ ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ପାଳିତ  “ଅସ୍ମିତା ଏକ ଜାତିର ସ୍ୱାଭିମାନର ଆତ୍ମ ପରିଚୟ” -ମାନ୍ୟବର ମନ୍ତ୍ରୀ 

masiha

Leave a Comment

error: Content is protected !!