ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ବାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତାପାତ୍ରଙ୍କୁ  ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭୀମପୁର ସିସ୍ଥ ବାନାମ୍ଵର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତାପାତ୍ରଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ପରିଚାଳନା କମିଟି, ସ୍ଵୟଂସହାୟକ ଗୋଷ୍ଠୀ, ଆଲୁମିନା କମିଟି , ଗ୍ରାମବାସୀଙ୍କ ସହିତ ଓଷ୍ଟା ପକ୍ଷରୁ ସମ୍ମିଳିତ ଭାବରେ ଅବସରକାଳିନ ସମ୍ବର୍ଦ୍ଧନା ଯଥୋଚିତ ଭାବରେ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ସମାରୋହରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ପ୍ରାକ୍ତନ ପ୍ରଧାନଶିକ୍ଷକ ଆନନ୍ଦ ଚନ୍ଦ୍ରସେନାପତି, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ଲକ୍ଷ୍ମୀ ଧର ସାହୁ, ବୈରାଗୀ ଚରଣ ବେହେରା, ବିଭୂତି ଭୂଷଣ ନନ୍ଦ, ଗଣେଶ୍ଵର ମୁଦୁଲି, ଶିଶିର କୁମାର ଦାସ ରମେଶ ଚନ୍ଦ୍ର ବେହେରା, ଗୋବିନ୍ଦ ଘଡ଼ାଇ,ବିରଞ୍ଚି ଘଡାଇ ,ଅଶୋକ ନନ୍ଦପ୍ରମୁଖ ଶ୍ରୀମତୀ ପାତ୍ରଙ୍କ ବହୁମୁଖି ପ୍ରତିଭାର ଗୁଣ ଗାନ କରି ତାଙ୍କ ଅବସର ସମୟ ସୁଖମୟ ଶାନ୍ତିମୟଓନିରାମୟ ନିମନ୍ତେ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି ମାନପତ୍ର ସହ ଉପଢୌ କନ ପ୍ରଦାନ କରିଥିଲେ ।ଇତ୍ୟବସରରେ ଭୀମପୁର ଗ୍ରାମ ର ଅନନ୍ୟ ପ୍ରତିଭା, ମେଧାବୀ ଛାତ୍ରୀ, ବାଣପୁରର ଗୌରବ, ରାଉରକେଲା ନିଟ କଲେଜର ସ୍ନାତକୋତ୍ତର ବାୟୋଟେକ୍ନୋଲୋଜିରେ ସୂର୍ଣ୍ଣ ପଦକ ପ୍ରାପ୍ତ ସୁଶ୍ରୀ ଶତାବ୍ଦୀ କଳ୍ପିତା ନନ୍ଦଙ୍କୁ ମଧ୍ୟ ଉକ୍ତ ସମାରୋହରେ . ଭୀମପୁର ଗ୍ରାମବାସୀ ଓ ବାନାମ୍ବର ସରକାରୀ ଉଚ୍ଚବିଦ୍ୟାଳୟ ତରଫରୁ ଭବ୍ୟ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଉଭୟେ ନିଜ ନିଜର ବ୍ୟକ୍ତବ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷାୟତ୍ରୀଙ୍କୁ ଧୈଯ୍ୟ ର ସହିତ ଆତ୍ମ ବିଶ୍ୱାସ ରଖି କଠିନ ପରିଶ୍ରମ କଲେ ନିଶ୍ଚିତ ଭାବରେ ନିଜର ଲକ୍ଷ ପଥରେ ପହଞ୍ଚିପାରିବ ବୋଲି କହିଥିଲେ । ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ କଳ୍ପଲତା ମହାପାତ୍ର ମାନପତ୍ର ପାଠ କରିଥିବାବେଳେ ଶିକ୍ଷକଶିକ୍ଷୟିତ୍ରୀ ଶିକ୍ଷା କର୍ମଚାରୀ ଏହି ସମାରୋହକୁପରିଚାଳନା କରିଥିଲେ । ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଙ୍କର ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏନ୍‌.ସି.ସି. କ୍ୟାଡେଟ୍ ମାନଙ୍କ ତରଫରୁ ଡ୍ରମ ବାଦ୍ୟର ତାଳେ ତାଳେ ପୁଷ୍ପ ବୃଷ୍ଟିସହ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପାତ୍ରଙ୍କୁ ପଟୁଆରରେ ନେଇ ବିଦ୍ୟାଳୟ ଫାଟକ ପାଖରେ ଅପେକ୍ଷାରେ ଥିବା କାରରେ ବସାଇ ଅଶ୍ରୁଳ ବିଦାୟ ଜଣାଇଥିଲେ ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଭୁଶୁଡିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଗଲା ପରିବାର

masiha

ନୂଆଗାଁ ଛାତ୍ରାବାସ ନିକଟରେ ଦୈନିକ ହାଟ; ମୁଦୁଆଙ୍କ ଆଡ୍ଡାସ୍ଥଳୀ,ହାଟ ସ୍ଥାନାନ୍ତର ପାଇଁ ଅଭିଭାବକ,ଛାତ୍ର,ଅଂଚଳ ବାସୀଙ୍କ ଦାବି

Sunil Chandra Nayak

ରେତ ଡାହାଣ କେନାଲ ସମ୍ପ୍ରସାରଣ ଦାବି। ବିକଶିତ କଳାହାଣ୍ଡି ନୂଆପଡ଼ା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର.

Leave a Comment

error: Content is protected !!