ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଅବହେଳିତ ନନ୍ଦିନିଆ ଜଳଧାରା ,୨- ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ,୩- ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର ,୪- କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର , ୫-ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ୬- ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର , ୭- ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ , ୮- ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ, ୯- ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ , ୧୦- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

ଅବହେଳିତ ନନ୍ଦିନିଆ ଜଳଧାରା 

ଢେଙ୍କାନାଳ – ଢେ଼ଙ୍କାନାଳ ହିନ୍ଦୋଳ ବ୍ଲକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହିନ୍ଦୋଳ ଉପଖଣ୍ଡର ନିଘଞ୍ଚ ବନାନୀ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ପରିପୂର୍ଣ୍ଣ ନନ୍ଦିନିଆ ଜଳାଧାର ଅଞ୍ଚଳ ଅନ୍ୟତମ। ହିନ୍ଦୋଳ ଉପଖଣ୍ଡ ଅମଲାପଡା ରାୟମୁଣ୍ଡା ଗ୍ରାମରୁ ବାମପାର୍ଶ୍ବରେ ପ୍ରାୟ ୬ କିମି ଦୂରରେ ଅବସ୍ଥିତ ଏହି ସ୍ଥାନଟି ଆଜି ବି ଅନେକଙ୍କ ପାଇଁ ଅପ‌ହଞ୍ଚ। କିମ୍ବଦନ୍ତୀ ଅନୁଯାୟୀ ବହୁପୂର୍ବେ ହିନ୍ଦୋଳ ଗଡ଼ଜାତ ଅଞ୍ଚଳର ନନ୍ଦ ମହାଦେବ ଘୋର ମହାରାଜନ ବନାନୀରେ ଶିକାର କରି ଯାଇଥିବା ସମୟରେ ଏକ ଗୁମ୍ଫାରେ ତପସ୍ୟାରତ ଜଣେ ସାଧୁଙ୍କୁ ସାକ୍ଷାତ କରିଥିଲେ। ଯାହାର ସ୍ଵରୂପ ସେହି ସାଧୁ ଉକ୍ତ ଗୁମ୍ଫାକୁ ମହାରାଜଙ୍କ ନାମାନୁସାରେ‘ନନ୍ଦିନିଆ ଗୁମ୍ଫା’ନାମରେ ନାମିତ କରିଥିଲେ।