ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଭାରତର ନୂତନ ଆଇନ ସମ୍ପର୍କରେ ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

ନୂତନ ଭାରତର ନୂତନ ଆଇନ ସମ୍ପର୍କରେ ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

 ରାଉରକେଲା: ସେକ୍ଟର ୧୯ ଥାନା ଆମ ପୁଲିସ ପକ୍ଷରୁ ନୂତନ ଭାରତର ନୂତନ ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ସାଇପ୍ରଭା ରାଉତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ଡିଏସପି ପୁଷ୍ପାଞ୍ଜଳି ନେଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ୩ ଗୋଟି ଆଇନ ଲାଗୁ ହେବା ଦ୍ବାରା ନାଗରିକଙ୍କୁ ଏହାର ସହାୟକ ନେଇ ସେ ସଚେତନ କରାଇଥିଲେ। ଆଇନ ଗୁଡିକ ମଧ୍ୟରେ ୧୮୬୦ ଭାରତୀୟ ଦଣ୍ଡ ସଂହିତା କୁ ୨୦୨୩ ଭାରତୀୟ ନ୍ୟାୟ ସଂହିତା ହୋଇଅଛି। ସେହିପରି ୧୯୭୩ କୋର୍ଟ ଅଫ୍ କ୍ରିମିନାଲ ପ୍ରୋସିଡିଙ୍ଗ୍ କୁ ୨୦୨୩ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ୧୮୭୨ ଭାରତୀୟ ସାକ୍ଷ୍ୟ ଆଇନ କୁ ଭାରତୀୟ ସାକ୍ଷ୍ୟ ଅଧିନିୟମ କରାଯାଇଛି। ଏହା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା, ସୁରକ୍ଷା,କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଥାନା ପ୍ରଭାରୀ ଶ୍ରୀମତୀ ରାଉତ ପ୍ରାରମ୍ଭିକ ସୂଚନା ଓ ବୈଠକର ଆଭିମୁଖ୍ୟ ତଥା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଗଣେଶ ଜୟସିଂହ,ନିହାର ରଞ୍ଜନ ଦାସ, ଶ୍ୟାମସୁନ୍ଦର ସ୍ବାଇଁ, ସନ୍ତୋଷ କୁମାର ସ୍ବାଇଁ, ସୁଜିତ୍ କୁମାର ସ୍ବାଇଁ, ମନୋଜ ସାହୁ, ସୁଶାନ୍ତ ସ୍ବାଇଁ,ରାଜୁ ଚୈ।ଧୁରୀ, ଏମ୍ ଡି ନୈ।ସାଦ୍, ସୁନିଲ କୁମାର ଜେନା, ବାସୁଦେବ ସ୍ବାଇଁ, କୁଞ୍ଜବିହାରୀ ରାଉତ, ସ୍ନେହଲତା ମିଶ୍ର, ସୁରେଶ କୁଜୁର, ଶ୍ୟାମସୁନ୍ଦର ଜୟପୁରିଆ,ଏସକେ ପଣ୍ଡା, ସୁବାସ ଗୁପ୍ତା, ସନ୍ତୋଷ କୁମାର ରାଉତ, ସଞ୍ଜୀବ ନାୟକ ଓ ଥାନା ପକ୍ଷରୁ ଏସଆଇ ଅମ୍ବିକା ମାରାଣ୍ଡି,ଏଏସଆଇ ଆର୍ ଏନ୍ ଦାସ, ଶକୁନ୍ତଳା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଳକରେ କେନ୍ଦ୍ର ମନ୍ତ୍ରୀ ଙ୍କ ଗସ୍ତ 

masiha

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ପଲମ ଠାରେ ଆୟୋଜିତ

Sunil Chandra Nayak

ସିଟି ସ୍ତରୀୟ ଖେଲୋ ଇଣ୍ଡିଆ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!