ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେଲେ ଆରକ୍ଷୀ ଉପମହା ନିରୀକ୍ଷକ ଅନୁପ ସାହୁ ଓ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ 

କାମାକ୍ଷାନଗର: (ମନିସ )11/2/23 କାମାକ୍ଷାନଗର ମହୋତ୍ସବ ର ସଭାପତି ଓ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ସଭାପତିତ୍ଵରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚ୍ଚିବ ରୂପା ରୋସନ୍‌ ସାହୁ ,ଗୁଇନ୍ଦା ବିଭାଗର ଆରକ୍ଷୀ ଉପ ମହାନିରୀକ୍ଷକ ଅନୁପ ସାହୁ, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚନ୍ଦ୍ର ଗୋଗିନେନୀ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାଶ, ଢେଙ୍କାନାଳ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ , ପୂର୍ତ୍ତ ବିଭାଗର ଏସ.ଇ ମନୋରଞ୍ଜନ ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରୁଥିଲେ । କାମାକ୍ଷାନଗର ରେ ଏହି ମହୋତ୍ସବ ର ସମସ୍ତ ଶ୍ରେୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଓ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ପ୍ରଶଂସା କରିବା ପୂର୍ବକ କୃତଜ୍ଞତା ଜ୍ଞାପନ କରିଥିଲେ । ଓ ପରେ ପରେ ଓଡ଼ିଶାର ବିଶିଷ୍ଟ ସିନେ କଳାକାର କଣ୍ଠ ଶିଳ୍ପୀ ଡ୍ୟାନ୍ସ ଗ୍ରୁପ୍ ର କାର୍ଯ୍ୟକ୍ରମ ଉପଭୋଗ କରିବା ସହ ଆୟୋଜିତ ପଲ୍ଲିଶ୍ରୀ ମେଳା ବୁଲି ବିଭିନ୍ନ ଘର ଉପକରଣ ଜିନିଷ ,ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ମଜା ନେଇଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବହୁଜନ ସଂଗ୍ରାମ ସମିତି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ଯୋଡ଼ାବନ୍ଧଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

Sunil Chandra Nayak

ନୂତନ ଥାନା ନିର୍ମାଣ ପାଇଁ ଦାବି 

masiha

Leave a Comment

error: Content is protected !!