ଲୋକମୁଖରେ‘ନନ୍ଦିନିଆ କୁଣ୍ଡ’ନାମରେ ଜଣାଯାଏ। ସୂର୍ଯ୍ୟଙ୍କ ପହିଲି କିରଣ ସର୍ବପ୍ରଥମେ ନିକଟରେ ଥିବା ଏହି କୁଣ୍ଡ ଉପରେ ପଡ଼ିଥାଏ। ଶୁଣାଯାଏ ଯେ ଏକଦା ଏକ ମଇଁଷି ତୃଷାତୁର ହୋଇ ଜଳାଶୟ ଅନୁସନ୍ଧାନରେ ଜୀବନ-ମୃତ୍ଯୁ ସହ ସଂଗ୍ରାମ କରୁଥିଲା। ମହାପ୍ରଭୁଙ୍କ କରୁଣାରୁ ଉକ୍ତ ଭୂମୁଖରୁ ପଡୁଥିବା ଏହି ଗୁମ୍ଫାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ ଏବଂ ଏହି ଚିତାଲାଗି ଅମାବାସ୍ୟା ଦିନ ଏ ଦାନ ଜଳାଧାରର ଉତ୍ପତ୍ତି ହୋଇଥିଲା। ସେହି ଜଳ ଯୋଗୁଁ ଉକ୍ତ ମଇଁଷିଟି ଜୀବନଦାନ ପାଇଥିଲା। ସେହିଦିନଠାରୁ ଏହି ସ୍ଥାନରେ ଏଠାରେ ନାମ ସଂକୀର୍ତ୍ତନ ଓ ପୂଜାପାଠ ଆୟୋଜିତ ହୋଇଥାଏ। ପ୍ରକୃତିକୋଳରେ ଅବସ୍ଥିତ ନିର୍ମିତ ଅନୁକୂଳ ପରିବେଶ ଯୋଗୁଁ ପ୍ରତିବର୍ଷ ଶୀତଦିନେ ବିଶେଷ କରି ବଡଦିନ ଓ ନୂଆବର୍ଷରେ ଏଠାରେ ଜନସମାଗମ ହୋଇଥାଏ। ଜିଲ୍ଲା ତଥା ଜିଲ୍ଲାବାହାରୁ ପର୍ଯ୍ୟଟକ ଆସି ଗୁମ୍ଫାସ୍ଥିତ ସୁଦୃଶ୍ୟ ଥୂବା ଜଳାଧାର ସମେତ ଏଠାରେ ଘଞ୍ଚଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ମହାପ୍ରଭୁଙ୍କୁ ଦର୍ଶନ କରିବା ବା ସହ ସୁଜଳାଧାର ତଥା ବଣଭୋଜିର ଆନନ୍ଦ ନିଅନ୍ତି ପର୍ଯ୍ୟଟକ । ଏତେସବୁ ଉପଲବ୍ଧି ସତ୍ତ୍ୱେ ଦୁର୍ଗମ ଯାତାୟତ ପଥ ଏକ ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହା ମଧ୍ୟ ଲୋକଲୋଚନ ଆଢୁଆଳରେ ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟନ ବିଭାଗ ଦ୍ଵାରା ପକ୍କାସଡ଼କ,ବିଜୁଳି ବ୍ୟବସ୍ଥା ତଥା ବିଶ୍ରାମଗାରର ସୁବନ୍ଦୋବସ୍ତ କରାଗଲେ ନିଶ୍ଚିତ ରୂପେ ଏହା ଢ଼େଙ୍କାନାଳ ଜିଲ୍ଲାର ଏକ ସୁଉତ୍ତମ ପର୍ଯ୍ୟଟନସ୍ଥଳୀ ରୂପେ ପରିଚିତ ହୋଇପାରିବ ବୋଲି ଆଶା କରାଯାଏ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ହିନ୍ଦୋଳ ଗଡ଼ଜାତ ଅଞ୍ଚଳର ନନ୍ଦିନିଆ ଜଳାଧାର ପ୍ରତି ପର୍ଯ୍ୟଟନ ବିଭାଗର ଦୃଷ୍ଟି କେବେ ପଡ଼ିବ ତାହା ଦେଖୁବାକୁ ବାକି ରାହିଲା।

ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଧୀନ କନ୍ତିଓ ପୁଟସାହି ଗାଁର ପୁରାତନ ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ହୋଇଛି। ମଠର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମୂର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି। ରାଧାକୃଷ୍ଣଙ୍କ ଚାପଖେଳ ମୂର୍ତ୍ତି ମଧ୍ୟ ଚୋରି ହୋଇଯାଇଛି। ଚୋରି ମୂର୍ତ୍ତିଗୁଡ଼ିକ ପିତ୍ତଳ ସହ ବିଭିନ୍ନ ଧାତବ ଏବଂ ଖଡ଼ି ପଥରର ବୋଲି ଜଣାପଡ଼ିଛି। ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ବର୍ଷ ବର୍ଷ ଧରି ପୂଜା ପାଉଥିବା ୧୮ଟି ମୂର୍ତ୍ତି ଚୋରି କରି ନେଇଥିଲେ । ପୁରାତନ କୀର୍ତ୍ତିରାଜି ଗାଏବ ହୋଇଯିବା ପରେ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମଠ ପକ୍ଷରୁ ତୁମୁସିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଛି।

ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର

ଢେଙ୍କାନାଳ – ଲଘୁଚାପଜନିତ ବର୍ଷା ଓ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ବୃଦ୍ଧି ଯୋଗୁଁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କାଲୁହୁରିଆ ଅଞ୍ଚଳରେ ପ୍ରାୟ ୭୦ଟି ଗାଈ ବନ୍ୟାଜଳ ମଧ୍ୟରେ ଫସି ଯାଇଥିଲେ। ହଠାତ୍ ଚାରିଆଡ଼େ ବନ୍ୟାଜଳ ଘେରିଯିବାରୁ ଗାଈଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଚିନ୍ତା ପ୍ରକାଶ ପାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଗଁଦିଆ ଅଗ୍ନିଶମ କେନ୍ଦ୍ରର ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଷ୍ଟେସନ୍ ଇନ୍‌ଚାର୍ଜ ଦିଲୀପ କୁମାର ଦାସଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ଜୀବନକୁ ବିପଦରେ ପକାଇ ବନ୍ୟାଜଳ ମଧ୍ୟରେ ପ୍ରବେଶ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବନ୍ୟାଜଳର ପ୍ରଖର ସ୍ରୋତ ଓ ଗଭୀର ଜଳକୁ ଖାତିର ନକରି ଉଦ୍ଧାରକାରୀ ଦଳ ଅତ୍ୟନ୍ତ ସତର୍କତାର ସହିତ ଗାଈଗୁଡ଼ିକୁ ଗୋଟିଏ ପରେ ଗୋଟିଏ ସୁରକ୍ଷିତ ସ୍ଥାନକୁ ନେଇ ଆସିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଅଭିଯାନ ପରେ ପ୍ରାୟ ୭୦ଟି ଗାଈଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଅଗ୍ନିଶମ ବାହିନୀର ତତ୍ପରତା ଓ ସାହସିକତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ବନ୍ୟା ଭଳି ବିପର୍ଯ୍ୟୟ ସମୟରେ କେବଳ ମଣିଷଙ୍କ ନୁହେଁ, ଅସହାୟ ପଶୁମାନଙ୍କ ଜୀବନ ରକ୍ଷା ପାଇଁ ମଧ୍ୟ ଅଗ୍ନିଶମ ବିଭାଗ ଯେପରି ଆଗେଇ ଆସିଛି, ତାହାକୁ ନେଇ ଅଞ୍ଚଳବାସୀ ଗଁଦିଆ ଅଗ୍ନିଶମ ଦଳକୁ ପ୍ରଶଂସା କରିଛନ୍ତି।

କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି! ପ୍ରେମଜନିତ ବିବାଦରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ପୋଲିସ ସେହି ଗ୍ରାମର ବିଷ୍ଣୁ ପ୍ରସାଦ ସାହୁ (୪୦)ଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ,ଗତ ଶୁକ୍ରବାର ସନ୍ଧ୍ୟାରେ ଧାନ ତଳି ଲଗାଇବା ପାଇଁ ଶ୍ରମିକ ଠିକ୍ କରିବାକୁ ସଂଯୁକ୍ତା ସାହୁ (୫୨) ଘରୁ ବାହାରିଥିଲେ। ହେଲେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବିଳମ୍ବିତ ରାତି ଯାଏଁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଶନିବାର ସକାଳେ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ପରିବାର ଲୋକେ ଜଣେ ଯୁବକଙ୍କ ଉପରେ ସନ୍ଦେହ ପ୍ରକାଶ କରି ହତ୍ୟା ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ କହିବାନୁସାରେ,ସଂଯୁକ୍ତା ଜଣେ ଯୁବକଙ୍କ ସହ ବାଇକ୍‌ରେ ଯାଉଥିବା ପ୍ରେମଜନିତ ବିବାଦରୁ ହତ୍ଯା ସେମାନେ ଦେଖିଥିଲେ। ଏପରିକି ସମ୍ପୃକ୍ତ ଯୁବକ ସଂଯୁକ୍ତାଙ୍କ ଘରକୁ ଆସି ତାଙ୍କୁ ଖୋଜାଖୋଜି କରିଥିବା କହିଥିଲେ। ଉଭୟଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ବିବାଦ ଥିବା ନେଇ ପରିବାର ଅଭିଯୋଗ କରିଥିଲେ। କାମାକ୍ଷାନଗର ଏସ୍‌ଡିପିଓ ଚିତ୍ତରଞ୍ଜନ ବେହେରା ଓ ତୁମୁସିଙ୍ଗା ଥାନା ଅଧିକାରୀ ମନସ୍ତିନୀ ମହାନ୍ତିଙ୍କ ନେତୃତ୍ବରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ପୋଲିସ ବିଷ୍ଣୁ ପ୍ରସାଦଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିଥିଲା। ପଚରାଉଚା ସମୟରେ ସେ ହତ୍ୟା କରିଥିବା ସ୍ବୀକାର କରିଥିବା ପୋଲିସ ସୂଚନା ଦେଇଛି। ସଂଯୁକ୍ତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା ପରେ ଗାଁ ନିକଟ କାଜୁ ଜଙ୍ଗଲକୁ ନେଇ ସେଠାରେ ସଂଯୁକ୍ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ପୋଲିସ ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା।

ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ

ଢେଙ୍କାନାଳ – ଢେଙ୍କାନାଳ ସ‌ହର ମଧ୍ୟଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହୋଇଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣି ମଧ୍ୟ ଅଜଣା ରହୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ବୁଧବାର ଅନୁଷ୍ଠିତ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ମଧ୍ୟ ଚିନ୍ତା ପ୍ରକଟ – କରାଯାଇଥିଲା। ଢେଙ୍କାନାଳ ସହର ମହିଷାପାଟଠାରୁ କଲେଜ ବାଇପାସ୍‌ ମଧ୍ୟରେ ୫୫ନଂ ଜାତୀୟ ରାଜପଥର ବାମପାର୍ଶ୍ବ କଂକ୍ରିଟ ରାସ୍ତାରେ ଏହି ଖାଲଖମା ହେବା ସହିତ ଓଭରବ୍ରିଜ୍ ପୂର୍ବରୁ କଂକ୍ରିଟ ରାସ୍ତାଟି ଦବି ଯାଇଥିବା ଦେଖାଯାଇଛି। ଏ ସମ୍ପର୍କରେ ଜାଣିବା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଖାଲଖମା ଦେଖିଛନ୍ତି। ପରେ ଜିଲ୍ଲାପାଳଙ୍କ ଆଞ୍ଚଳିକ ପରିବହନ ନିର୍ଦ୍ଦେଶରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ,ସଡ଼କ ସୁରକ୍ଷା ଅଧିକାରୀ କମିଟି ସଦସ୍ୟ ରୁଦ୍ର ନାରାୟଣ ତ୍ରିପାଠୀ,ସତ୍ୟ ସ୍ବରୂପ ଦାସ ପ୍ରମୁଖ ଜାତୀୟ ପଥ ପ୍ରାଧିକରଣ ଅଧିକାରୀ ଓ ରାଜପଥ ଠିକାଦାରଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ରାଜପଥରେ ହୋଇଥିବା ୩ଗର୍ତ୍ତ ଦେଖି ଆଞ୍ଚଳିକ ପରିବନ ଅଧିକାରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ଗାତ ପାଇଁ ରାତିରେ ଦୁଇ ଚକିଆ ଯାନ ଆରୋହୀମାନେ ଦୁର୍ଘଟଣାର ଶିକାର ହେବାର ସମ୍ଭାବନା ରହିଛି। ତୁରନ୍ତ ଏହାକୁ ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସର ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଓ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର

 କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ଶିବୁଳାପଶି ଗାଁ ଓଭରବ୍ରିଜ୍‌ ଉପରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଦୁଇଟି କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଗଁଦିଆ ଥାନା କାଲୁରିଆ ଗାଁର ବିପିନି ବେହେରା(୩୬) ଅନ୍ୟ ଗୁରୁତର ମାନେ ମହାବିରୋଡ ଅଂଚଳର ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ, ବିପିନିଙ୍କ ସମେତ ଅନ୍ୟମାନେ ଏକ କାର୍‌ରେ ପୁରୀରୁ ତାଳଚେର ଫେରୁଥିବା ବେଳେ ଶିବୁଳାପଶି ଓଭରବ୍ରିଜ୍‌ ଉପରେ କାର୍‌ଟି ରଙ୍ଗ୍‌ ଲେନ୍‌ରେ ଯାଇ ଅନ୍ୟ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଅନ୍ୟ କାର୍‌ଟି ରାଉରକେଲାରୁ ଭୁବନେଶ୍ୱର ଯାଉଥିଲା। ସେଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ସେମାନେ ଜଣେ ହୃଦ୍‌ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇ ଯାଉଥିଲେl ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ୪ ଜଣ ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ 

