ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ଗୋଟିଏ ଲକ୍ଷ୍ୟ ସରକାରୀ ଯୋଜନା ବାବଦରେ ଗ୍ରାମବାସୀ ଙ୍କୁ ସଚେତନତା

ପଞ୍ଚାୟତ ରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ଗୋଟିଏ ଲକ୍ଷ୍ୟ ସରକାରୀ ଯୋଜନା ବାବଦରେ ଗ୍ରାମବାସୀ ଙ୍କୁ ସଚେତନତା

ରାଉରକେଲା : ଦଶମ ପର୍ଯ୍ୟାୟ ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ର ଲାଠିକଟା ବ୍ଲକ ଅନ୍ତର୍ଗତ ରାମଯୋଡି ଓ ମୁଣ୍ଡାଯୋର ଗ୍ରାମ ପଞ୍ଚାୟତ ର ମନକୋ ଅଞ୍ଚଳ ରେ ମା ଭଉଣୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଯୋଗଦେଇଥିଲେ । ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ଏହି ଅବସରରେ ଯୋଗଦେଇ କାର୍ଯ୍ୟକ୍ରମ ର ମୂଳଲକ୍ଷ୍ୟ ବାବଦରେ ଜଣାଇବା ସହ ମା ଭଉଣୀ ମାନଙ୍କୁ ସଚେତନ କରିଥିଲେ। ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ବିଷୟରେ ଜଣାଇ ଏହାର ସୁଫଳ ନେବା ନେଇ ପରାମର୍ଶ ଦେଇଥିଲେ। ମା ଭଉଣୀ ମାନଙ୍କ ମଧ୍ୟରେ ଥିବା ନିଜ ନିଜର ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସମାଧାନ କରିବା ର ମୂଳ ମନ୍ତ୍ର ପ୍ରଦାନ କରି ସରକାରଙ୍କର ଥିବା ବିଭିନ୍ନ ଯୋଜନା ରେ ମା ଭଉଣୀ ଏବଂ ଜନସାଧାରଣ କିପରି ଉପକୃତ ହୋଇପାରିବେ ସେ ବାବଦରେ ଆଲୋଚନା କରିଥିଲେ | ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ଯ ମାନଙ୍କୁ ସ୍ବାବଲମ୍ବୀ କରିପାରିବା ସେ ନେଇ ଅନେକ ଗୁଡିଏ ଉଦାହରଣ ମାଧ୍ଯମରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ମୁଁ ଜଣେ ସାଧାରଣ ବ୍ଯକ୍ତି କୈାଣସି ପଦପଦବୀ ରେ ନାହିଁ ମାତ୍ର ସରକାର ଙ୍କ ଯୋଜନା ମାଧ୍ଯମରେ କିଭଳି ଆପଣ ଙ୍କ ଦୁଃଖ ଓ ସମସ୍ଯା ସମାଧାନ କରିପାରିବି ସେ ନେଇ ଅହରହ ପ୍ରୟାସ ଜାରି ରଖିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସୁମତି ବାନ୍ଦିଆ, ଅସ୍ମିତା କେରକେଟା,ସରୋଜିନୀ ଲାକ୍ରା, ଗୀତା କେରକେଟା,ସୁସ୍ମିତା ଓରାମ, ହୀରାମଣି ବରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

ବାଲିଗୁଡା ରେ ‘ପଥ ଉତ୍ସବ ଏବଂ ୱାକଥନ’ କାର୍ଯ୍ୟକ୍ରମ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ

masiha

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଶ୍ରମିକଙ୍କ ସହ ମିଶି ଜିଲ୍ଲାପାଳ, ଶ୍ରମଦାନ କରି ଉତ୍ସାହିତ କରିଛନ୍ତି 

masiha

Leave a Comment

error: Content is protected !!