ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶଳ ଭିତିକ ଶିକ୍ଷା ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବ –ଜିଲ୍ଲାପାଳ

କୌଶଳ ଭିତିକ ଶିକ୍ଷା ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବ –ଜିଲ୍ଲାପାଳ

ନବରଙ୍ଗପୁର:( ୭/୩) ରାଜ୍ୟ ସରକାରଙ୍କ ଦକ୍ଷତା ଓ କୌଶଳ ବିକାଶ ବିଭାଗର ନିର୍ଦେଶ ଅନୁଯାୟୀ ଆଜି ଡାବୁଗାଁସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଜିଲ୍ଲା ନିୟୋଜନ ବିଭାଗ ଓ ଶିବାନୀ ଏଡୁକେସନ ଚାରିଟେବୁଲ ଟ୍ରଷ୍ଟ ର ମିଳିତ ସହଯୋଗ ରେ ଏକ ନିଯୁକ୍ତି ଭିତିକ ତାଲିମ କେନ୍ଦ୍ର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ଡଃ ମିଶ୍ର ନିଜର ବକ୍ତବ୍ୟରେ କୌଶଳ ଭିତିକ ଶିକ୍ଷା ଯୁବତୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସଭାରେ ଉପସ୍ଥିତ ଥିବା ଯୁବତୀ ମାନଙ୍କୁ ସ୍ଵପ୍ନ ର ଦୁନିଆ ରେ ନ ବଞ୍ଚି ଜୀବନର ବାସ୍ତବତା ରେ ବଞ୍ଚିବାକୁ ଆହ୍ଵାନଦେବା ସହିତ ଦକ୍ଷତାଶିକ୍ଷା ଅର୍ଜନ କରି ସେମାନେ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବନଶୀଳ ହେବାପାଇଁ ଆହ୍ଵାନ ଦେଇଥିଲେ । ମହିଳା ମାନେ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବନଶୀଳ ହୋଇ ପାରିଲେ ସେମାନଙ୍କୁ ପୁରୁଷ ମାନେ ପ୍ରତ୍ଯେକ କ୍ଷେତ୍ରରେ ସମ୍ମାନ ଦେବାକୁ ବାଧ୍ୟ ହେବେବୋଲି କହିଥିଲେ । ପ୍ରତିଯୋଗୀତା ମୂଳକ ଦୁନିଆରେ ପ୍ରତ୍ଯେକ ଯୁବତୀ ମାନେ କୌଣସି ପ୍ରକାର ଦକ୍ଷତା ମୂଳକ ଶିକ୍ଷା ଗ୍ରହଣ କରି ଜୀବନର ମାନଦଣ୍ଡ କୁ ଉନ୍ନତ କରିବା ନିତ୍ୟାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ପାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲାଇ ଉଦେଶ୍ୟ ବିଷୟରେ ଆଲୋକ ପାତ କରି କହିଲେଯେ, ଏହି ନିଯୁକ୍ତି ଭିତିକ ତାଲିମ କେନ୍ଦ୍ର ରେ ଗୋଟିଏ ବ୍ୟାଚ ରେ ୩୦ ଜଣ ଯୁବତୀ ୪୫ ଦିନର ମାଗଣା ସିଲେଇ ଶିକ୍ଷା ନେଇପାରିବେ । ସିଲେଇ ଶିକ୍ଷାରେ ଅଂଶଗ୍ରହଣ କରିଥିବା ଯୁବତୀ ମାନଙ୍କୁ ମାଗଣାରେ ରହିବା ଖାଇବା ର ବ୍ଯବସ୍ଥା ସହିତ ସମସ୍ତ ପ୍ରକାର ତାଲିମ ଖର୍ଚ୍ଚ ସରକାରଙ୍କ ତରଫରୁ ମାଗଣାରେ ଦିଆଯିବ । ତାଲିମ ପରେ ସମସ୍ତ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଲଧର ନିଆଲ, ଡାବୁଗାଁ ବିଡିଓ ଶରତ ଚନ୍ଦ୍ର ମାଝି, ସିଡିପିଓ ମିନତୀ ବେହେରା, ଶିବାନୀ ଏଡୁକେସନ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଦେବାଶିଷ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଯୁବତୀ ମାନଙ୍କୁ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରିବା ନିମନ୍ତେ ଦକ୍ଷତା ବିକାଶ ଶିକ୍ଷା ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଆକ୍ସନଏଡର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟର ଗବେଷିକା ରିନା ନିଶାଦ ଧନ୍ଯବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜାନୁଆରୀ 28ରେ ବିଶାଳ ଆଦିବାସୀ ମହାମେଳି 

masiha

INDIAN RAILWAYS LAUNCHES FESTIVE ‘ROUND TRIP PACKAGE’

Sunil Chandra Nayak

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

masiha

Leave a Comment

error: Content is protected !!