ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓକେଏସ୍ ର ଗ୍ରୀଷ୍ମକାଳୀନ ପଖାଳ ବଣ୍ଟନ କାର୍ଯ୍ୟକ୍ରମ”

ଓକେଏସ୍ ର ଗ୍ରୀଷ୍ମକାଳୀନ ପଖାଳ ବଣ୍ଟନ କାର୍ଯ୍ୟକ୍ରମ”

ଓଡ଼ିଆ କଳାକାରଙ୍କ ସ୍ୱର ଓକେଏସ୍ , କଳାକାର ମହାସଂଘ ପକ୍ଷରୁ ଆଜି ତା 21/5/2026 ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ୫00 ଜଣ ପଥଚାରୀଙ୍କୁ ପଖାଳ ବଣ୍ଟନ କରାଯାଇଥିଲା । ଏହି କାଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ଶ୍ରୀଯୁକ୍ତ ନିଶିକାନ୍ତ ମିଶ୍ର ସିଏମଡ଼ି , ଟିମ୍ ଏଡମାର୍କ, ଶ୍ରୀଯୁକ୍ତ ପ୍ରଣବ ଦାସ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଖ୍ୟାତନାମା ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ , ଶ୍ରୀଯୁକ୍ତ ନରେନ୍ ସାହୁ, କର୍ପୋରେଟର୍ , ଶ୍ରୀଯୁକ୍ତ ବାପୁ ଓଝା, ସଭାପତି,ସାମାଜିକ ସେବା, ଶ୍ରୀଧର ମାର୍ଥା, ସଭାପତି ଓକେଏସ, ମୃତ୍ୟୁଞ୍ଜୟ ପଣ୍ଡା, ସମ୍ପାଦକ ଓକେଏସ, ପ୍ରଶାନ୍ତ ଷଡ଼ଙ୍ଗୀ, ଉପସଭାପତି ଓକେଏସ, ମୃଣ୍ମୟ ନାୟକ, କୋଷାଧକ୍ଷ ଓକେଏସ ରଦା ପ୍ରସନ୍ନ ପାତ୍ର, ସହସମ୍ପାଦକ ଓକେଏସ, ବାପୁ ରଥ, ଲିଗାଲ ଆଡ଼ଭାଇସୋର ଓ କେଏସ୍, କଣ୍ଠଶିଳ୍ପୀ,ଅଭିନେତ୍ରୀ ଲିପିକା ମହାନ୍ତି, ଅଭିନେତ୍ରୀ ଗୀତାଞ୍ଜଳି ବେହେରା, ଅଭିନେତ୍ରୀ ମିଲି ମିଶ୍ର, ଅଭିନେତା ରସାନନ୍ଦ ଦାସ, ଅଭିନେତ୍ରୀ ଏଲିନା ପ୍ରିୟଦର୍ଶିନୀ, ଅଭିନେତା ସାର୍ଥକ ପ୍ରଧାନ, ଅଭିନେତ୍ରୀ ସନ୍ଧ୍ୟାରାଣୀ ଉପାଧ୍ୟାୟ, ଅଭିନେତ୍ରୀ ସବିତା ସାହୁ, ଅଭିନେତ୍ରୀ ସିନା ମହାନ୍ତି, ଅଭିନେତା ପ୍ରଦୀପ ପ୍ରଧାନ, ଅଭିନେତ୍ରୀ ପୁଷ୍ପଶ୍ରୀ ଦାସ, ଅଭିନେତ୍ରୀ ଅସିତା ତ୍ରିପାଠୀ, ବରିଷ୍ଠ ଅଭିନେତା ଜାନକୀ ମିଶ୍ର, ସୁବାସ ପାତ୍ର, ବାଦ୍ୟକାର ଶଙ୍କର ଘୋଷ, ସୁରଜିତ ପରିଡ଼ା, ଆଦି ଓକେଏସ୍ ପରିବାରର ପ୍ରମୁଖ ସଦସ୍ୟ ଏବଂ ସଦସ୍ୟା ମାନେ ଉପସ୍ଥିତ ରହି ଏହି ଗ୍ରୀଷ୍ମକାଳୀନ ପଖାଳ ବଣ୍ଟନ ଙ୍କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।ପାଖାପାଖି ୫୦୦ ଜଣ ପଥଚାରୀ ପଖାଳ ଭାତ ଖାଇଥିଲେ ।ଦହି ଛୁଙ୍କ ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା, ବଢ଼ି ଭଜା, ଶାଗ ଭଜା, ପୋଟଳ ଆଳୁ ମସଲା, ପାମ୍ପଡ, ଆଚାର ଦିଆଯାଇଥିଲା ।ଏହା ସହିତ ଟଙ୍କ ତୋରାଣି ମଧ୍ୟ ୫୦୦ ଜଣ ଙ୍କୁ ବଣ୍ଟା ଯାଇଥିଲା । ଓକେଏସ୍ ପରିବାର ର ସମସ୍ତ କଳାକାର ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରିବା ସମ୍ଭବ ହୋଇପାରିଥିଲା । ଏହିଭଳି ଜନସେବା କାର୍ଯ୍ୟକ୍ରମ କରି ସେବା କାର୍ଯ୍ୟରେ ଓଡ଼ିଆ କଳାକାରଙ୍କ ଉଦ୍ୟମ ବହୁତ୍ ପ୍ରଶଂସନୀୟ ।ଅନେକ ପଥଚାରୀ ପଖାଳ ଖାଇବା ସହିତ ଓକେସ୍ ମହାସଂଘ କୁ ଭୂରି ପ୍ରଶଂସା କରିଥିଲେ ।ମାନବ ସେବା ଈଶ୍ୱର ସେବା, ଏହି ଉକ୍ତିକୁ ପାଥେୟ କରି ଓଡ଼ିଆ କଳାକାର ମାନେ ସେବା କାର୍ଯ୍ୟରେ ପାଦ ଦେଇଥିଲେ । ସତରେ ଆଜି ଏତେ ଗୁଳୁଗୁଳି ଗରମ ହେଉ ଥିଲାବେଳେ, ଏଭଳି ପଖାଳ ବଣ୍ଟନ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଜନତା, ବୁଦ୍ଧିଜୀବୀ ତାରିଫ୍ କରିଥିଲେ ।ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା ଆର ବର୍ଷ ୧000 ଜଣ ପଥଚାରୀଙ୍କ ପାଇଁ ଏହି ପଖାଳ ବଣ୍ଟନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟରେ ଯୋଗଦାନ 

Sunil Chandra Nayak

ବରିଷ୍ଠ କଳାକାର ସଂଘର ଶୋକସଭା

ମାଁ ଠାକୁରାଣୀ ଟ୍ରାକ୍ଟର ମାଲିକ ସଂଘ ଗଠିତ 

Sunil Chandra Nayak

Leave a Comment

error: Content is protected !!