ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଯୋଧ୍ୟାକୁ ରାଉରକେଲା ଦେଇ ଟ୍ରେନ୍‍ ପ୍ରଚଳନ ହେଉ

ଅଯୋଧ୍ୟାକୁ ରାଉରକେଲା ଦେଇ ଟ୍ରେନ୍‍ ପ୍ରଚଳନ ହେଉ

 ରାଉରକେଲା:ଚଳିତ ମାସ ୮ ତାରିଖ ରୁ ଗୋରଖପୁର-ହାଟିଆ କୁ ସମ୍ୱଲପୁର ପର୍ଯ୍ୟନ୍ତ ସଂପ୍ରସାରଣ ଓ ୭ ତାରିଖ ରୁ ଟାଟାନଗର-ଇର୍ଣ୍ଣାକୁଲମର ଫ୍ରିକୁଏନ୍‍ସିକୁ ବୃଦ୍ଧି କରି ସପ୍ତାହର ସବୁଦିନ ଚଳାଚଳ କରିବାପାଇଁ ଘୋଷଣା କରିଥିବାରୁ ଥିଙ୍କର୍ସ ଫୋରମ୍ ତରଫରୁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । ନିକଟରେ ରେଳମନ୍ତ୍ରୀ ପୁରୀରୁ ଅଯୋଧ୍ୟାକୁ ଟ୍ରେନ ଚଳାଚଳ କରିବ ବୋଲି ପ୍ରତିଶୃତି ଦେଇଛନ୍ତି ହେଲେ ଯେ କୌଣସି ଏକ ଟ୍ରେନ୍‍ ସମ୍ୱଲପୁର-ରାଉରକେଲା ମାର୍ଗରେ ଅଯୋଧ୍ୟାକୁ ସଂଯୋଗ କଲେ ରାଉରକେଲା ତଥା ପଶ୍ଚିମ ଓଡ଼ିଶାବାସୀ ପ୍ରଭୁ ଶ୍ରୀରାମକୁ ସହଜରେ ଦର୍ଶନ ଲାଭ କରିବା ସଂଗେସଂଗେ ଗମନାଗମନ ଦୃଷ୍ଟିରୁ ଲାଭବାନ ହେବେ ବୋଲି ଦର୍ଶାଯାଇଛି। ଏହି ମର୍ମରେ ନିକଟରେ ବାରଣାସୀ- ସମ୍ୱଲପୁରକୁ ବିଶାଖାପାଟଣାକୁ ସଂପ୍ରସାରଣ କରିବା ପରେ ଯାତ୍ରୀ ସଂଖ୍ୟା ବହୁମାତ୍ରାରେ ବୃଦ୍ଧିପାଉଥିବାରୁ ଏହାର ଫ୍ରିକୁଏନ୍‍ସିକୁ ବୃଦ୍ଧି କରି ସପ୍ତାହରେ ଅନ୍ତତଃ ଦିନେ ବା ଦୁଇଦିନ ଏହାକୁ ମଧ୍ୟ ଅଯୋଧ୍ୟାନଗରକୁ ସଂପ୍ରସାରଣ କଲେ ଊଣା ଅଧିକେ ସମସ୍ତ ପଶ୍ଚିମ ଓଡ଼ିଶାବାସୀ ଏହାର ସୁବିଧା ପାଇପାରିବେ । ଦେଶର ରାଜଧାନୀ ଦିଲ୍ଲୀକୁ ରାଉରକେଲା ପରି ଏକ ସର୍ବଭାରତୀୟ ସ୍ମାର୍ଟସିଟି ପାଇଁ ବର୍ତ୍ତମାନ ଚଳାଚଳ କରୁଥିବା ଟ୍ରେନ୍‍ ଯଥେଷ୍ଟ ନୁହେଁ । ତେଣୁ ରାଜଧାନୀ ଓ ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ୍‍ର ଫ୍ରିକୁଏନ୍‍ସି ବୃଦ୍ଧି କରିବା ସହ ରାଉରକେଲା ଦେଇ ଏକ ଅତି ଦ୍ରୁତଗାମୀ ଟ୍ରେନ୍‍ ଯଥା ଦୁରନ୍ତ/ ସଂପର୍କକ୍ରାନ୍ତି /ହମ୍‍ସଫର ଅଥବା ଭବିଷ୍ୟତରେ ବନ୍ଦେ ଭାରତ ଭଳି କୌଣସି ଟ୍ରେନ୍‍ ପ୍ରଚଳନ କରାଯାଉ । ରାଉରକେଲା ତଥା ଏହି ଅଂଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ଦରଭଙ୍ଗା ରୁ ସିକନ୍ଦରାବାଦର ଫ୍ରିକୁଏନ୍‍ସିକୁ ବୃଦ୍ଧି କରାଯାଉ ନଚେତ ସମ୍ୱଲପୁର-ନାନ୍ଦେନ କୁ ରାଉରକେଲା ସଂପ୍ରସାରଣ କଲେ ହାଇଦ୍ରାବାଦ ପାଇଁ ଏହି ଅଞ୍ଚଳବାସୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ । କଲିକତା ପୂର୍ବଭାରତର ଏକମାତ୍ର ମେଟ୍ରୋ ସହର ତଥା ବାଣିଜ୍ୟର ପ୍ରମୁଖ କେନ୍ଦ୍ର ହେବା ସହ ଜାତୀୟ ଓ ଆନ୍ତର୍ଜାତୀୟ ବ୍ୟାପକ ବିମାନ ସେବା ପାଇଁ ରାଉରକେଲା/ ସମ୍ୱଲପୁରରୁ ଏକ ବନ୍ଦେ ଭାରତ ଟ୍ରେନ୍‍ ଚଳାଚଳ କରାଯାଉ ବୋଲି ଫୋରମ୍ ଦାବି କରିଛି । 

ରାଉରକେଲା ଷ୍ଟେସନର ଭିତ୍ତିଭୂମିର ଅନେକ ବିକାଶ ଲାଭ କରିଥିବାରୁ ଏଠାରୁ ମଧ୍ୟ କିଛି ଟ୍ରେନ୍‍ ଆରମ୍ଭ କରାଯାଇପାରେ । ଆଗାମୀ ଦିନରେ ଉପରୋକ୍ତ ନାର୍ଯ୍ୟ ଦାବିକୁ ପୂରଣ କରିବାପାଇଁ ଥିଂକର୍ସ ଫୋରମ୍‍ର ଆବାହକ ନଳିନୀକାନ୍ତ ଧର ରେଳମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରେରଣ କରିବା ସହ ରେଳ ବିଭାଗର ଅନ୍ୟାନ୍ୟ କର୍ତ୍ତୃପକ୍ଷ, ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉଦେଶୃଙ୍ଗ ଗାଁ ର ଅସହାୟ ବାପା ଛେଉଣ୍ଡ ପରିବାର ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ 

masiha

କୁମାର ଉତ୍ସବ ଆସନ୍ତା ୨୮ରେ….

masiha

ମୁଖ୍ୟ ରାସ୍ତା ବିପଦ ଅବସ୍ଥାରେ, ରାସ୍ତାକୁ ସଂଯୋଗ କରୁଥିବା ଦୁଇଟି ପଞ୍ଚାୟତର ୨୬ ଟି ଗାଁ ର ଲୋକେ ଜାତାୟତରେ ଜୀବନ ପ୍ରତି ବିପଦ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort