ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳାଙ୍କ ଉପରେ ନିବେଶ କରନ୍ତୁ… ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ

ମହିଳାଙ୍କ ଉପରେ ନିବେଶ କରନ୍ତୁ… ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ

ରାୟଗଡ଼ା,( 7/3/24)ରାୟଗଡ଼ା ଜିଲା ପ୍ରଶାସନର ସମାଜ ମଙ୍ଗଳ କଲ୍ୟାଣ ବିଭାଗ ତରଫରୁ ଚୈତନ୍ୟ କକ୍ଷ ଗୃହଠାରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ 7th ଫେବୃଆରୀ,2024, ପାଳିତ ହୋଇଯାଇଛି। ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ସମାଜରେ ମହିଳାଙ୍କର ଭାଗୀଦାରିତାକୁ ସୁନିଶ୍ଚିତ କରିବା ସହ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ଜିଲାପାଳ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାୟଗଡା ପୌରପାଳିକା ର ଅଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ମହିଳା ମାନଙ୍କ ଆଇନ ଗତ ଅଧିକାର ସମ୍ୱନ୍ଧରେ ସଚେତନତା କରିଥିଲେ | ଏଥିରେ SDG chair person ଶ୍ରୀମତୀ ଅନୁସୟା ମାଝୀ ସନମାନନୀୟ ଅତିଥି ଭାବେ ଉପସ୍ଥିତ ରହି ନାରୀ ଶଶସ୍ତିକରଣ ଉପରେ ଉଦବୋଧନା ଦେଇ ଜିଲ୍ଲା ର ସମସ୍ତ ମହିଳା ମାନଙ୍କୁ ବିକାଶର ମନୋବଳ ପ୍ରଦାନ କରିଥିଲେ | ରାୟଗଡା ର ଜିଲ୍ଲା ପରିଷଦ ଶ୍ରୀମତୀ ସରସ୍ବତୀ ମାଝୀ ମୋହଦୋୟା, ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରି ନାରୀମାଙ୍କୁ ସ୍ୱାବଲମ୍ବୀ ଓ ମହିଳା ସୁରକ୍ଷା ବିଷୟରେ ଉଦବୋଧନା ଦେଇଥିଲେ admo ଡ଼ ମମତା ଚୌଧୁରୀ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ସଚେତନତା କରିଥିଲେ | ଏହି ଅବସରରେ , CWC ଓ LCC ର chairperson ଓ ମେମ୍ବର, ରାୟଗଡା college ର ପ୍ରିନସିପାଲ ଓ Asst prof ଏବଂ ASP ଶ୍ରୀ Nanda ଯୋଗ ଦେଇ କାଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ. W&CD ଓ POSHAN ABHIYAN ପକ୍ଷରୁ ଜିଲ୍ଲା ସ୍ତରୀୟ ପୁଷ୍ଟି ପଞ୍ଚାୟତ ଭାବ ଚୟନ କରା ଯାଇଥିବା ଗାଜିଗାଁ ଗ୍ରାମପଞ୍ଚାୟତ କୁ ପୁରସ୍କାର ରାଶି ₹ 50, 000/- ( ପଚାଶ ହଜାର ଟଙ୍କା ) ଏବଂ ଜିଲ୍ଲା ସ୍ତରରେ gradation ରେ ଚୟନ କରାଯାଇଥିବା ତିନୋଟି ଆଦର୍ଶ ଅଙ୍ଗନ ବାଡ଼ି କେନ୍ଦ୍ର ଯଥା ପାଣ୍ଡରାଝୁଲି, ରାମନାଗୁଡ଼ା ICDS, କୁ ₹20,000 କୋଡିଏ ହଜାର ଟଙ୍କା, କଲନରା ICDS ଅନ୍ତର୍ଭୁକ୍ତ କେଲିଗୁଡା ଅଙ୍ଗନବାଡି କେନ୍ଦ୍ର କୁ ₹ 15,000/ ପନ୍ଦର ହଜାର ଟଙ୍କା, ଓ ଗୁଡାରି ICDS ଆନ୍ତର୍ଗତ ଖରିଆଗୁଡା ଅଙ୍ଗନବାଡି କେନ୍ଦ୍ର କୁ ₹10,000/- ଦଶ ହଜାର ଟଙ୍କା ପୁରସ୍କାର ରାଶି ଭାବେ ଜିଲ୍ଲା ପାଳ ଙ୍କ ଦ୍ୱାରା ପ୍ରଦାନ କରାଯିବା ସହିତ ଦୁଇଜଣ ଆଦର୍ଶ Supervisor, ତିନୋଟି ଆଦର୍ଶ ଅଙ୍ଗନବାଡି କର୍ମୀ ତଥା ଦୁଇଟି କିଶୋରୀ ବାଳିକାଙ୍କୁ ପୁରସ୍କାର ରାଶି ପ୍ରଦାନ କରି ସମସ୍ତଙ୍କୁ ମହିଳା ଓ ସମାଜ କଲ୍ୟାଣର ସରକାରୀ ଯୋଜନା ରେ ସହଯୋଗ କରିବାପାଇଁ ଉତ୍ସାହ ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାର ସମସ୍ତ ICDS ସିଡିପିଓ, Supervisors, ଅଙ୍ଗନବାଡି କର୍ମୀ ତଥା ଅଙ୍ଗନବାଡି ସହାୟକାଯୋଗଦାନ କରି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ | ଏହି କାର୍ଯ୍ୟକ୍ରମ କୁ DPM- NOP, ସୁଶ୍ରୀ ସ୍ନେହଲତା ପାଢ଼ୀ ପରିଚାଳନା କରିଥିଲେ ଏବଂ ପୋଷଣ ଅଭିଯାନ ର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁଶ୍ରୀ ମଧୁଲତା ଦଣ୍ଡସେନା, ପୋଷଣ DPA, ଶ୍ରୀ ମହେନ୍ଦ୍ର କୁମାର ଦାସ ସହଯୋଗ କରିଥିଲେ | ପରିଶେଷରେ ରାୟଗଡା ସିଡିପିଓ ନାରୀଶକ୍ତି ଉପରେ ସ୍ଲୋଗାନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ  ଙ୍କ ରିପୋର୍ଟ୍ 

Related posts

ବାଣୀପୀଠ ମହୋତ୍ସବ ଉଦ୍‌ଯାପନ ସଭାରେ ଶାରଦାମଣି ସ୍ମୃତି ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ ହେଲେ ବାଲେଶ୍ବର କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି 

masiha

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ , ସକାଳ ପ୍ରତିନିଧି ଉପରେ ହୋଇଥିବା ମିଥ୍ୟା ଏତଲା ପ୍ରତ୍ୟାହାର ଦାବି , ଆନ୍ଦୋଳନ ପାଇ ଚେତାବନୀ ଦେଲା ପ୍ରେସ କ୍ଲବ

Sunil Chandra Nayak

49 ତମ ଦୁର୍ଗା ପୂଜା ଉପଲକ୍ଷେ କେନ୍ଦୁମୁଣ୍ଡି ରେ ଡ୍ୟାନ୍ସ ଧମାକା 

Sunil Chandra Nayak

Leave a Comment

error: Content is protected !!