କାମାକ୍ଷାନଗର – ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଆସିବାରୁ ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୫ ପଞ୍ଚାୟତର ୬ ଗ୍ରାମ ପାଣି ଘେରରେ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଦୁର୍ଦ୍ଦଶା ଦୁଇଗୁଣିତ ହୋଇପଡ଼ିଛି। ଦୁଇ ଦିନ ହେଲା ୬ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବା ସହ ଚାଷଜମିରେ ବନ୍ୟାଜଳ ଜମି ରହିଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କାଉଡ଼ିଆ ମାନେ ବହୁ ହିନସ୍ତା ହୋଇ ଦୀର୍ଘ ପଥ ଅତିକ୍ରମ କରି ମନ୍ଦିରରେ ପହଞ୍ଚି ଜଳଲାଗି କରିଥିଲେ । 

ଭୂଷଳ ପଞ୍ଚାୟତର ଜୟପୁର, ଯମୁନାକୋଟର କୃଷ୍ଣପୁର, ବାଲିବୋ ପଞ୍ଚାୟତର କୁମର୍ଦ୍ଦା ଓ ଅରିଲୋ, ସୁରପ୍ରତାପପୁର ପଞ୍ଚାୟତର ପାଟପୁର ଏବଂ ଗଡ଼ନୃସିଂହପ୍ରସାଦ ପଞ୍ଚାୟତର କାଶୀପୁର ଗ୍ରାମ ସମ୍ପୂର୍ଣ ବନ୍ୟାଜଳ ଘେରରେ ରହିଛି। ଲୋକମାନେ ଘରୁ ବାହାରିବାକୁ ଅସମର୍ଥ ହୋଇଥିବା ବେଳେ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ ମଧ୍ୟ ଚିନ୍ତାର କାରଣ ପାଲଟିଛି।

ମାଳପୁରା ଇନ୍‌ଟେକ୍‌ ରାସ୍ତା ବିପଦରେ ରହିଛି । ମାର୍ଥାପୁର ପଞ୍ଚାୟତର ମାଳପୁରା ଗାଁ ନିକଟରେ ଥିବା ଇନ୍‌ଟେକ୍‌ ୱେଲ୍‌କୁ ଯାଇଥିବା ରାସ୍ତା ଏବେ ବିପଦସଙ୍କୁଳ ହୋଇପଡ଼ିଛି। ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇ ପଡ଼ିଛି । ମଠକରଗୋଲା ନିକଟରେ ରାମିଆଳ ନଦୀ ଗର୍ଭରେ ଥିବା ଏକ ଫାର୍ମହାଉସ୍‌ ବନ୍ୟାଜଳ ଘେରରେ ଫସିଯାଇଥିଲା ବେଳେ ସେଠାରେ ରହୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ବୋଟ୍‌ ଯୋଗେ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା।

ଯମୁନାକୋଟ-ମାର୍ଥାପୁର ପୂର୍ତ୍ତ ରାସ୍ତାରେ ଥିବା ନିଛା ପୋଲ୍‌ ଉପରେ ପ୍ରାୟ ୩ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏବେ ବନ୍ୟାଜଳ ହ୍ରାସ ପାଇବା ପରେ ରାସ୍ତାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ସ୍ପଷ୍ଟ ହୋଇଛି । ମହିମା ସେତୁରୁ ଗୋବିନ୍ଦପୁର ମାଳବନ୍ଧ ଦେଇ ଯାଇଥିବା ରାସ୍ତାର ରତାସାହି ନିକଟରେ ପୂର୍ତ୍ତ ରାସ୍ତା ଧସିପଡ଼ିଛି। ଅନ୍ୟପଟେ ଓଢଣା ଗ୍ରାମ ନିକଟରେ ମାଳବନ୍ଧ ଭାଙ୍ଗିଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। 

ବନ୍ୟାର ପ୍ରଖର ସ୍ରୋତରେ ମାର୍ଥାପୁର ବ୍ରିଜ୍‌କୁ ଯାଇଥିବା ରାସ୍ତା ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ମାଟି ଧୋଇଯିବା ସହ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଯାତାୟାତ ଓ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବ୍ଲକର ବିଭିନ୍ନ ଗ୍ରାମରେ ହଜାର ହଜାର ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡ଼ି ରହିଛି। ଅନେକ ଦିନ ଧରି ପାଣିରେ ବୁଡ଼ି ରହିବାରୁ ଧାନ ଗଛ ପଚିବା ଆରମ୍ଭ ହୋଇଛି। ଚାଷୀମାନେ ଚାଷରେ ଖର୍ଚ୍ଚ କରିଥିବା ଟଙ୍କା ଫେରିପାଇବା ନେଇ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଦେବାକୁ ଦାବି ହୋଇଛି।ସରକାରୀ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ଦେଖାଦେଇଛି । ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକରେ ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ, ଲୋକଙ୍କୁ ଆବଶ୍ୟକ ସହାୟତା, ପଶୁଙ୍କ ପାଇଁ ଖାଦ୍ୟ ଏବଂ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଲାଇଫ ଜ୍ୟାକେଟ ପିନ୍ଧି ବୋଟ ରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିବା ବେଳେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜୟପୁର ଗ୍ରାମରେ ୧୨ କ୍ଵିଣ୍ଟାଲ ଗୋଖାଦ୍ୟ ଯୋଗାଇ ଦେଇଛନ୍ତି । ବ୍ରାହ୍ମଣୀ ନଦୀରେ  ଦ୍ୱିତୀୟ ଥର ବନ୍ୟା ଯୋଗୁଁ ଭୁବନ ବ୍ଲକର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାସ୍ତା, ମାଳବନ୍ଧ, ପୋଲ ଓ ଚାଷଜମି ଜଳମଗ୍ନ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍‌ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଘଟିଯାଇଛି ଦୁଃଖଦାୟକ ଘଟଣା,ଭୟଙ୍କର ଦୁର୍ଘଟଣାରେ ଜଳି ଯାଇଛନ୍ତି ବାଇକସହ ଆରୋହୀ। ଖବରରୁ ପ୍ରକାଶ ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ଥାନା ମେରାମଣ୍ଡଳୀ ଛକସ୍ଥିତ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବେଲଗାମ ମଦ୍ୟପ ଡ୍ରାଇଭରର ହାଇବା ଟ୍ରକ ଧକ୍କାରେ ଜଣେ ଯୁବକ ବାଇକ ଅରୋହିଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ଅମିତ କୁମାର ବେହେରା (୨୫),ପିତା ସ୍ୱର୍ଗତ ମୋହନ ବେହେରା ଗ୍ରାମ ରଞ୍ଜାସିଙ୍ଗା। ଅମିତ ନିଜ ଦୋକାନ ବନ୍ଦକରି ଘରକୁ ଫେରୁଥିବା ସମୟରେ ଅନୁଗୋଳ ଆଡୁ ଢେଙ୍କାନାଳ ଆଡକୁ ଯାଉଥିବା ଏକ ହାଇବା ଟ୍ରକ ଧକ୍କା ଦେଇଥିଲା ଫଳରେ ବାଇକ ଅରୋହି ଘଟଣା ସ୍ଥଳରେ ବାଇକ ସହ ନିଜେ ଜଳିଯାଇଥିଲେ |ଘଟଣା ସ୍ଥଳରେ ମୋଟଙ୍ଗା ପୋଲିସ ପହଞ୍ଚି ଶବ ଜବତ କରିି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରିରଖିଛି |ତେବେ ରୋଜଗାରିଆ ପୁତ୍ର ଅମିତଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡିଛନ୍ତି ଏବଂ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ମୃତକଙ୍କ ପରିବାର ବର୍ଗଙ୍କୁ ଉପଯୁକ୍ତ ସରକାରୀ ସହାୟତା କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି

ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ 

ଢେଙ୍କାନାଳ – ଗତ କାଲି ମୂଷଳ ଧାରା ବର୍ଷା ସତ୍ତ୍ୱେ ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍ (ଦାଦା) ର କର୍ମକର୍ତ୍ତା ମାନେ ଗନ୍ଦିଆ ସ୍ଥିତ ପୋରୁହ ଖୋଜ ଠାରେ ଅବସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ରେ ବିଭିନ୍ନ ପ୍ରକାର ର ଔଷଧୀୟ ବୃକ୍ଷ , ପୁଷ୍ପ ବୃକ୍ଷ ସହ ପ୍ରାୟ ୫୦ ଟି ବୃକ୍ଷ ରୋପଣ କରିଥିଲେ । ଏହାକୁ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଶ୍ରୀ କିଶୋର କୁମାର ମିଶ୍ର, ଉପ ସଭାପତି ଶ୍ରୀ ଧନେଶ୍ୱର ସାହୁ, ଖଞ୍ଜାଜି ଶ୍ରୀ ସର୍ବେଶ୍ୱର ବରାଳ, ସକ୍ରିୟ ସଭ୍ୟ ଢେଙ୍କାନାଳ ର ଶ୍ରୀ ଅଜୟ କୁମାର ମିଶ୍ର, ଗନ୍ଦିଆ ର ଶ୍ରୀ ସୁବ୍ରତ କୁମାର ସାହୁ ଙ୍କ ସହ ସଂଗଠନ ର ଅନ୍ୟ ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ରେ ସୁଚାରୁ ରୂପେ ପରିଚାଳନା କରିଥିଲେ ।ତତ୍ପରେ ଅନୁଷ୍ଠାନ ସମସ୍ତ ସଦସ୍ୟ ମାନେ କପିଳାସ ଛକ ପାଖରେ ଦେଓଗାଁ ର ଶ୍ରୀ ଦିଲ୍ଲୀପ୍ କୁମାର ନନ୍ଦ ଏବଂ ତାଙ୍କ ସୁପୁତ୍ର ପ୍ରଖ୍ୟାତ ମୃତ ରୋଗ ବିଶେଷଜ୍ଞ ଡ।. ବିଶ୍ୱଜିତ୍ ନନ୍ଦ ଙ୍କ ଦ୍ୱାରା ଆୟୋଜିତ ବୋଲ୍ ବମ ସେବା କେନ୍ଦ୍ର ରେ ଯୋଗଦାନ କରିଥିଲେ । ଉଭୟ ପିତା ଏବଂ ପୁତ୍ର ଦାଦା ର ସକ୍ରିୟ ସଭ୍ୟ ଅଛନ୍ତି । ପ୍ରିତିବର୍ଷ ସେମାନେ ଙ୍କ ପରିବାର ତରଫରୁ ଏହିପରି ଏକ ବୃହତ୍ ମାନବ ଏବଂ ସତସଙ୍ଗ ସେବା ଗତ ୩ ବର୍ଷ ଧରି କରି ଆସୁଛନ୍ତି। ଏଥିରେ ପ୍ରତି ବର୍ଷ ପ୍ରାୟ ୭,୦୦୦ ରୁ ଉର୍ଦ୍ଧ୍ବ ଶିବ ଭକ୍ତ ଉପକୃତ ହୁଅନ୍ତି । ସେଥିପାଇଁ ସେମାନେ ବହୁତ୍ ବହୁତ୍ ଧନ୍ୟବାଦ୍ ର ପାତ୍ର ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଂଚାୟତ ପଣ୍ଡୁଆ ଗ୍ରାମ ରେ ବିଡ଼ିଓ ଙ୍କ ନିର୍ଦେଶ କ୍ରମେ ହୋଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ସର୍ଭେ କିନ୍ତୁ ଏହି ସର୍ଭେ ରିପୋର୍ଟ ରେ ପଣ୍ଡୁଆ ର ଭାବିନି ନାଏକଙ୍କ ନା ନାହିଁ ଯିଏକି ଜଣେ ଶାରୀରିକ ବିକଳାଙ୍ଗ ଯାହାର ଘର ଖଣ୍ଡେ ନଥିବାରୁ ସେ ବାରଦୁଆର ଶୁଣ୍ଢୀ ପିଣ୍ଡା ହଉଛନ୍ତି ଜଣେ ଶାରୀରିକ ବିକଳାଙ୍ଗ ହୋଇ କିପରି ଲିଷ୍ଟ ରେ ନା ନାହିଁ ତାହା ଆଲୋଡନ ର ବିଷୟ ପାଲିଟିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଚଳଚଞ୍ଚଳ କୁଲାଡ଼ ରଥଖଳା ; ପ୍ରସ୍ତୁତି ଶେଷ 

Sunil Chandra Nayak

ଘରେ ଘରେ ପୃଷ୍ଟି” ପ୍ରୟାସ

Sunil Chandra Nayak

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗ୍ରାମ ସଂଯୋଗୀକରଣ ଆରମ୍ଭ

masiha

Leave a Comment

error: Content is protected !!