ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଯୋଧ୍ୟାକୁ ରାଉରକେଲା ଦେଇ ଟ୍ରେନ୍‍ ପ୍ରଚଳନ ହେଉ

ଅଯୋଧ୍ୟାକୁ ରାଉରକେଲା ଦେଇ ଟ୍ରେନ୍‍ ପ୍ରଚଳନ ହେଉ

 ରାଉରକେଲା:ଚଳିତ ମାସ ୮ ତାରିଖ ରୁ ଗୋରଖପୁର-ହାଟିଆ କୁ ସମ୍ୱଲପୁର ପର୍ଯ୍ୟନ୍ତ ସଂପ୍ରସାରଣ ଓ ୭ ତାରିଖ ରୁ ଟାଟାନଗର-ଇର୍ଣ୍ଣାକୁଲମର ଫ୍ରିକୁଏନ୍‍ସିକୁ ବୃଦ୍ଧି କରି ସପ୍ତାହର ସବୁଦିନ ଚଳାଚଳ କରିବାପାଇଁ ଘୋଷଣା କରିଥିବାରୁ ଥିଙ୍କର୍ସ ଫୋରମ୍ ତରଫରୁ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । ନିକଟରେ ରେଳମନ୍ତ୍ରୀ ପୁରୀରୁ ଅଯୋଧ୍ୟାକୁ ଟ୍ରେନ ଚଳାଚଳ କରିବ ବୋଲି ପ୍ରତିଶୃତି ଦେଇଛନ୍ତି ହେଲେ ଯେ କୌଣସି ଏକ ଟ୍ରେନ୍‍ ସମ୍ୱଲପୁର-ରାଉରକେଲା ମାର୍ଗରେ ଅଯୋଧ୍ୟାକୁ ସଂଯୋଗ କଲେ ରାଉରକେଲା ତଥା ପଶ୍ଚିମ ଓଡ଼ିଶାବାସୀ ପ୍ରଭୁ ଶ୍ରୀରାମକୁ ସହଜରେ ଦର୍ଶନ ଲାଭ କରିବା ସଂଗେସଂଗେ ଗମନାଗମନ ଦୃଷ୍ଟିରୁ ଲାଭବାନ ହେବେ ବୋଲି ଦର୍ଶାଯାଇଛି। ଏହି ମର୍ମରେ ନିକଟରେ ବାରଣାସୀ- ସମ୍ୱଲପୁରକୁ ବିଶାଖାପାଟଣାକୁ ସଂପ୍ରସାରଣ କରିବା ପରେ ଯାତ୍ରୀ ସଂଖ୍ୟା ବହୁମାତ୍ରାରେ ବୃଦ୍ଧିପାଉଥିବାରୁ ଏହାର ଫ୍ରିକୁଏନ୍‍ସିକୁ ବୃଦ୍ଧି କରି ସପ୍ତାହରେ ଅନ୍ତତଃ ଦିନେ ବା ଦୁଇଦିନ ଏହାକୁ ମଧ୍ୟ ଅଯୋଧ୍ୟାନଗରକୁ ସଂପ୍ରସାରଣ କଲେ ଊଣା ଅଧିକେ ସମସ୍ତ ପଶ୍ଚିମ ଓଡ଼ିଶାବାସୀ ଏହାର ସୁବିଧା ପାଇପାରିବେ । ଦେଶର ରାଜଧାନୀ ଦିଲ୍ଲୀକୁ ରାଉରକେଲା ପରି ଏକ ସର୍ବଭାରତୀୟ ସ୍ମାର୍ଟସିଟି ପାଇଁ ବର୍ତ୍ତମାନ ଚଳାଚଳ କରୁଥିବା ଟ୍ରେନ୍‍ ଯଥେଷ୍ଟ ନୁହେଁ । ତେଣୁ ରାଜଧାନୀ ଓ ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ୍‍ର ଫ୍ରିକୁଏନ୍‍ସି ବୃଦ୍ଧି କରିବା ସହ ରାଉରକେଲା ଦେଇ ଏକ ଅତି ଦ୍ରୁତଗାମୀ ଟ୍ରେନ୍‍ ଯଥା ଦୁରନ୍ତ/ ସଂପର୍କକ୍ରାନ୍ତି /ହମ୍‍ସଫର ଅଥବା ଭବିଷ୍ୟତରେ ବନ୍ଦେ ଭାରତ ଭଳି କୌଣସି ଟ୍ରେନ୍‍ ପ୍ରଚଳନ କରାଯାଉ । ରାଉରକେଲା ତଥା ଏହି ଅଂଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ଦରଭଙ୍ଗା ରୁ ସିକନ୍ଦରାବାଦର ଫ୍ରିକୁଏନ୍‍ସିକୁ ବୃଦ୍ଧି କରାଯାଉ ନଚେତ ସମ୍ୱଲପୁର-ନାନ୍ଦେନ କୁ ରାଉରକେଲା ସଂପ୍ରସାରଣ କଲେ ହାଇଦ୍ରାବାଦ ପାଇଁ ଏହି ଅଞ୍ଚଳବାସୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ । କଲିକତା ପୂର୍ବଭାରତର ଏକମାତ୍ର ମେଟ୍ରୋ ସହର ତଥା ବାଣିଜ୍ୟର ପ୍ରମୁଖ କେନ୍ଦ୍ର ହେବା ସହ ଜାତୀୟ ଓ ଆନ୍ତର୍ଜାତୀୟ ବ୍ୟାପକ ବିମାନ ସେବା ପାଇଁ ରାଉରକେଲା/ ସମ୍ୱଲପୁରରୁ ଏକ ବନ୍ଦେ ଭାରତ ଟ୍ରେନ୍‍ ଚଳାଚଳ କରାଯାଉ ବୋଲି ଫୋରମ୍ ଦାବି କରିଛି । 

ରାଉରକେଲା ଷ୍ଟେସନର ଭିତ୍ତିଭୂମିର ଅନେକ ବିକାଶ ଲାଭ କରିଥିବାରୁ ଏଠାରୁ ମଧ୍ୟ କିଛି ଟ୍ରେନ୍‍ ଆରମ୍ଭ କରାଯାଇପାରେ । ଆଗାମୀ ଦିନରେ ଉପରୋକ୍ତ ନାର୍ଯ୍ୟ ଦାବିକୁ ପୂରଣ କରିବାପାଇଁ ଥିଂକର୍ସ ଫୋରମ୍‍ର ଆବାହକ ନଳିନୀକାନ୍ତ ଧର ରେଳମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରେରଣ କରିବା ସହ ରେଳ ବିଭାଗର ଅନ୍ୟାନ୍ୟ କର୍ତ୍ତୃପକ୍ଷ, ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧- ଅବସର ପ୍ରାପ୍ତ ଯବାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ କଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  , ୨- ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମଭୂତ

masiha

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ସମ୍ବର୍ଧନା ପ୍ରଦାନ 

Sunil Chandra Nayak

୩୫ତମ ଜାତୀୟ ସଡ଼କ ସୂରକ୍ଷା ସପ୍ତାହ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!